ETV Bharat / bharat

କୋରୋନା ସଙ୍କଟ ନେଇ ସ୍ବାସ୍ଥ୍ୟବିଭାଗକୁ ଚିଦାମ୍ବରମଙ୍କ ପ୍ରଶ୍ନବାଣ - corona

ଦେଶରେ କୋରୋନା ସଙ୍କଟକୁ ନେଇ କେନ୍ଦ୍ରୀୟ ମନ୍ତ୍ରୀ ଓ କଂଗ୍ରେସ ନେତା ପି. ଚିଦାମ୍ବରମ ପ୍ରଧାନମନ୍ତ୍ରୀଙ୍କ ଉପରେ ବର୍ଷିଛନ୍ତି । ଏହା ସହିତ ସ୍ବାସ୍ଥ୍ୟମନ୍ତ୍ରୀ ହର୍ଷବର୍ଦ୍ଧନଙ୍କ ଉପରେ ମଧ୍ୟ ପ୍ରଶ୍ନ ଉଠାଇଛନ୍ତି । ଅଧିକ ପଢନ୍ତୁ...

କଂଗ୍ରେସ ନେତା ପି. ଚିଦାଦମ୍ବରମ
କଂଗ୍ରେସ ନେତା ପି. ଚିଦାଦମ୍ବରମ
author img

By

Published : Apr 18, 2021, 2:12 PM IST

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶନିବାର ଦେଶର କୋଭିଡ ସ୍ଥିତି ଓ ଟୀକାକରଣ ସ୍ଥିତି ସମୀକ୍ଷା କରିଛନ୍ତି । ଦେଶରେ କୋରୋନା ସଂଙ୍କଟକୁ ନେଇ କେନ୍ଦ୍ରୀୟ ମନ୍ତ୍ରୀ ଓ କଂଗ୍ରେସ ନେତା ପି. ଚିଦାମ୍ବରମ ପ୍ରଧାନମନ୍ତ୍ରୀଙ୍କ ଉପରେ ବର୍ଷିଛନ୍ତି । ଏହା ସହିତ ସ୍ବାସ୍ଥ୍ୟମନ୍ତ୍ରୀ ହର୍ଷବର୍ଦ୍ଧନଙ୍କ ଉପରେ ମଧ୍ୟ ପ୍ରଶ୍ନ ଇଠାଇଛନ୍ତି ।

ପି. ଚିଦାମ୍ବରମ ଟ୍ବିଟ କରି କହିଛନ୍ତି ଯେତେବେଳ ଡାକ୍ତରଖାନାରେ ଟିକା ସମାପ୍ତ ହୋଇଥିବାର ବୋର୍ଡ ଲାଗିଛି ସେତେବେଳେ ସ୍ବାସ୍ଥ୍ୟମନ୍ତ୍ରୀ ଟିକାର ଅଭାବ ନ ଥିବା କଥା କହିଛନ୍ତି । ସ୍ବାସ୍ଥ୍ୟମନ୍ତ୍ରୀଙ୍କ କହିବା ଅନୁସାରେ ଦେଶରେ ଟିକା, ଅମ୍ଳଜାନ, ରେମିଡିସଭିର, ଡାକ୍ତରଖାନାରେ ଶଯ୍ୟା, ଡାକ୍ତର ଏବଂ ନର୍ସମାନଙ୍କର କୌଣସି ଅଭାବ ନାହିଁ। କେବଳ ରୋଗୀଙ୍କର ଅଭାବ ରହିଛି । ମୁଁ ପ୍ରଧାନମନ୍ତ୍ରୀଙ୍କୁ ଧନ୍ୟବାଦ ଦେଉଛି ଯେ ସେ କିଛି ସମୟ ବଙ୍ଗ ଯୁ୍ଦ୍ଧ ଛାଡି କୋରୋନା ମହାମାରୀ ପାଇଁ କିଛି ସମୟ ଦେଲେ ।

ପ୍ରକାଶ ଥାଉ କି,ଦେଶରେ କୋଭିଡ -19 ର ରେକର୍ଡ ନୂଆ ମାମଲାକୁ ଦୃଷ୍ଟିରେ ରଖି ଶନିବାର ଏକ ଉଚ୍ଚ ସ୍ତରୀୟ ବୈଠକ କରିଥିଲେ । ଟିକା ଉତ୍ପାଦନ ବୃଦ୍ଧି ପାଇଁ ସରକାରୀ ଏବଂ ବେସରକାରୀ କ୍ଷେତ୍ରରେ ଉପଲବ୍ଧ ସମସ୍ତ ସାମର୍ଥ୍ୟକୁ ବ୍ୟବହାର କରିବାକୁ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ ପ୍ରଧାନମନ୍ତ୍ରୀ । ଗତ ବର୍ଷ କୋଭିଡ -19 ମହାମାରୀକୁ ଭାରତ ଏକଜୁଟ କରି ପରାସ୍ତ କରିଥିଲା ​​ଏବଂ ଏଥର ମଧ୍ୟ ଏହାକୁ ପରାସ୍ତ କରିବୁ । ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.