ETV Bharat / bharat

ଶେଷ ହୋଇପାରେ ଚାଷୀ ଆନ୍ଦୋଳନ, ଆଜି ନିଷ୍ପତ୍ତି ନେବ SKM

author img

By

Published : Dec 8, 2021, 8:58 AM IST

ସିଙ୍ଘୁ ସୀମାରେ ବର୍ଷ ହେବ ଚାଲୁଥିବା ଚାଷୀ ଆନ୍ଦୋଳନ (Farmers protest) ଆଜି (ବୁଧବାର) ଶେଷ ହୋଇପାରେ । ଆଜି ପୁଣି ଏକ ବୈଠକ କରିବ SKM । ଆନ୍ଦୋଳନ ବନ୍ଦ କରିବା ପାଇଁ ଆଜି ବିଦ୍ଧିବଦ୍ଧ ଭାବରେ ଘୋଷଣା ହେବ । ଅଧିକ ପଢନ୍ତୁ

ଶେଷ ହୋଇପାରେ ଚାଷୀ ଆନ୍ଦୋଳନ
ଶେଷ ହୋଇପାରେ ଚାଷୀ ଆନ୍ଦୋଳନ

ନୂଆଦିଲ୍ଲୀ: ସିଙ୍ଘୁ ସୀମାରେ ଏକ ବର୍ଷ ହେବ ଚାଲୁଥିବା କୃଷକ ଆନ୍ଦୋଳନ(Farmers protest) ଆଜି(ବୁଧବାର) ଶେଷ ହୋଇପାରେ । ଗତକାଲି ସଂଯୁକ୍ତ କିଷାନ ମୋର୍ଚ୍ଚାର (Samyukt Kisan Morcha)ବୈଠକରେ ଏ ନେଇ ଆଲୋଚନା ହୋଇଥିଲା । ଆଜି ପୁଣି ଏକ ବୈଠକ କରିବ SKM । ଆନ୍ଦୋଳନ ବନ୍ଦ କରିବା ପାଇଁ ଆଜି ବିଦ୍ଧିବଦ୍ଧ ଭାବରେ ଘୋଷଣା ହେବ ।

ତିନି ବିବାଦୀୟ କୃଷି ଆଇନ ପ୍ରତ୍ୟାହାର (Farm Laws Repeal) ପରେ କୃଷକମାନଙ୍କ ଅବଶିଷ୍ଟ ଦାବି ପୂରଣ ପାଇଁ ସଂଯୁକ୍ତ କିଷାନ ମୋର୍ଚ୍ଚା ଦ୍ବାରା ୫ ଜଣିଆ କମିଟିକୁ କେନ୍ଦ୍ର ସରକାର ଲିଖିତ ପ୍ରସ୍ତାବ ଦେଇଛନ୍ତି । ଏହାପରେ ଆନ୍ଦୋଳନ ବନ୍ଦ କରିବା ନେଇ ବିଚାର ବିମର୍ଶ କରାଯାଉଛି । କେନ୍ଦ୍ର ସରକାର ସର୍ବନିମ୍ନ ସହାୟକ ମୂଲ୍ୟ (ଏମସିପି) ଉପରେ ଆଇନଗତ ଗ୍ୟାରେଣ୍ଟି ପ୍ରଦାନ ପାଇଁ ଲିଖିତ ପ୍ରତିଶ୍ରୁତି ଦେବାକୁ ସମ୍ମତି ପ୍ରକାଶ କରିଛନ୍ତି । କୌଣସି ରାଜିନାମା ବିନା ଆନ୍ଦୋଳନ ପ୍ରତ୍ୟାହାର କରିବା ଉପରେ ନିଷ୍ପତ୍ତି ହୋଇନାହିଁ । ଆଜି ଅପରାହ୍ନରେ ପୂର୍ନବାର ଏକ ବୈଠକ ଡାକିଛି ସଂଯୁକ୍ତ କିଷାନ ମୋର୍ଚ୍ଚା ।

କୃଷି ଆଇନ ପ୍ରତ୍ୟାହାର ପରେ ବି ଧାରଣାରୁ ଓହ୍ଲାଇ ନଥିଲେ ଚାଷୀ । ଏମଏସପି ଗ୍ୟାରେଣ୍ଟି, ବିଦ୍ୟୁତ ସଂଶୋଧନ ବିଲ୍ ପ୍ରତ୍ୟାହାର, ଆନ୍ଦୋଳନରେ ପ୍ରାଣ ହରାଇଥିବା ଚାଷୀଙ୍କୁ କ୍ଷତିପୂରଣ, ଚାଷୀଙ୍କ ଉପରୁ ମିଥ୍ୟା ହଟାଇବା, ମୃତ ଚାଷୀଙ୍କ ସ୍ମୃତିରେ ସିଙ୍ଘୁ ସୀମାରେ ସ୍ମାରକୀ ପ୍ରତିଷ୍ଠା କରିବା ଦାବିରେ ଅଟଳ ରହି ଚାଷୀ ଆନ୍ଦୋଳନ ଶେଷ କରି ନାହାନ୍ତି । ଆଜି ଏ ନେଇ ଏକ ବୈଠକ ହେବ ବୋଲି ସ୍ପଷ୍ଟ କରିଛନ୍ତି ଭାରତୀୟ କିଷାନ ନେତା ରାକେଶ ଟିକାୟତ । ବୈଠକରେ ଭାବିଷ୍ୟତ କାର୍ଯ୍ୟ ପନ୍ଥା ସ୍ଥିର ହେବ । ଆଗକୁ ଆନ୍ଦୋଳନ ଜାରି ରହିବ ନା ବନ୍ଦ ହେବ ସେ ନେଇ ଚୂଡାନ୍ତ ନିଷ୍ପତ୍ତି ହେବ । ବୈଠକରେ ସାକାରତ୍ମକ ନିଷ୍ପତ୍ତି ଆସିବ ଯାହା ସମସ୍ତେ ମାନିବେ ବୋଲି କହିଛନ୍ତି ରିକେଶ ଟିକାୟତ ।

୨୦୨୦ ସେପ୍ଟେମ୍ବରେ କେନ୍ଦ୍ର ସରକାର ୩ ବିବାଦୀୟ କୃଷି ଆଇନ ଆଣିଥିଲେ । ସେବେଠଉ କୃଷକମାନେ ଏହାକୁ ବିରୋଧ କରି ପ୍ରତ୍ୟାହାର ଦାବିରେ ଅଡି ବସିଥିଲେ । ପାଖାପାଖି ବର୍ଷେ ହେବ ସିଙ୍ଘୁ ସୀମାରେ ଆନ୍ଦୋଳନ ଚଳାଇଛନ୍ତି ଚାଷୀ । ଗତ ନଭେମ୍ବର ୧୯ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କୃଷି ଆଇନକୁ ପ୍ରତ୍ୟାହାର କରିବା ପାଇଁ ଘୋଷଣା କରିଥିଲେ । ଏହାପରେ ସଂସଦ ଶୀତ ଅଧିବେଶନର ପ୍ରଥମ ଦିନରେ ଏ ସମ୍ପର୍କିତ ବିଲ ପାରିତ ହୋଇଥିଲା । ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ ମୋହର ପରେ ଏହା ଆନୁଷ୍ଠାନିକ ଭାବେ ଉଚ୍ଛେଦ ହୋଇଛି ।

ବ୍ୟୁରୋ ରିପୋର୍ଟ,ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.