ରାଞ୍ଚି: ସନ୍ତାନ ସାଜିଲା ସଇତନା । ଜନ୍ମଦାତାକୁ କଲା ହତ୍ୟା । ଅନ୍ଧବିଶ୍ବାସର ବଶବତୀ ହୋଇ ଘଟାଇଲା ଜଘ୍ୟନ୍ତ କାଣ୍ଡ । ଏଭଳି ଛାତିଥରା ଘଟଣା ଘଟିଛି ଝାଡଖଣ୍ଡର ପଲାମୁର ପଣ୍ଡବା ଥାନା କ୍ଷେତ୍ର ମଝିଆବରେ । ପୁଅ ବୋହୂ ମିଶି ବାପାକୁ ହତ୍ୟା କରିଛନ୍ତି ( son and daughter in law killed father )। ଘଟଣା ଘଟାଇଥିଲା ଅଭିଯୁକ୍ତ ପୁଅ ବୋହୂ ଫେରାର ଅଛନ୍ତି । ପୋଲିସ ସେମାନଙ୍କୁ ଖୋଜୁଛି ।
ଗୁଣି କାମ କରୁଥିଲା ବାପା...
ସୂଚନାଅନୁସାରେ ମଝିଆବରେ ଧନୁବି ନାମକ ବ୍ୟକ୍ତ ଗୁଣି କାମ କରୁଥିଲେ । କିଛି ମାସ ପୂର୍ବରୁ ଧନୁବିଙ୍କ ସହ ତାଙ୍କ ପୁଅ ବଳରାମ ଝଗଡା ହୋଇଥିଲା । ଏହାପରେ ବଳରାମଙ୍କ ସାନ ପୁଅର ମୃତ୍ୟୁ ହୋଇଥିଲା । ଏହାପରେ ବଳରାମ ଭାବିଲେ ତାଙ୍କ ବାପା ଗୁଣି ଗାରେଡି କରିବାରୁ ତାଙ୍କ ପୁଅର ମୃତ୍ୟୁ ହୋଇଛି । ଏହା ପରେ କ୍ରୋଧରେ ହିତାହିତ ଜ୍ଞାନ ଭୁଲି ଗଲେ ବଳରାମ । ଧନୁବି ପୂଜାପାଠ କରିବାକୁ ଯାଉଥିଲେ । ଏହି ସମୟ ପୁଅ ବଳରାମ ଓ ବୋହୂ ମିଶି ତାଙ୍କ ଉପରେ ଆକ୍ରମଣ କରିଥିଲେ । ଫଳରେ ସେ ଗଭୀର ଭାବରେ ଆହତ ହୋଇଥିଲେ । ଗାଁ ଲୋକ ଧନୁବିଙ୍କୁ ଏମଏମସିଏଚ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ ମାତ୍ର ସେଠାରେ ତାଙ୍କର ମୃତ୍ୟୁ ହୋଇଥିଲା ।
ଏହା ବି ପଢନ୍ତୁ...Jamat Islami Property Attached: ଶ୍ରୀନଗରରେ ଜମାତ୍-ଇ-ଇସଲାମି ସଂଗଠନର ସମ୍ପତ୍ତି ଜବତ
ପାଣ୍ଡବା ଥାନା ପ୍ରଭାରୀ ନକୁଳ ଶାହ ଘଟଣା ବିଷୟ କହିଛନ୍ତି, ଅନ୍ଧବିଶ୍ବାସରରୁ ଏପରି କାଣ୍ଡ ହୋଇଛି । ପୁଅ ବୋହୂ ମିଶି ହତ୍ୟାକାଣ୍ଡ ଘଟଣାଛନ୍ତି । ପୋଲିସ ମାମଲା ଦାୟର କରି ତଦନ୍ତ ଚଳାଇଛି । ପୁଅ ବୋହୂ ଫେରାର ଅଛନ୍ତି । ଦୁଇଜଣଙ୍କୁ ଗିରଫ କରିବା ପାଇଁ ପୋଲିସ ବିଭିନ୍ନ ସ୍ଥାନରେ ଛାପା ମାରିଛି । ମୃତକଙ୍କ ପୋଷ୍ଟମର୍ଟମ ସରିଛି । ଦୀର୍ଘ ଦିନ ପରେ ପାଲାମୁରେ ଏପରି ଘଟଣା ଘଟିଛି । ଘଟଣା ପରେ ପରିବାର ଅନ୍ୟ ଲୋକ ଶୋକରେ ବୁଡିଛନ୍ତି । ପୋଷ୍ଟମର୍ଟମ ପରେ ମୃତଦେବ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଛି ।