ETV Bharat / bharat

Lok Sabha Election 2024: ପଞ୍ଜାବରେ ମେଣ୍ଟରେ ଲଢିବେ BJP-ଅକାଳୀ ! ଚର୍ଚ୍ଚା ବଢାଇଲା ରୁପାନୀଙ୍କ ମନ୍ତବ୍ୟ - ପଞ୍ଜାବରେ BJP ଅକାଳୀ ମେଣ୍ଟ

2024ରେ ପଞ୍ଜାବରେ ମେଣ୍ଟରେ ଲଢିବେ କି BJP-ଅକାଳୀ । ରାଜ୍ୟ ପ୍ରଭାରୀ ବିଜୟ ରୁପାନୀଙ୍କ ପରୋକ୍ଷ ସଙ୍କେତ । ଏପର୍ଯ୍ୟନ୍ତ କଥାବାର୍ତ୍ତା ହୋଇନାହିଁ, ରାଜନୀତିରେ ସମୟ ଖୁବ ବଳବାନ । ଅଧିକ ପଢନ୍ତୁ

Lok Sabha Election 2024: ପଞ୍ଜାବରେ ମେଣ୍ଟରେ ଲଢିବେ BJP-ଅକାଳୀ

author img

By

Published : Jul 16, 2023, 6:58 AM IST

ଚଣ୍ଡିଗଡ: 2024 ସାଧାରଣ ନିର୍ବାଚନରେ ପଞ୍ଜବାରେ ଦେଖିବାକୁ ମିଳିପାରେ BJP-ଅକାଳୀ ଦଳ ମେଣ୍ଟ । ଭାରତୀୟ ଜନତା ପାର୍ଟି ଶିରୋମଣୀ ଅକାଳୀ ଦଳ ସହ ଆସନ ବୁଝମଣା ନେଇ ମେଣ୍ଟ କରିପାରେ ଓ ଉଭୟ ଦଳ ମେଣ୍ଟରେ ଲଢିବା ସମ୍ଭାବନାକୁ ସମ୍ପୂର୍ଣ୍ଣ ଖଣ୍ଡନ କରିନାହାନ୍ତି ଗୁଜୁରାଟର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିଜେପିର ପଞ୍ଜାବ ପ୍ରଭାରୀ ବିଜୟ ରୁପାନୀ । ଏହି ସମ୍ପର୍କିତ ଏକ ପ୍ରଶ୍ନରେ ରୁପାନୀ କହିଛନ୍ତି, ‘‘ଏପର୍ଯ୍ୟନ୍ତ ସେମିତି କିଛି କଥାବାର୍ତ୍ତା ହୋଇନାହିଁ, କିନ୍ତୁ ରାଜନୀତିରେ ସମୟ ଖୁବ ବଳବାନ ।’’ ରୁପାନୀଙ୍କ ଏହି ପରୋକ୍ଷ ମନ୍ତବ୍ୟ ରାଜ୍ୟରେ ପୁଣି ଥରେ ଭାରତୀୟ ଜନତା ପାର୍ଟି ଓ ଶିରୋମଣୀ ଅକାଳୀ ମେଣ୍ଟର ସମ୍ଭାବନାକୁ ବଢାଇଛି । ନିକଟରେ ପଞ୍ଜାବ କଂଗ୍ରେସର ପୂର୍ବତନ ବରିଷ୍ଠ ନେତା ସୁନିଲ ଜାଖଡ ଭାରତୀୟ ଜନତା ପାର୍ଟିରେ ସାମିଲ ହୋଇଥିଲେ । ଦଳ ନିକଟରେ ତାଙ୍କୁ ପଞ୍ଜାବ ପ୍ରଦେଶ ବିଜେପି ଅଧ୍ୟକ୍ଷ ଭାବେ ଦାୟିତ୍ବ ପ୍ରଦାନ କରିଛି । ଏହା ଏକ ବେଶ ଭଲ ନିଷ୍ପତ୍ତି ବୋଲି ମଧ୍ୟ ରୁପାନୀ କହିଛନ୍ତି ।

ଗତକାଲି(ଶନିବାର) ଏକ ସାମ୍ବାଦିକ ସମ୍ମିଳନୀରେ ଏକାଧିକ ପ୍ରସଙ୍ଗରେ ଉତ୍ତର ରଖି ରୁପାନୀ କହିଛନ୍ତି, ‘ପଞ୍ଜାବରେ ଭୋଟବ୍ୟାଙ୍କ ରାଜନୀତିରୁ ବିକାଶର ରାଜନୀତି ଆରମ୍ଭ ହେବ । ପଞ୍ଜାବବାସୀ ଏବେ ଆମ ଆଦମୀ ପାର୍ଟି ଶାସନରେ ଅସନ୍ତୁଷ୍ଟ ଅଛନ୍ତି । ସେମାନେ ଆମ ଆଦମୀ ପାର୍ଟିକୁ ଜନାଦେଶ ଦେଇ ଅନୁତାପ ମଧ୍ୟ କରୁଛନ୍ତି । ରାଜ୍ୟରେ ଏକ ଭଲ ଚେହେରା ବିଜେପି ରାଜ୍ୟବାସୀଙ୍କୁ ସମ୍ମୁଖକୁ ଆଣିବ । ରାଜ୍ୟରେ ଭୋଟବ୍ୟାଙ୍କ ରାଜନୀତି ପରିବର୍ତ୍ତେ ବିକାଶମୂଳକ ରାଜନୀତି ଆରମ୍ଭ ହେବ ।’

ଏହା ମଧ୍ୟ ପଢନ୍ତୁ:-Yamuna Flood Politics: ‘କେନ୍ଦ୍ର-ହରିୟାଣା ସରକାରଙ୍କ ଷଡଯନ୍ତ୍ର, ଭାସୁଛି ଦିଲ୍ଲୀ’

ସେହିପରି ସେ ଦଳର ରାଜ୍ୟ ସାଙ୍ଗଠନିକ ପରିବର୍ତ୍ତନକୁ ମଧ୍ୟ ବେଶ ଭଲ ନିଷ୍ପତ୍ତି ବୋଲି କହିଛନ୍ତି । ସାଙ୍ଗଠନିକ ପରିବର୍ତ୍ତନ ଭାରତୀୟ ଜନତା ପାର୍ଟିରେ ଏକ ନିୟମିତ ପ୍ରକ୍ରିୟା । ଜାଖଡ ଜଣେ ଦୃଢ ନେତା । ଜାଖଡ ନିଜେ ଓ ତାଙ୍କ ପିତା ପଞ୍ଜାବ ଓ ଦେଶର ସେବା କରିଛନ୍ତି । ସେମାନଙ୍କର ଏକ ସ୍ବଚ୍ଛ ରାଜନୈତିକ ଭାବମୂର୍ତ୍ତି ରହିଛି । ଏକାଧିକ ଥରେ ସେ ସାଂସଦ ଓ ବିଧାୟକ ଭାବେ ନିର୍ବାଚିତ ହୋଇ ରାଜ୍ୟବାସୀଙ୍କ ସେବା କରିଛନ୍ତି । ଦୀର୍ଘ ରାଜନୈତିକ ଅନୁଭବ ମଧ୍ୟ ତାଙ୍କର ରହିଛି । ସେଥିପାଇଁ ତାଙ୍କ ଭାରତୀୟ ଜନତା ପାର୍ଟି ରାଜ୍ୟରେ ଦଳର ନେତୃତ୍ବ ଦେବା ପାଇଁ ସ୍ଥିର କଲା । ତାଙ୍କର ନେତୃତ୍ବ ଓ ଅଭିଜ୍ଞତା ଦଳକୁ ଲାଭ ଦେବ । ତେବେ ସେ ଅକାଳୀ ଦଳ ସହ ମେଣ୍ଟ ପ୍ରସଙ୍ଗ ପ୍ରଶ୍ନରେ ସିଧା ଉତ୍ତର ରଖିନଥିଲେ ସୁଦ୍ଧା ମେଣ୍ଟ ସମ୍ଭାବନାକୁ ମଧ୍ୟ ଖଣ୍ଡନ କରିନାହାନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.