ETV Bharat / bharat

Son killed Father: ଅନଲାଇନରେ ଛୁରୀ ଅର୍ଡର କରି ବାପାକୁ ହତ୍ୟା କଲା ପୁଅ - ନାଳନ୍ଦା ହତ୍ୟା ଘଟଣା

ବାପାକୁ ହତ୍ୟା ପାଇଁ ଅନଲାଇନରୁ ଛୁରୀ ଅର୍ଡର କଲା ପୁଅ । ବିହାର ନାଳନ୍ଦାରେ ଘଟିଛି ଏପରି ଚାଞ୍ଚଲ୍ୟକର ଘଟଣା । ଅଧିକ ପଢନ୍ତୁ

murder
murder
author img

By

Published : Mar 31, 2023, 9:37 PM IST

ପାଟନା: ବିହାର ନାଳନ୍ଦାରେ ଗତ ୧୫ଦିନ ତଳେ ଘଟିଥିବା ହତ୍ୟାକାଣ୍ଡର ଖୁଲାସା କଲା ପୁଅ । ଗିରିୟକ ଥାନା ଅନ୍ତର୍ଗତ ଧୋରାହି ଗାଁରେ ଯେଉଁ ବ୍ୟକ୍ତିଙ୍କ ହତ୍ୟା ହୋଇଥିଲା, ତାର ହତ୍ୟାକାରୀ ଆଉ କେହି ନୁହେଁ ତାର ପୁଅ ବୋଲି ଜଣାପଡ଼ିଛି । ଅଭିଯୁକ୍ତ ଜଣକ ଅନଲାଇନରେ ଛୁରୀ ଅର୍ଡର କରି ଉକ୍ତ ଛୁରୀରେ ନିଜ ବାପାକୁ ହତ୍ୟା କରିଛି ବୋଲି ଜଣାପଡିଛି । ପୋଲିସ ଅଭିଯୁକ୍ତକୁ ଗିରଫ କରିଥିବା ଜଣାପଡ଼ିଛି ।

ମିଳିଥିବା ସୂଚନା ଅନୁସାରେ ମାର୍ଚ୍ଚ ୧୫ ତାରିଖରେ ଧୋରାହି ଗାଁରେ ଜାତୀୟ ରାଜପଥ ୩୧ରେ ନିର୍ମାଣଧୀନ ପୋଲର ସୁରକ୍ଷାକର୍ମୀ ସନୋଜ ସିଂଙ୍କ ହତ୍ୟା ହୋଇଥିଲା । ଛୁରୀରେ ତାଙ୍କର ହତ୍ୟା କରାଯାଇଥିଲା । ଏହି ଘଟଣାର ପୋଲିସ ତଦନ୍ତ କରିବା ପରେ ଚାଞ୍ଚଲ୍ୟକର ତଥ୍ୟ ସାମ୍ନାକୁ ଆସିଛି । ସନୋଜଙ୍କୁ ତାଙ୍କର ପୁଅ ହତ୍ୟା କରିଛି ବୋଲି ଶୁକ୍ରବାର ସାମ୍ବାଦିକ ସମ୍ମିଳନୀରେ କହିଛି ପୋଲିସ । ସନୋଜଙ୍କୁ କେହି ଦୁର୍ବୃତ୍ତ ଆସି ହତ୍ୟା କରିଥିବା ପ୍ରଥମେ ପୋଲିସ ସନ୍ଦେହ କରିଥିଲା । ଘଟଣାର ତଦନ୍ତ ପାଇଁ ଏକ ଏସଆଇଟି ଟିମ୍‌ ଗଠନ କରାଯାଇଥିଲା । ତଦନ୍ତ ପରେ ହତ୍ୟାକାରୀ ନିକଟରେ ପହଞ୍ଚିଥିଲା ପୋଲିସ ।

ଏହା ବି ପଢନ୍ତୁ- ଚଳନ୍ତାକାରରେ ଯୁବତୀଙ୍କୁ ଗଣଦୁଷ୍କର୍ମ, 4 ଗିରଫ

ପୋଲିସ ଅଭିଯୁକ୍ତ ଶୋକେଶ କୁମାରକୁ ଗିରଫ କରିଛି । ଘରେ ପାରିବାରିକ କଳହକୁ ନେଇ ବାପାକୁ ପୁଅ ହତ୍ୟା କରିଛି ବୋଲି ପୋଲିସ କହିଛି । ଡିଏସପି କହିଛନ୍ତି ଯେ ଘଟଣାର ସବୁଠି ଆଶ୍ଚର୍ଯ୍ୟକର କଥା ହେଉଛି ବାପାକୁ ହତ୍ୟା କରିବା ଲାଗି ପୁଅ ଅନଲାଇନ ସପିଂ ଆପ୍‌ରୁ ମାରଣାସ୍ତ୍ରକୁ ଅର୍ଡର କରିଥିଲା । ପଚରାଉଚରା ସମୟରେ ପୋଲିସକୁ ନେଇ ସୂଚନା ଦେଇଥିଲା ହତ୍ୟାକାରୀ ଶୋକେଶ । ଏହାପରେ ପୋଲିସ ସପିଂ ଆପ୍‌ର ଇନଭଏସ, ମୋବାଇଲ ଓ ଛୁରୀକୁ ଜବତ କରିଛି । ବାପାର ହତ୍ୟା ଲାଗି ପୁଅ ଅନଲାଇନରୁ ମାରଣାସ୍ତ୍ର ଅର୍ଡର କରିବା ଘଟଣା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି ।

ଏ ନେଇ ଡିଏସପି ପ୍ରଦୀପ କୁମାର କହିଛନ୍ତି, "ଗତ ମାର୍ଚ୍ଚ ୧୫ ତାରିଖରେ ଜାତୀୟ ରାଜପଥ-୩୧ ନିକଟରେ ନିର୍ମାଣଧୀନ ପୋଲର ସୁରକ୍ଷା ଦାୟିତ୍ବରେ ଥିବା କର୍ମଚାରୀ ସନୋଜ ସିଂଙ୍କ ହତ୍ୟା ହୋଇଥିଲା । ତାଙ୍କୁ କେହି ଛୁରୀରେ ଆକ୍ରମଣ କରି ହତ୍ୟା କରିଥିଲା । ଏହି ଘଟଣାକୁ ପୋଲିସ ଗମ୍ଭୀରତାର ସହ ନେଇ ତଦନ୍ତ କରିଥିଲା । ସ୍ବତନ୍ତ୍ର ଟିମ ମଧ୍ୟ ଗଠନ ହୋଇଥିଲା । ହେଲେ ତଦନ୍ତ ପରେ ଜଣାପଡ଼ିଛି ଯେ ସନୋଜଙ୍କ ପୁଅ ହିଁ ହତ୍ୟାକାରୀ । ପାରିବାରିକ କଳହ ଯୋଗୁଁ ସେ ନିଜ ପିତାକୁ ହତ୍ୟା କରିଛି ।"

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.