ETV Bharat / bharat

ଗୁଣିଗାରେଡି ସନ୍ଦେହରେ ଇଞ୍ଜିନିୟରଙ୍କୁ ଜୀବନ୍ତ ଜାଳିଦେଲେ ସମ୍ପର୍କୀୟ - ତେଲେଙ୍ଗାନାର ଜାଗତିଆଲ ଜିଲ୍ଲା

ଗୁଣିଗାରେଡି ସନ୍ଦେହରେ ଜଣେ ସଫ୍ଟୱେୟାର ଇଞ୍ଜିନିୟରଙ୍କୁ ଜୀବନ୍ତ ଜାଳିଦେଲେ ସମ୍ପର୍କୀୟ । ଏଭଳି ଅଭାବନୀୟ ଘଟଣା ଘଟିଛି ତେଲେଙ୍ଗାନାର ଜାଗତିଆଲ ଜିଲ୍ଲାରେ । ଅଧିକ ପଢନ୍ତୁ...

software engineer live burning with black magic suspicion at jagtial in telangana
କଳା ଯାଦୁ ସନ୍ଦେହରେ ସଫ୍ଟୱେୟାର ଇଞ୍ଜିନିୟରଙ୍କୁ ଜୀବନ୍ତ ଜାଳିଦେଲେ ସମ୍ପର୍କୀୟ
author img

By

Published : Nov 24, 2020, 11:17 AM IST

ହାଇଦ୍ରାବାଦ: ତେଲେଙ୍ଗାନାର ଜାଗତିଆଲ ଜିଲ୍ଲାରେ ଏକ ଦୁଃଖଦ ଘଟଣା ଘଟିଯାଇଛି । ଜଣେ ସଫ୍ଟୱେର ଇଞ୍ଜିନିୟର ପୱନ କୁମାରଙ୍କୁ ତାଙ୍କ ସମ୍ପର୍କୀୟମାନେ ଜୀବନ୍ତ ଜାଳିଦେଇଥିବା ଜଣା ପଡ଼ିଛି । ସୂଚନାମୁତାବକ, ପୱନଙ୍କ ଶଳା ବିଜୟଙ୍କ ଭାଇ ଜଗନଙ୍କର 12 ଦିନ ପୂର୍ବରୁ କୌଣସି ସ୍ବାସ୍ଥ୍ୟ ସମସ୍ୟା ନେଇ ମୃତ୍ୟୁ ହୋଇଥିଲା ।

କଳା ଯାଦୁ ସନ୍ଦେହରେ ସଫ୍ଟୱେୟାର ଇଞ୍ଜିନିୟରଙ୍କୁ ଜୀବନ୍ତ ଜାଳିଦେଲେ ସମ୍ପର୍କୀୟ

ତେବେ ଏହି ଘଟଣାକୁ ନେଇ ବିଜୟଙ୍କ ଶଳା ପୱାନ କୁମାର ଏବଂ ତାଙ୍କ ସ୍ତ୍ରୀ କୃଷ୍ଣଭେନୀ ସମବେଦନା ଜଣାଇବା ପାଇଁ ବିଜୟଙ୍କ ଘରେ ସୋମବାର ସଂନ୍ଧ୍ୟାରେ ଆସି ପହଞ୍ଚିଥିଲେ । କିନ୍ତୁ ମୃତ ଜଗନଙ୍କ ସ୍ତ୍ରୀ ସୁମଲତା ସନ୍ଦେହ କରୁଥିଲେ ଯେ, ପୱନ କୁମାର କଳା ଯାଦୁ କରି ତାଙ୍କ ସ୍ବାମୀଙ୍କୁ ମାରି ଦେଇଛନ୍ତି । ତେଣୁ ସେ ପୱନଙ୍କୁ ଟାର୍ଗେଟ କରିଥିଲେ । ଯେତେବେଳେ ପୱନ ରୁମରେ ଏକା ଥିଲେ ଜଗନଙ୍କ ସ୍ତ୍ରୀ ତାଙ୍କୁ ବାହାରପଟୁ କବାଟ ବନ୍ଦ କରି ଦେଇଥିଲେ । ଏବଂ ପେଟ୍ରୋଲ ସ୍ପ୍ରେ କରି ନିଆଁ ଲଗାଇ ଦେଇଥିଲେ ।

ଏନେଇ ପୱନଙ୍କ ସ୍ତ୍ରୀ କୃଷ୍ଣଭେନୀ ପୋଲିସ ନିକଟରେ ଅଭିଯୋଗ କରିଥିଲେ । କିନ୍ତୁ ପୋଲିସ ଘଟଣାସ୍ଥଳରେ ପହଞ୍ଚିଲା ବେଳକୁ ପୱନ ସମ୍ପୂର୍ଣ୍ଣ ଜଳି ସାରିଥିଲେ । ତେବେ ଏହି ଘଟଣାରେ ବହୁତ ଜଣ ସମ୍ପୃକ୍ତ ଅଛନ୍ତି ବୋଲି ସନ୍ଦେହ କରାଯାଉଛି । ଏହି ଘଟଣାକୁ ନେଇ ଦୁଇ ଜଣ ଅଭିଯୁକ୍ତଙ୍କୁ ଗିରଫ କରାଯାଇଥିବା ବେଳେ ଅଧିକ ତଥ୍ୟ ପାଇଁ ତଦନ୍ତ ଜାରି ରହିଛି ବୋଲି ଜାଗତିଆଲ ଡିସିପି ଭେଙ୍କଟରମାଣା କହିଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.