ETV Bharat / bharat

Honour killing: ବିବାହରେ ନଥିଲା ପରିବାରର ସମ୍ମତି, ଜ୍ବାଇଁକୁ ପେଟ୍ରୋଲ ଢାଳି ଜଳାଇଦେଲେ ଶ୍ବଶୁର ଘର ଲୋକେ - ତେଲେଙ୍ଗାନାରେ ଅନରକିଲିଂ

ତେଲେଙ୍ଗାନାରେ ଅନରକିଲିଂ । ପରିବାରର ସମ୍ମତି ବିନା ବିବାହ କରିବାରୁ ଯୁବକଙ୍କୁ ବୀଭତ୍ସ ହତ୍ୟା । ଅଧିକ ପଢନ୍ତୁ

ପରିବାର ବିନା ସମ୍ମତିରେ ବିବାହ କରିବାରୁ ଯୁବକଙ୍କୁ ବିଭତ୍ସ ହତ୍ୟା

author img

By

Published : Jul 4, 2022, 2:52 PM IST

ହାଇଦ୍ରାବାଦ: ଝିଅଟି ସବୁବେଳେ ନିଜ ପରିବାର ଲୋକଙ୍କ ପାଖରେ ଖୁସିରେ ଥାଏ । କିନ୍ତୁ ଯଦି ସେହି ପରିବାର ଝିଅର ଖୁସିକୁ ଛଡେଇ ନିଅନ୍ତି, ସେତେବେଳେ ବଦଳିଯାଏ ତା ଦୁନିଆ । ଆଉ ଏମିତି ଏକ ଅନରକିଲିଂ ଭଳି ବୀଭତ୍ସ ଘଟଣା ସାମ୍ନାକୁ ଆସିଛି ସାଙ୍ଗେରେଡି ଜିଲ୍ଲାର ଜିନ୍ନାରାମ ମଣ୍ଡଳ ନିକଟରୁ ।

ସୂଚନାଅନୁସାରେ, ସାଙ୍ଗେରେଡି ଜିଲ୍ଲାର ଜଣେ ୨୫ ବର୍ଷୀୟ ଯୁବକ ସେହି ଜିଲ୍ଲାର ଜଣେ ଯୁବତୀଙ୍କୁ ପ୍ରେମ କରି ବିବାହ କରିଥିଲେ । ତେବେ ଏହି ବିବାହରେ ଯୁବତୀଙ୍କ ପରିବାର ଲୋକଙ୍କ ସମ୍ମତି ନଥିଲା । ତେବେ ଜୁନ ୨୭ ତାରିଖ ଦିନ ଉକ୍ତ ଯୁବକ ଜଣକ ନିଖୋଜ ହେବା ନେଇ ଯୁବକଙ୍କ ସମ୍ପର୍କୀୟ ଲୋକ କେପିଏଚବି ଥାନାରେ ଅଭିଯୋଗ କରିଥିଲେ । ଏହି ସମୟରେ ଯୁବତୀଙ୍କ ପିତାମାତା ତାଙ୍କୁ ନିଜ ଘରକୁ ନେଇଯାଇଥିଲେ ।

ତେବେ ପୋଲିସ ତରଫରୁ ତନାଘନା ପରେ ସୂଚନା ଦିଆଯାଇଛି ଯେ, ଯୁବତୀଙ୍କ ସମ୍ପର୍କୀୟ ଲୋକ ଏହି ବିବାହକୁ ବିଚ୍ଛେଦ କରିବା ପାଇଁ ବୁଝାଇବା ନିମନ୍ତେ ଏକ ସ୍ଥାନକୁ ଡାକି ନେଇଯାଇଥିଲେ । ସେଠାରେ ଉକ୍ତ ଯୁବକଙ୍କୁ ମଦ୍ୟପାନ କରାଇ ବୁଝାଇବା ପାଇଁ ଚେଷ୍ଟା କରିଥିଲେ । ହେଲେ ବିଫଳ ହେବାରୁ ତାଙ୍କୁ ପ୍ରଥମେ ହତ୍ୟା କରାଯାଇଥିଲା । ତେବେ ପରବର୍ତ୍ତୀ ସମୟରେ ତାଙ୍କୁ ଏକ ଗାଡି ଦ୍ବାରା ଜିନ୍ନାରାମ ଉପକଣ୍ଠକୁ ପେଟ୍ରୋଲ ପକାଇ ଜାଳି ଦେଇଥିଲେ । ପୋଲିସର ପଚରାଉଚୁରା ସମୟରେ ସବୁ ସତ୍ୟ ମାନିଥିଲେ ଯୁବତୀଙ୍କ ସମ୍ପର୍କୀୟ ଲୋକେ । ତେବେ ଖବରପାଇ ପୋଲିସ ଘଟଣାସ୍ଥଳରେ ଯୁବକଙ୍କ ଅଧାପୋଡା ମୃତଦେହକୁ ଉଦ୍ଧାର କରି ଅଧିକ ଅନୁସନ୍ଧାନ ଜାରି ରଖିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.