ETV Bharat / bharat

ଲୋକସଭାରେ ବଦଳିବ କଂଗ୍ରେସର ନେତୃତ୍ବ, ରେସ୍‌ରେ G-23 ନେତା !

ଜୁଲାଇ 14ରେ ବସିବ କଂଗ୍ରେସର ସଂସଦୀୟ ରଣନୀତି ଗ୍ରୁପ ବୈଠକ । ହାଇକମାଣ୍ଡ ସୋନିଆ ଗାନ୍ଧୀଙ୍କ ନେତୃତ୍ବରେ ବସୁଥିବା ଏହି ବୈଠକରେ ଲୋକସଭାରେ ନେତୃତ୍ବ ପରିବର୍ତ୍ତନ ଉପରେ ନିଆଯାଇପାରେ ବଡ ନିଷ୍ପତ୍ତି । ଅଧିକ ପଢନ୍ତୁ...

ଲୋକସଭାରେ ବଦଳିବ କଂଗ୍ରେସର ନେତୃତ୍ବ, ରେସ୍‌ରେ G-23 ନେତା !
ଲୋକସଭାରେ ବଦଳିବ କଂଗ୍ରେସର ନେତୃତ୍ବ, ରେସ୍‌ରେ G-23 ନେତା !
author img

By

Published : Jul 12, 2021, 9:05 PM IST

ନୂଆଦିଲ୍ଲୀ: ଆସନ୍ତା 19ରୁ ସଂସଦରେ ମୌସୁମୀ ଅଧିବେଶନ । ଜନସଂଖ୍ୟା ନିୟନ୍ତ୍ରଣ ବିଧେୟକ ସମେତ ଅନେକ ଗୁରୁତ୍ବପୂର୍ଣ୍ଣ ବିଲ୍‌ ଉପରେ ହୋଇପାରେ ଚର୍ଚ୍ଚା । ଏଥିପାଇଁ ସରକାରଙ୍କୁ ଘେରିବାକୁ ଜୋରଦାର ପ୍ରୟାସ କରିବେ ବିରୋଧୀ । ଏହାପୂର୍ବରୁ କଂଗ୍ରେସରେ ଆରମ୍ଭ ହୋଇଯାଇଛି ହଲଚଲ ।

ଜୁଲାଇ 14ରେ ବସିବ କଂଗ୍ରେସର ସଂସଦୀୟ ରଣନୀତି ଗ୍ରୁପ ବୈଠକ । ହାଇକମାଣ୍ଡ ସୋନିଆ ଗାନ୍ଧୀଙ୍କ ନେତୃତ୍ବରେ ବସୁଥିବା ଏହି ବୈଠକରେ ଲୋକସଭାରେ ନେତୃତ୍ବ ପରିବର୍ତ୍ତନ ଉପରେ ନିଆଯାଇପାରେ ବଡ ନିଷ୍ପତ୍ତି । ଏହାସହିତ ଲୋକସଭା ଟିମ୍‌ରେ ଅନ୍ୟ ପରିବର୍ତ୍ତନର ମଧ୍ୟ ସମ୍ଭାବନା ରହିଛି ।

ପଶ୍ଚିମବଙ୍ଗରୁ ସାଂସଦ ଅଧୀର ରଞ୍ଜନ ଚୌଧୁରୀ ଲୋକସଭାରେ କଂଗ୍ରେସର ନେତା ଅଛନ୍ତି । ଏହାସହ ପଶ୍ଚିମବଙ୍ଗ ପ୍ରଦେଶ କଂଗ୍ରେସ କମିଟିର ଅଧ୍ୟକ୍ଷ ପଦ ମଧ୍ୟ ସମ୍ଭାଳୁଛନ୍ତି ଅଧୀର ରଞ୍ଜନ । ତେବେ ଅଧିରଙ୍କୁ ବାଦ ଦେଇ ଲୋକସଭାରେ କାହାକୁ କଂଗ୍ରେସ ନେତା ଭାବରେ ଚୟନ କରିବ ତାକୁ ନେଇ ପ୍ରଶ୍ନ ଉଠୁଛି ।

ସେପଟେ କଂଗ୍ରେସରେ କଳହ ଥମିବାକୁ ନାଁ ନେଉନାହିଁ । ନେତୃତ୍ବ ସଙ୍କଟକୁ ନେଇ ଆଭ୍ୟନ୍ତରୀଣ ବିବାଦ ଲାଗିରହିଛି । ଜି-23 ନେତାମାନେ ଦଳରେ ସ୍ଥାୟୀ ଅଧ୍ୟକ୍ଷ ଚୟନ ସହ ଗାନ୍ଧୀ ପରିବାର ବାହାରୁ ଚେହେରାର ଚୟନ ଉପରେ ଦାବି କରୁଛନ୍ତି । ଏଭଳିସ୍ଥିତିରେ ଅସନ୍ତୁଷ୍ଟ ନେତାଙ୍କ ମଧ୍ୟରୁ କାହାରି ଜଣଙ୍କୁ ଲୋକସଭା ନେତା ପଦରେ ଦାୟିତ୍ବ ଦେଇ କଳହ କମାଇବାକୁ ପ୍ରୟାସ କରିବ କଂଗ୍ରେସ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.