ETV Bharat / bharat

Smart school: ଚକାଚକ୍‌ ସରକାରୀ ସ୍କୁଲ, 3D କ୍ଲାସରୁମ୍‌ରେ ପଢୁଛନ୍ତି ପିଲା - ରାଞ୍ଚିରେ ସରକାରୀ ସ୍କୁଲରେ ସ୍ମାର୍ଟ କ୍ଲାସ

ଏଣିକି ଘରୋଇ ସ୍କୁଲକୁ ମାତ ଦେବ ସରକାରୀ ସ୍କୁଲ। ପିଲାଙ୍କୁ ଆକୃଷ୍ଟ କରିବା ପାଇଁ ସ୍ମାର୍ଟ ହେଉଛି ସ୍ମାର୍ଟ ସ୍କୁଲ। ଅଧିକ ପଢ଼ନ୍ତୁ

smart school at ranchi in jharkhand
Smart school: ପିଲାଙ୍କୁ ଆକର୍ଷିତ କରୁଛି ସରକାରୀ ସ୍କୁଲ
author img

By

Published : May 1, 2022, 11:17 AM IST

ରାଞ୍ଚି: ଏଣିକି ଘରୋଇ ସ୍କୁଲକୁ ମାତ ଦେବ ସରକାରୀ ସ୍କୁଲ । ପିଲାଙ୍କୁ ଆକୃଷ୍ଟ କରିବା ପାଇଁ ସ୍ମାର୍ଟ ହେଉଛି ସ୍ମାର୍ଟ ସ୍କୁଲ । ପିଲାଙ୍କୁ ସରକାରୀ ସ୍କୁଲ ମୁହାଁ କରିବାକୁ ନିଆରା ପଦକ୍ଷେପ ନିଆଯାଇଛି । 3D କ୍ଲାସ ସାଙ୍ଗକୁ ଆଧୁନିକ ଶିକ୍ଷାର ସଂଯୋଗ କରାଯାଇଛି। ଜିଲ୍ଲା ପ୍ରଶାସନର ନୂତନ ପ୍ରୟାସ ଦ୍ବାରା ପିଲାମାନେ ମଧ୍ୟ ଆକର୍ଷିତ ହେଉଛନ୍ତି। ଦିନ ଥିଲା ସରକାରୀ ସ୍କୁଲ ପ୍ରତି ଛାତ୍ରଛାତ୍ରୀ ଓ ଅଭିଭାବକ ମୁହଁ ଫେରାଉଥିଲେ। ମାତ୍ର ବର୍ତ୍ତମାନ ସମୟ ସହ ସ୍କୁଲର ସ୍ଥିତି ବଦଳିଛି। ପିଲାମାନେ ସ୍ମାର୍ଟ କ୍ଲାସ ମାଧ୍ୟମରେ ପାଠ ପଢୁଛନ୍ତି | ସରକାରୀ ସ୍କୁଲ ଛାତ୍ରଛାତ୍ରୀଙ୍କ ଯେଉଁ ସ୍ବପ୍ନ ଥିଲା, ତାହା ବାସ୍ତବରେ ପରିଣତ ହୋଇଛି।

ଝାଡ଼ଖଣ୍ଡର ରାଜଧାନୀ ରାଞ୍ଚିର ଗ୍ରାମାଞ୍ଚଳରେ ଅବସ୍ଥିତ ଚାରୋଟି ସରକାରୀ ବିଦ୍ୟାଳୟରେ ପିଲାମାନଙ୍କୁ 3D କ୍ଲାସରେ ଅତ୍ୟାଧୁନିକ ଶିକ୍ଷା ପ୍ରଦାନ କରାଯାଉଛି। ପ୍ରାଥମିକ ପର୍ଯ୍ୟାୟରେ ଅଧାଘଣ୍ଟାର କ୍ଲାସରେ ପରିବେଶ ଏବଂ ବିଜ୍ଞାନ ବିଷୟ ଅଧ୍ୟୟନ କରାଯାଉଛି। ଏହି ମାଧ୍ୟମରେ ଛାତ୍ରଛାତ୍ରୀ କୌଣସି ବିଷୟବସ୍ତୁ ଉପରେ ସହଜରେ ବୁଝିବାକୁ ସକ୍ଷମ ହେଉଛନ୍ତି। ପ୍ରତି ବିଷୟକୁ ଭିଜୁଆଲାଇଜ କରି ପାଠ୍ୟ ପ୍ରଣାଳୀକୁ ସରଳୀକୃତ କରାଯାଇ ପାରୁଛି । ପ୍ରତି ସ୍କୁଲକୁ 20-20 ପ୍ରୋଜେକ୍ଟର ପ୍ରଦାନ କରାଯାଇଛି । ଛାତ୍ରଛାତ୍ରୀମାନେ 3D କ୍ଲାସରେ ପାଠ ପଢ଼ି ବହୁତ ଉତ୍ସାହିତ ଅଛନ୍ତି ।

ସ୍ମାର୍ଟ କ୍ଲାସରେ 3D କ୍ଲାସରେ ଯୋଗ ଦେଇ ପିଲାମାନେ ବହୁତ ଉତ୍ସାହିତ ଦେଖାଯାଉଛନ୍ତି | ସବୁ ବିଷୟକୁ ସହଜ ବୁଝିହେଉଥିବା ସେମାନେ କହିଛନ୍ତି। ଘରୋଇ ସ୍କଲରେ ସମସ୍ତ ବ୍ୟବସ୍ଥା ଉପଲବ୍ଧ ଥାଏ । ମାତ୍ର ଏଥିପାଇଁ ଅଭିଭାବକ ଅନେକ ଶୁଳ୍କ ଦେଇଥାନ୍ତି । ଏବେ ସରକାରୀ ସ୍କୁଲରେ ଏଭଳି ସୁବିଧା ମିଳୁଥିବାରୁ ପିଲାଙ୍କ ଶିକ୍ଷା ସ୍ତରରେ ଉନ୍ନତି ଆସିଥିବା ଶିକ୍ଷକ କହିଛନ୍ତି । ତେବେ ପ୍ରଥମ ପର୍ଯ୍ୟାୟରେ କେବଳ ବିଜ୍ଞାନ ଓ ପରିବେଶ ସମ୍ବନ୍ଧୀୟ ପଢା ଯାଉଥିବାବେଳେ ଆଗାମୀ ଦିନରେ ଅନ୍ୟ ବିଷୟବସ୍ତୁ ମଧ୍ୟ ସାମିଲ ହେବ ବେଲି ପ୍ରଶାସନ ପକ୍ଷରୁ କୁହାଯାଇଛି।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

author-img

...view details

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.