ETV Bharat / bharat

ଷଷ୍ଠ ପର୍ଯ୍ୟାୟ ଆଲୋଚନା ଶେଷ, ଦୁଇଟି ପ୍ରସଙ୍ଗରେ ସମ୍ମତି

author img

By

Published : Dec 30, 2020, 8:05 PM IST

ଚାଷୀ ଓ କେନ୍ଦ୍ର ସରକାରଙ୍କ ମଧ୍ୟରେ ହୋଇଥିବା ଷଷ୍ଠ ପର୍ଯ୍ୟାୟ ଆଲୋଚନା ପୁଣି ବିଫଳ ହୋଇଛି । ତେବେ ଏହି ଆଲୋଚନାରୁ କିଛିଟା ସକରାତ୍ମକ ନିଷ୍କର୍ସ ବାହାରିଥିବା ନେଇ ସୂଚନା ମିଳିଛି। ଅଧିକ ପଢ଼ନ୍ତୁ...

sixth round meeting between farmer and central government concluded
ଷଷ୍ଠ ପର୍ଯ୍ୟାୟ ଆଲୋଚନା ଶେଷ, ଦୁଇଟି ପ୍ରସଙ୍ଗରେ ସମ୍ମତି

ନୂଆଦିଲ୍ଲୀ : ଚାଷୀ ଓ କେନ୍ଦ୍ର ସରକାରଙ୍କ ମଧ୍ୟରେ ହୋଇଥିବା ଷଷ୍ଠ ପର୍ଯ୍ୟାୟ ଆଲୋଚନା ପୁଣି ବିଫଳ ହୋଇଛି । ତେବେ ଏହି ଆଲୋଚନାରୁ କିଛିଟା ସକରାତ୍ମକ ନିଷ୍କର୍ସ ବାହାରିଥିବା ନେଇ ସୂଚନା ମିଳିଛି। ଆଜି(ବୁଧବାର) ଚାଷୀଙ୍କ ମୁଖ୍ୟତଃ 4ଟି ଦାବିକୁ ନେଇ ଆଲୋଚନା ହୋଇଥିଲା। ସେଥି ମଧ୍ୟରୁ 2ଟି ଦାବିକୁ ନେଇ ଉଭୟ ସରକାର ଓ ଚାଷୀଙ୍କ ମଧ୍ୟରେ ସହମତି ହୋଇଛି। ଏନେଇ କେନ୍ଦ୍ର କୃଷିମନ୍ତ୍ରୀ ନରେନ୍ଦ୍ର ସିଂହ ତୋମାର ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି।

ପୁଣି ଥରେ ଜାନୁଆରୀ 4 ତାରିଖରେ ଚାଷୀ ପ୍ରତିନିଧି ଓ କେନ୍ଦ୍ର ସରକାରଙ୍କ ମଧ୍ୟରେ ସପ୍ତମ ପର୍ଯ୍ୟାୟ ଆଲୋଚନା ହେବ। ଷଷ୍ଠ ପର୍ଯ୍ୟାୟ ଆଲୋଚନାରେ କିଛିଟା ସକରାତ୍ମକ ନିଷ୍କର୍ସ ବାହାରିପାରେ ବୋଲି ଆଲୋଚନା ହେଉଥିଲା। ଚାଷୀ ପ୍ରତିନିଧି ଓ କେନ୍ଦ୍ରମନ୍ତ୍ରୀ ମିଶି ମଧ୍ୟାହ୍ନ ଭୋଜନ କରୁଥିବା ଚିତ୍ର ଦେଖିବାକୁ ମିଳିଥିଲା ।

ସେପଟେ ଆନ୍ଦୋଳନ ବେଳେ ପ୍ରାଣ ହରାଇଥିବା ଚାଷୀଙ୍କୁ କ୍ଷତିପୂରଣ ଦେବାକୁ ଦାବି କରିଥିଲେ ଚାଷୀ ପ୍ରତିନିଧି। ଦୁଇଟି ପ୍ରସଙ୍ଗରେ ଚାଷୀଙ୍କ ସମ୍ମତି ପରେ କେନ୍ଦ୍ରକୁ କିଛିଟା ଆଶ୍ବସ୍ତି ମିଳିଥିବା ଆଲୋଚନା ହେଉଛି। ତେବେ କେଉଁ ଦୁଇଟି ପ୍ରସଙ୍ଗକୁ ନେଇ ଚାଷୀ ପ୍ରତିନିଧି ଓ କେନ୍ଦ୍ର ସରକାରଙ୍କ ମଧ୍ୟରେ ସମ୍ମତି ହୋଇଛି, ସେନେଇ କୌଣସି ସୂଚନା ମିଳିନାହିଁ। ନୂତନ କୃଷି ଆଇନକୁ ନେଇ ଗତ 35 ଦିନ ହେଲା ଚାଷୀମାନେ ଆନ୍ଦୋଳନ ଜାରି ରଖିଛନ୍ତି। ନୂତନ କୃଷି ଆଇନ ପ୍ରତ୍ୟାହାର ନହେବା ଯାଏଁ ଆନ୍ଦୋଳନ ଜାରି ରହିବ ବୋଲି ଚାଷୀମାନେ ଚେତାବନୀ ଦେଇଛନ୍ତି।

@ani

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.