ହାଇଦ୍ରାବାଦ: ଏବେ ଯିଏ ଯେତେ ଦୂରରେ ରହିଲେ ବି ସମ୍ପର୍କ ସ୍ଥାପନ ହେବା ସମ୍ଭବ ହୋଇପାରିଛି । ଏଥିରେ ଗୁରୁତ୍ବପୂର୍ଣ୍ଣ ଭୂମିକା ନିର୍ବାହ କରିଛି ସମାଜିକ ଗଣମାଧ୍ୟମ । ଘଟଣାସ୍ଥଳରୁ ଖବର ସଂଗ୍ରହ କରିବାରେ ସମ୍ବାଦିକମାନଙ୍କ ପାଇଁ ଗେମ ଚେଞ୍ଜର ପାଲଟିଛି ସାମାଜିକ ଗଣାମାଧ୍ୟମ । ପ୍ରଥମେ ଫୋନ ଯୋଗେ ଲୋକ ଦୂରରେ ଥିବା ଲୋକଙ୍କ ସହିତ କଥାବାର୍ତ୍ତା ହେଉଥିଲେ । ମାତ୍ର ଯୁଗ ବଦଳିବା ସହିତ ଲୋକଙ୍କ ବ୍ୟବହାର ମଧ୍ୟ ବଦଳିଲା । ଏହାକୁ ଦୃଷ୍ଟିରେ ରଖି ସାମାଜିକ ଗଣମାଧ୍ୟମର ଆରମ୍ଭ ହେଲା । ପ୍ରତିବର୍ଷ ଜୁନ 30 ତାରିଖକୁ ବିଶ୍ବ ସାମାଜିକ ଗଣମାଧ୍ୟମ ଦିବସ ପାଳନ କରାଯାଏ ।
2010 ମସିହାରେ ମାସେବଲ ୱେବସାଇଟ୍ ଜୁନ 30 ତାରିଖକୁ ବିଶ୍ବ ସାମାଜିକ ଗଣମାଧ୍ୟମ ଦିବସ ଭାବରେ ପାଳନ କରିବା ଆରମ୍ଭ କରିଥିଲା । ସାମାଜିକ ଗଣମାଧ୍ୟମ କିପରି ବିଶ୍ବ ସ୍ତରରେ ଯୋଗାଯୋଗର ଏକ ପ୍ରମୁଖ ମାଧ୍ୟମ ପାଲଟିଛି ତା ଉପରେ ଆଲୋକପାତ କରିବା ଏହି ଦିବସର ମୁଖ୍ୟ ଲକ୍ଷ୍ୟ । ବର୍ତ୍ତମାନ ସମୟରେ ପିଲାଠାରୁ ନେଇ ବୁଢା ପର୍ଯ୍ୟନ୍ତ ସମସ୍ତଙ୍କ ଜୀବନର ଏକ ଅଙ୍ଗ ପାଲଟିଛି ସାମାଜିକ ଗଣମାଧ୍ୟମ । ପୃଥୀବିର ଯେକୌଣସି ସ୍ଥାନରେ ଥିବା ଲୋକଙ୍କୁ ଯୋଗାଯୋଗର ସୁବିଧା ପ୍ରଦାନ ପାଇଁ ବିଭିନ୍ନ ବ୍ରାଣ୍ଡ ସହିତ ନିଜ ଗ୍ରାହକଙ୍କୁ ଯୋଡିବା ଓ ସଚେତନତା ସୃଷ୍ଟି କରିବା ଦିଗରେ ସାମାଜିକ ଗଣମାଧ୍ୟମର ଭୂମିକା ଉଲ୍ଲେଖନୀୟ ।
ବର୍ତ୍ତମାନ ଦେଶରେ ପ୍ରାୟ ପ୍ରତ୍ୟେକ ଲୋକ ସାମାଜିକ ଗଣମାଧ୍ୟମରେ ସକ୍ରିୟ ଅଛନ୍ତି । ଫେସବୁକ, ଟ୍ବିଟର, ଇନଷ୍ଟାଗ୍ରାମ, ବ୍ଲଗ, ସେୟାର ଚାର୍ଟ,ୟୁଟ୍ୟୁବ, ହ୍ବାର୍ଟଅପ,ଟେଲିଗ୍ରାମ ଭଳି ଏନେକ ସୋସିଆଲ ମିଡିଆ ବ୍ୟବହାର କରୁଛନ୍ତି ଯାହା ଲୋକଙ୍କ ମଧ୍ୟରେ ଯୋଗାଯୋଗର ସୁତ୍ର ହୋଇଛି । ବର୍ତ୍ତମାନ ବିଶ୍ବରେ 433କୋଟି ଲୋକ ସମାଜିକ ଗଣାମାଧ୍ୟମରେ ସକ୍ରିୟ ଅଛନ୍ତି । ଦିନକୁ ଦିନ ସୋସିଆମ ମିଡିଆର ଲୋକପ୍ରିୟତା ବଢିବାରେ ଲାଗିଛି । ଗତ ବର୍ଷ ବିଶ୍ବରେ ଇଣ୍ଟରେନେଟ ବ୍ୟବହାରକାରୀଙ୍କ ସଂଖ୍ୟା 7.6ପ୍ରତିଶତ ବୃଦ୍ଧି ପାଇଁ 472କୋଟିରେ ପହଞ୍ଚିଛି । 2021 ଜାନୁଆରୀ ସୁଦ୍ଧା ଭାରତରେ ପ୍ରାୟ 45କୋଟି ଲୋକ ସମାଜିକ ଗଣମାଧ୍ୟମ ବ୍ୟବହାର କରୁଛନ୍ତି ।
କୋରୋନା ମହାମାରୀ କାଳରେ ଜରୁରୀ ସୁବିଧା ପାଇଁ ସାମାଜିକ ଗଣମାଧ୍ୟମ ଏକ ବରଦାନ ଭଳି ପ୍ରମାଣିତ ହୋଇଛି । ସମସ୍ତ ସକାରାତ୍ମକ ଦିଗ ବଦଳରେ ଭ୍ରାନ୍ତ ଓ ମିଛ ଖବର ପ୍ରସାରଣ ପାଇଁ ଅନେକ ସାମାଜିକ ଗଣମାଧ୍ୟମକୁ ବ୍ୟବହାର କରୁଛନ୍ତି । ତେଣୁ ଏହାର ବ୍ୟବହାରରେ ସତର୍କତା ଜରୁରୀ ହୋଇପଡିଛି ।
ବ୍ୟୁରୋ ରିପୋର୍ଟ,ଇଟିଭି ଭାରତ