ETV Bharat / bharat

ମସୁରୀ, ଧନୌଲ୍ଟୀରେ ଭୀଷଣ ବରଫପାତ: ବଢୁଛି ପର୍ଯ୍ୟଟକଙ୍କ ସଂଖ୍ୟା - ଉତ୍ତରାଖଣ୍ଡ ମସୂରୀରେ ତୁଷାରପାତ

ଉତ୍ତରାଖଣ୍ଡର ମସୁରୀ ଓ ଧନୌଲ୍ଟୀରେ ଗୁରୁବାର ବରଫପାତ ହେଉଥିବାରୁ ପର୍ଯ୍ୟଟକଙ୍କ ସଂଖ୍ୟା ବଢିବାରେ ଲାଗିଛି । ଅଧିକ ପଢନ୍ତୁ...

Snowfall at Mussoorie, Dhanaulti in Uttarakhand
ଉତ୍ତରାଖଣ୍ଡ ମସୂରୀ, ଧନୌଲ୍ଟୀରେ ବରଫପାତ; ବଢୁଛି ପର୍ଯ୍ୟଟକଙ୍କ ସଂଖ୍ୟା
author img

By

Published : Feb 4, 2021, 8:10 PM IST

ଡେରାଡୁନ: ଉତ୍ତରାଖଣ୍ଡର ପାହାଡ଼ର ରାଣୀ ମସୁରୀରେ ଆକାଶ ମେଘାଚ୍ଛନ୍ନ ରହିଥିବାବେଳେ ଏହି ଅଞ୍ଚଳରେ ଥିବା ପର୍ଯ୍ୟଟନସ୍ଥଳୀ ଧନୌଲ୍ଟୀରେ ତୁଷାରପାତ ହେଉଛି । ଫଳରେ ପର୍ଯ୍ୟଟକମାନେ ତୁଷାରପାତର ଭରପୂର ମଜା ନେଉଥିବା ଦେଖିବାକୁ ମିଳିଛି ।

ଉତ୍ତରାଖଣ୍ଡ ମସୂରୀ, ଧନୌଲ୍ଟୀରେ ବରଫପାତ; ବଢୁଛି ପର୍ଯ୍ୟଟକଙ୍କ ସଂଖ୍ୟା

ମସୁରୀର ଲାଲ ଟିବ୍ବା, ପରି ଟିବ୍ବା, କ୍ଲାଉଡ ଓ ବିନୋଦ ଆଦି ପାହାଡିଆ ଅଞ୍ଚଳରେ ତୁଷାରପାତ ଲାଗି ରହିଛି । ଫଳରେ ଏହି ଅଞ୍ଚଳରେ ତାପମାତ୍ରା ଖସୁଥିବାରୁ ଶୀତ ବଢିବାରେ ଲାଗିଛି । ଗୁରୁବାର ସକାଳେ ଧନୌଲ୍ଟୀ ଓ ସୁରକଣ୍ଡା ଦେବୀ ଅଞ୍ଚଳରେ ତୁଷାରପାତ ଜାରି ରହିଛି । ତୁଷାରପାତ ଯୋଗୁଁ ପର୍ଯ୍ୟଟକଙ୍କ ସଂଖ୍ୟା ବୃଦ୍ଧି ପାଇବାର ସମ୍ଭାବନା ଥିବାରୁ ଯାହା ସ୍ଥାନୀୟ ଭିକ୍ଷୁକମାନଙ୍କୁ ଉପକୃତ କରିବ ବୋଲି ମସୁରୀର ସ୍ଥାନୀୟ ଲୋକମାନେ କହିଛନ୍ତି ।

ଗତ ବର୍ଷ ଅପେକ୍ଷା ଚଳିତ ବର୍ଷ ମସୁରୀରେ କମ ତୁଷାରପାତ ହୋଇଛି । ପବନ ସହିତ ତୁଷାରପାତ ହେଉଛି ବୋଲି ସ୍ଥାନୀୟ ଲୋକମାନେ କହିଛନ୍ତି । ତେବେ ତୁଷାରପାତ ହେବା ଯୋଗୁଁ ଏଠାରେ ପର୍ଯ୍ୟଟକଙ୍କ ସଂଖ୍ୟା ଧୀରେ ଧୀରେ ବଢୁଥିବା ଦେଖିବାକୁ ମିଳିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.