ETV Bharat / bharat

କୃଷକ ଆନ୍ଦୋଳନ: ଆଲୋଚନା ପାଇଁ ମୋଦିଙ୍କୁ ଚାଷୀଙ୍କ ଚିଠି - ମୋଦିଙ୍କୁ ଚାଷୀଙ୍କ ଚିଠି

କୃଷି ଆଇନ ବିରୋଧରେ ପୁଣି ଆଲୋଚନା କରିବା ପାଇଁ ମୋଦିଙ୍କୁ ସଂଯୁକ୍ତ କିଷାନ ମୋର୍ଚ୍ଚା ଚିଠି ଲେଖିଛି । ଅଧିକ ପଢନ୍ତୁ

ଚାଷୀ ଆନ୍ଦୋଳନ: ଆଲୋଚନା ପାଇଁ ମୋଦିଙ୍କୁ ଚାଷୀଙ୍କ ଚିଠି

author img

By

Published : May 22, 2021, 1:21 PM IST

ନୂଆଦିଲ୍ଲୀ: କେନ୍ଦ୍ର ସରକାରଙ୍କ 3ଟି କୃଷି ଆଇନ ବିରୋଧରେ ସିଘୁଂ ସୀମାରେ ଚାଷୀମାନେ ଆନ୍ଦୋଳନ ଜାରି ରଖିଛନ୍ତି । ଏହି ଘଟଣାରେ ପୁଣି ପ୍ରଧାନମନ୍ତ୍ରୀଙ୍କ ସହିତ ଆଲୋଚନା କରିବା ପାଇଁ ଶୁକ୍ରବାର ଚାଷୀଙ୍କ ଦଳ ସଂଯୁକ୍ତ କିଷାନ ମୋର୍ଚ୍ଚା(SKM) ଚିଠି ଲେଖିଛି । ତେବେ ସରକାରଙ୍କ ତରଫରୁ ଏ ନେଇ ସକରାତ୍ମକ ପ୍ରତିକ୍ରିୟା ନ ମିଳିଲେ ସେ ଆନ୍ଦୋଳନକୁ ଆହୁରି ତୀବ୍ର କରିବେ ବୋଲି କହିଛନ୍ତି ।

କେନ୍ଦ୍ର ସରକାରଙ୍କ 3ଟି ଆଇନକୁ ପ୍ରତ୍ୟାହାର କରିବା ଦାବିରେ ଚାଷୀମାନେ ଆନ୍ଦୋଳନକୁ ଗତ 6 ମାସ ଧରି ଜାରି ରଖିଛନ୍ତି । କୋରୋନା ମହାମାରୀ ପାଇଁ ସିଘୁଂ ସୀମାରେ ଆନ୍ଦୋଳନ କରୁଥିବା ଅନେକ ଚାଷୀଙ୍କର ମୃତ୍ୟୁ ଘଟିଲାଣି । ଏଥିଲାଗି SKM ପକ୍ଷରୁ ସରକାରଙ୍କ ସହିତ ଆଲୋଚନା କରିବା ପାଇଁ ନିଷ୍ପତ୍ତି ନିଆଯାଇଛି । ସେମାନେ ନିଜ ବୃତ୍ତି, ଆଗାମୀ ପିଢି ଓ ନିଜ ଜୀବନ ପାଇଁ ଆନ୍ଦୋଳନ ଜାରି ରଖିଛନ୍ତି । ଏଣୁ କୋରୋନାରେ ମୃତ୍ୟୁ ହୋଇଥିବା ଚାଷୀଙ୍କ ଜୀବନ ପାଇଁ ସେ କାହାରିକୁ ଦାୟୀ କରିବାକୁ ଚାହୁଁନଥିବା କହିଛନ୍ତି ।

SKMର 9 ପ୍ରମୁଖ ଚାଷୀ ନେତା ପ୍ରଧାନମନ୍ତ୍ରୀଙ୍କ ସହିତ କୃଷି ଆଇନ ବିରୋଧରେ ଆଲୋଚନା କରିବା ପାଇଁ ଚିଠି ଲେଖିଛନ୍ତି । ମେ 25 ତାରିଖ ମଧ୍ୟରେ ସେ ସରକାରଙ୍କ ନିକଟରୁ ସକରାତ୍ମକ ପ୍ରତିକ୍ରିୟା ଆଶା ରଖିଛନ୍ତି । ଯଦି ଏପରି ନ ହୁଏ ତେବେ ସେମାନେ କୃଷି ଆଇନ ବିରୋଧରେ 6 ମାସ ତଳୁ ଆନ୍ଦୋଳନ କରିଥିବା ଦିନ ଅର୍ଥାତ 26 ତାରିଖକୁ ବ୍ଲାକ ଫ୍ଲାଗ ଡେ ବା କଳା ପତାକା ଦିବସ ଭାବେ ପାଳନ କରିବେ ବୋଲି କହିଛନ୍ତି ।

ତେବେ ସୂଚନା ଥାଇ କି ଚାଷୀ ଓ ସରକାରଙ୍କ ମଧ୍ୟରେ ଗତ ଜାନୁଆରୀ 22 ତାରିଖରେ 11ତମ ବୈଠକ ହୋଇଥିବା ପରେ ମଧ୍ୟ କୌଣସି ନିଷ୍କର୍ସ ବାହାରିନଥିଲା । ସରକାର କୃଷି ଆଇନକୁ ପ୍ରତ୍ୟାହାର କରିବା ପାଇଁ ରାଜି ହେଉନଥିବା ବେଳେ ଚାଷୀମାନେ ଏହାକୁ ପ୍ରତ୍ୟାହାର କରିବା ପାଇଁ ଦାବି କରିଆସୁଛନ୍ତି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.