ETV Bharat / bharat

ଗଣତନ୍ତ୍ରର ପର କାଟିବାକୁ ବ୍ୟବହାର ହେଉଛି ସମାଜିକ ଗଣମାଧ୍ୟମ: ସୋନିଆ

ଲୋକସଭାରେ ସୋନିଆ ଗାନ୍ଧୀଙ୍କ ବିବୃତ୍ତି । ସୋସିଆଲ ମିଡିଆରେ ବୁଲୁଛି ପଲିଟିକାଲ ନ୍ୟାରେଟିଭ । ଗଣତନ୍ତ୍ରକୁ ହ୍ୟାକ କରିବା ପାଇଁ ବ୍ୟବହାର ହେଉଛି ବୈଶ୍ବିକ ସୋସିଆଲ ମିଡିଆ ପ୍ଲାଟଫର୍ଟ । ଅଧିକ ପଢନ୍ତୁ

author img

By

Published : Mar 16, 2022, 4:19 PM IST

ଗଣତନ୍ତ୍ରକୁ ହ୍ୟାକ କରିବାରେ ବ୍ୟବହାର ହେଉଛି ସମାଜିକ ଗଣମାଧ୍ୟମ: ସୋନିଆ

ନୂଆଦିଲ୍ଲୀ: ଦେଶରେ ବ୍ୟବହୃତ ହେଉଥିବା ଲୋକପ୍ରିୟ ଗ୍ଲୋବାଲ ସୋସିଆଲ ମିଡିଆ ଫର୍ମାଟ ଫେସବୁକ, ଟ୍ବିଟର ଆଦି ରାଜନୈତିକ ଉଦ୍ଦେଶ୍ୟରେ ବ୍ୟବହାର ହେଉଛି । ସୋସିଆଲ ମିଡିଆ ବ୍ୟବହାର କରି ହୀନ ରାଜନୈତିକ ବିଚାରଧାରା ସୃଷ୍ଟି କରିବାକୁ ପ୍ରୟାସ ଜାରି ରହିଛି । ଯାହା ସମସ୍ତ ଗର୍ବଙ୍କୁ ପ୍ରଭାବିତ କରିବା ସହ ସାମାଜିକ ସଦଭାବନା ନଷ୍ଟ କରିବାରେ ଲାଗିଥିବା କହିଛନ୍ତି କଂଗ୍ରେସ ଅନ୍ତରୀଣ ଅଧ୍ୟକ୍ଷା ସୋନିଆ ଗାନ୍ଧୀ । ଆଜି ଲୋକସଭାର ଶୂନ୍ୟକାଳରେ ରାଜନୈତିକ ଦଳମାନଙ୍କ ଦ୍ବାରା ଦେଶରେ ସୋସିଆଲ ମିଡିଆର ବ୍ୟବହାର ନେଇ ସୋନିଆ ଏପରି କହିଛନ୍ତି ।

ଶୂନ୍ୟକାଳରେ ବିବୃତ୍ତି ରଖି ସୋନିଆ କହିଛନ୍ତି, ସୋସିଆଲ ମିଡିଆ ମାଧ୍ୟମରେ ଗଣତନ୍ତ୍ରକୁ ହ୍ୟାକ (ଗଣତନ୍ତ୍ରକୁ ଅଚଳ) କରିବାକୁ ପ୍ରୟାସ ଜାରି ରହିଛି । ବୈଶ୍ବିକ ସୋସିଆଲ ମିଡିଆ ଫର୍ମାଟ ଜରିଆରେ ନେତା ଓ ରାଜନୈତିକ ଦଳମାନେ ପଲିଟିକାଲ ନ୍ୟାରେଟିଭ୍‌ ସୃଷ୍ଟି କରିବାରେ ଲାଗିଛନ୍ତି । ଯାହା ଗଣତନ୍ତ୍ରର ପର କାଟିବା ପରି ସ୍ଥିତି ସୃଷ୍ଟି କରିବାକୁ ବସିଲାଣି ।

ସୋନିଆ ଏହା ମଧ୍ୟ କହିଛନ୍ତି ଫେସବୁକ ପରି ଲୋକପ୍ରିୟ ସାମାଜିକ ଗଣମାଧ୍ୟମ ସମସ୍ତ ରାଜନୈତିକ ଦଳକୁ ସମାନ ଅବସର ପ୍ରଦାନ କରିବା ପରିବର୍ତ୍ତେ ଶାସକ ଗୋଷ୍ଠୀ ବା କ୍ଷମତାରେ ଥିବା ଗୋଷ୍ଠୀର ପ୍ରରୋଚନାରେ ପରିଚାଳିତ ହେଉଛି । ଏପରି କରିବା ଦ୍ବାରା ଭାରତୀୟ ସମାଜର ଭାଇଚାରା ନଷ୍ଟ ହେବାରେ ଲାଗିଲାଣି ।

ଫେସବୁକରେ ଏକାଧିକ ନ୍ୟାରେଟିଭ (ନିର୍ଦ୍ଧିଷ୍ଟ ବିଷୟବସ୍ତୁ) କଣ୍ଟେଣ୍ଟ ସୃଷ୍ଟି କରାଯାଉଛି, ଯାହା ଯୁବକଙ୍କ ଠାରୁ ଆରମ୍ଭ କରି ବୟସ୍କଙ୍କ ପର୍ଯ୍ଯନ୍ତ ସମସ୍ତଙ୍କୁ ପ୍ରଭାବିତ କରିବାରେ ଲାଗିଛି । ସରକାର ଏଥିପ୍ରତି ଦୃଷ୍ଟି ଦେବାର ଆବଶ୍ୟକତା ରହିଛି । କ୍ଷମତରେ ଯିଏ ଥାଉ ନା କାହିଁକି ଆମକୁ ଲୋକତନ୍ତ୍ର ଓ ସାମାଜିକ ସଦଭାବନା ବଜାୟ ରଖିବାକୁ ହେବ ବୋଲି ସୋନିଆ କହିଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.