ETV Bharat / bharat

jharkhand Software Engineer Gang Rape Case: ତଦନ୍ତ ପାଇଁ ଗଠନ ହେଲା SIT - ଝାଡଖଣ୍ଡ ଗଣଦୁଷ୍କର୍ମ ମାମଲାରେ ଗଠନ ହେଲା ଏସଆଟି

ଝାଡଖଣ୍ଡର ସଫ୍ଟୱୟାର ଇଞ୍ଜିନିୟର ଗଣଦୁଷ୍କର୍ମ ମାମଲାର ତଦନ୍ତ ପାଇଁ ଗଠନ ହେଲା SIT (jharkhand software engineer gang rape case)। ଘଟଣାସ୍ଥଳରୁ ପ୍ରମାଣ ସଂଗ୍ରହ ସହ ଏକାଧିକ ସ୍ଥାନରେ ଜାରି ରହିଛି ଚଢାଉ । ଅଧିକ ପଢନ୍ତୁ

software engineer gang rape jharkhand: ତଦନ୍ତ ପାଇଁ ଗଠନ ହେଲା SIT

author img

By

Published : Oct 22, 2022, 10:40 PM IST

ରାଞ୍ଚି: ଝାଡଖଣ୍ଡର ପଶ୍ଚିମ ସିଂହଭୂମି ଜିଲ୍ଲାରେ ସଫ୍ଟୱୟାର ଇଞ୍ଜିନିୟରଙ୍କୁ ଗଣଦୁଷ୍କର୍ମ ମାମଲାରେ ରାଜ୍ୟ ପୋଲିସ ବିଭାଗ ତତ୍ପାରତା ଦେଖାଇଛି । ଘଟଣାର ତଦନ୍ତ ପାଇଁ ସ୍ବତନ୍ତ୍ର ଅନୁସନ୍ଧାନକାରୀ ଟିମ (SIT) ଗଠନ କରାଯାଇଛି (jharkhand software engineer gang rape case)। ଆଜି ଏହି ଟିମ ଘଟଣାସ୍ଥଳ ପରିଦର୍ଶନ କରି ପ୍ରାମଣ ସଂଗ୍ରହ କରିଛି । ଅଭିଯୁକ୍ତଙ୍କୁ ଗିରଫ କରିବା ପାଇଁ ବିଭିନ୍ନ ସ୍ଥାନରେ ଚଢାଉ ମଧ୍ୟ ଜାରି ରହିଥିବା ସ୍ଥାନୀୟ ଏସ.ପି ଆଶୁତୋଷ ଶେଖର ସୂଚନା ଦେଇଛନ୍ତି ।

software engineer gang rape jharkhand: ତଦନ୍ତ ପାଇଁ ଗଠନ ହେଲା SIT

ଝାଡଖଣ୍ଡର ଏହି ୨୬ ବର୍ଷୀୟା ମହିଳା ସଫ୍ଟୱୟାର ଇଞ୍ଜିନିୟରଙ୍କୁ ୧୦ ଜଣ ଯୁବକ ଗଣଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଥିଲା । ଯୁବତୀଜଣଙ୍କ ନିଜ ବନ୍ଧୁଙ୍କ ସହ ବାହାରକୁ ବୁଲି ଯାଇଥିବା ବେଳେ ଗଣଦୁଷ୍କର୍ମର ଶିକାର ହୋଇଥିଲେ (Software engineer gang raped in Jharkhand)। ପୀଡିତାଙ୍କ ଅଭିଯୋଗ ଆଧାରରେ ପୋଲିସ ମାମଲା ରୁଜୁ କରି ଅଭିଯୁକ୍ତଙ୍କୁ ଧରିବାକୁ ପ୍ରକ୍ରିୟା ଆରମ୍ଭ କରିଥିଲା । ତେବେ ଘଟଣାର ଗମ୍ଭୀରତାକୁ ଦେଖି ଏସଆଇଟି ଗଠନ କରିଛନ୍ତି ସ୍ଥାନୀୟ ପୋଲିସ ଅଧୀକ୍ଷକ ।

ଏହା ମଧ୍ୟ ପଢନ୍ତୁ:-ଝାଡଖଣ୍ଡରେ ଲଜ୍ଜା, ମହିଳା ସଫ୍ଟୱେୟାର ଇଞ୍ଜିନିୟରଙ୍କୁ ୧୦ ଯୁବକଙ୍କ ଗଣଦୁଷ୍କର୍ମ

ସୂଚନା ଅନୁଯାୟୀ, ଗତ ୨୦ ତାରିଖରେ ଝାଡଖଣ୍ଡ ପଶ୍ଚିମ ସିଂହଭୂମି ଜିଲ୍ଲାର ଚାଇବାସା ଅଞ୍ଚଳରେ ଏହି ପାଶବିକତା ଘଟିଛି । ପୀଡିତା ଜଣକ ଏକ କମ୍ପାନୀରେ ସଫ୍ଟୱୟାର ଇଞ୍ଜିନିୟର ଭାବେ କାର୍ଯ୍ୟ କରନ୍ତି । ବର୍ତ୍ତମାନ ତାଙ୍କର ୱାର୍କ ଫ୍ରମ୍ ହୋମ୍ ଚାଲିଥିବା ବେଳେ ସେ ଘରେ ରହୁଥିଲେ । ଗତ ୨୦ ତାରିଖ ସନ୍ଧ୍ୟା ୬ଟା ବେଳେ ସେ ନିଜ ସାଙ୍ଗ ସହ ସ୍କୁଟିରେ ବାହାରକୁ ବୁଲିବାକୁ ଯାଇଥିଲେ । ଦୁଇ ବନ୍ଧୁ ରାସ୍ତାକଡରେ ଛିଡା ହୋଇ କଥା ହୋଇଥିବା ବେଳେ, ୧୦ ଜଣ ଯୁବକ ସେଠାକୁ ଆସି ଯୁବତୀଙ୍କୁ ଜଙ୍ଗଲକୁ ଉଠାଇ ନେଇ ନିସ୍ତୁକ ମାଡ ମାରିବା ସହ ଗଣଦୁଷ୍କର୍ମ କରିବା ପରେ ମୁର୍ମୁଷୁ ଅବସ୍ଥାରେ ଫିଙ୍ଗି ଦେଇ ଚାଲିଯାଇଥିଲେ ।

ଏହାପରେ ପୀଡିତା କୌଣସି ପ୍ରକାରେ ସେଠାରୁ ନିଜର ଘରକୁ ଫେରିବାକୁ ସକ୍ଷମ ହୋଇଥିଲେ । ପରିବାର ସଦସ୍ୟ ଘଟଣା ସମ୍ପର୍କରେ ଜାଣିବା ପରେ ପୋଲିସରେ ଅଭିଯୋଗ କରିଥିଲେ । ଏତଲା ଆଧାରରେ ପୋଲିସ ତଦନ୍ତ ଆରମ୍ଭ କରିଥିବା ବେଳେ ପରେ ଏସଆଇଟି ଗଠନ ହୋଇ ମାମଲାର ତଦନ୍ତ ଜାରି ରହିଛି । ଖୁବଶୀଘ୍ର ସମସ୍ତ ଅଭିଯୁକ୍ତଙ୍କୁ ଧରିବାରେ ପୋଲିସ ସଫଳ ହେବା ନେଇ ସ୍ଥାନୀୟ ଏସ.ପି କହିଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.