ETV Bharat / bharat

ସାପ ଧରାଳିଙ୍କୁ ମିଳିବ ପରିଚୟପତ୍ର, ଦିଆଯିବ ତାଲିମ - କର୍ଣ୍ଣାଟକରେ ସର୍ପ ଧରାଳି ପାଇବେ ପରିଚୟପତ୍ର

ସାପ ଧରାଳିଙ୍କୁ ମିଳିବ ପରିଚୟପତ୍ର । ନୂଆ ନିଷ୍ପତ୍ତି ନେଲେ ରାଜ୍ୟ ସରକାର । ବନ ବିଭାଗ ଅଧିକାରୀ ଦେବେ ପ୍ରଶିକ୍ଷଣ । ଅଧିକ ପଢନ୍ତୁ

କର୍ଣ୍ଣାଟକରେ ସର୍ପ ଧରାଳିଙ୍କୁ ମିଳିବ ପରିଚୟପତ୍ର, ଦିଆଯିବ ତାଲିମ
କର୍ଣ୍ଣାଟକରେ ସର୍ପ ଧରାଳିଙ୍କୁ ମିଳିବ ପରିଚୟପତ୍ର
author img

By

Published : Feb 19, 2022, 10:45 PM IST

ବେଙ୍ଗାଲୁରୁ: ସର୍ପ ଧରାଳି ପାଇବେ ପରିଚୟପତ୍ର । ବୃତ୍ତିଗତ ସାପ ଧରାଳିଙ୍କୁ ଚିହ୍ନଟ କରିବା ସହ ସେମାନଙ୍କୁ ପ୍ରଶିକ୍ଷଣ ମଧ୍ୟ ପ୍ରଦାନ କରାଯିବା ନେଇ କର୍ଣ୍ଣାଟକ ଜଙ୍ଗଲ ବିଭାଗ ପକ୍ଷରୁ ନିଷ୍ପତ୍ତି ହୋଇଛି । ବନ ବିଭାଗ ଅଧିକାରୀମାନେ ସେମାନଙ୍କୁ ତାଲିମ ଦେବ ଏବଂ ନିୟମ ଅନୁଯାୟୀ ସଂଗଠିତ କରିବ ବୋଲି ବନ ବିଭାଗର ଡେପୁଟି କନଜରଭେଟର ଡ. ଦୀନେଶ କୁମାର କହିଛନ୍ତି ।

ଦୀନେଶ କହିଛନ୍ତି , ଆମେ ଦେଖିଛୁ ଅନେକ ଲୋକ ସାପକୁ ଏକ ରୁଚି ଭାବରେ ଧରିଥାନ୍ତି । ସେମାନଙ୍କ ମଧ୍ୟରୁ ଅଧିକାଂଶ ସାପକୁ ଖାଲି ହାତରେ ମଧ୍ୟ ଧରିଥାନ୍ତି । ଏଥିସହ କିଛି ଲୋକ ସାପ ସହିତ ଷ୍ଟଣ୍ଟ କରୁଛନ୍ତି ଏବଂ ସୋସିଆଲ ମିଡିଆରେ ଫଟୋ, ଭିଡିଓ ଅପଲୋଡ୍ କରୁଛନ୍ତି, ଯାହା ଅତ୍ୟନ୍ତ ବିପଜ୍ଜନକ ।

ଅନେକ କ୍ଷେତ୍ରରେ ସେମାନେ ସାପକୁ ଜଙ୍ଗଲକୁ ଛାଡିଛନ୍ତି କି ନାହିଁ, ସାପରୁ ବିଷ ବାହାର କରୁଛନ୍ତି କି ନାହିଁ, ସାପ ବିକ୍ରି କରୁଛନ୍ତି କି ନାହିଁ ତାହାର ତଥ୍ୟ ମଧ୍ୟ ବନ ବିଭାଗ ପାଖରେ ରହୁନାହିଁ । ଏପରି ସ୍ଥଳେ ବୃତ୍ତିଗତ ସାପ ଧରାଳିଙ୍କୁ ଚିହ୍ନଟ କରି ସେମାନଙ୍କୁ ବୈଧ ସରକାରୀ ପରିଚୟପତ୍ର ପ୍ରଦାନ କରିବା ନିହାତି ଆବଶ୍ୟକ । ଜିପିଏସ୍ ଦ୍ୱାରା ସେମାନଙ୍କର ଗତିବିଧି ଉପରେ ନଜର ରଖାଯିବ । ଆମେ ସେମାନଙ୍କୁ ତାଲିମ ଦେଇ ଅଧିକ ଦକ୍ଷ କରିପାରିବୁ ବୋଲି ମଧ୍ୟ ସେ ମତ ରଖିଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.