ନୂଆଦିଲ୍ଲୀ: ନିଜ ଦେହରେ ବୋମା ଲଗେଇ ବ୍ରିଜ ସହ ନିଜକୁ ଉଡାଇ ଦେଲେ ଯବାନ । ଏହି ଘଟଣା ୟୁକ୍ରେନରେ ଦେଖିବାକୁ ମିଳିଛି । ତେବେ ଋଷ ସେନାକୁ ପ୍ରତିହିତ କରିବା ଲାଗି ଏଭଳି ନିଷ୍ପତ୍ତି ନେଇଥିଲେ ଜଣ ୟୁକ୍ରେନ ଯବାନ । ଋଷ ସେନାକୁ ଅଟକାଇବା ଲାଗି ୟୁକ୍ରେନ ସେନା ଦ୍ବାରା ବିଭିନ୍ନ ସ୍ଥାନରେ ବୋମା ଦ୍ବାରା ବ୍ରିଜ୍ ନଷ୍ଟ କରାଯାଉଛି । ମାତ୍ର ଋଷ ସେନା ଆସୁଥିବାର ଦେଖି ଯବାନଙ୍କ ହାତରେ ସମୟ ନଥିବା ହେତୁ ସେ ନିଜ ଦେହରେ ବୋମା ଲଗେଇ ବ୍ରିଜ୍ ସହ ନିଜକୁ ଶେଷ କରି ଦେଇଛନ୍ତି । ମେରାଇନ ବାଟାଲିୟନ ଇଂଜିନିୟର ଭିଟାଲୀ ସ୍କାକୁନ୍ ଭୋଲୋଦିମିରୋଭିଚ୍ ୟୁକ୍ରେନ ସେନା ପକ୍ଷରୁ ହେନିଚେସ୍କଙ୍କୁ ପୋଲ ନଷ୍ଟ କରିବାକୁ ଦାୟିତ୍ବ ଦିଆଯାଇଥିଲା ।
ହେଲେ ପୋଲ ନଷ୍ଟ କରିବାକୁ ଯଥେଷ୍ଟ ସମୟ ନଥିବା କାରଣରୁ ବାଧ୍ୟ ହୋଇ ସେ ଏଭଳି ଚରମ ନିଷ୍ପତ୍ତି ନେଇଥିଲେ । ଅନ୍ୟପଟେ ୟୁକ୍ରେନ ସେନା ତାଙ୍କର ଏହି ବଳିଦାନକୁ ଆମେ କେବେ ଭୁଲି ପାରିବୁ ନାହିଁ । ଆମେ ଶେଷ ପର୍ଯ୍ୟନ୍ତ ଲଢିବୁ ବୋଲି ୟୁକ୍ରେନ ସେନା ପକ୍ଷରୁ କୁହାଯାଇଛି । ସେହିପରି ୟୁକ୍ରେନ ସେନାର ମିଲିଟାରୀ କମାଣ୍ଡର କହିଛନ୍ତି ଯେ, ଭୋଲୋଦିମିରୋଭିଚ୍ଙ୍କୁ ଆମେ ଯୁଦ୍ଧରେ ପ୍ରାଣ ହରାଇଥିବାରୁ ତାଙ୍କୁ ମରଣୋତ୍ତର ପୁରସ୍କାର ପ୍ରଦାନ କରାଯିବ ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ