ETV Bharat / bharat

6 ବ୍ରିଟେନ ଫେରନ୍ତାଙ୍କ ନିକଟରେ କୋରୋନାର ନୂଆ ଷ୍ଟ୍ରେନ ଚିହ୍ନଟ - କୋରୋନାର ନୂଆ ଷ୍ଟ୍ରେନ ଚିହ୍ନଟ

ଭାରତରେ ଚିନ୍ତା ବଢାଇଲେ ବ୍ରିଟେନ ଫେରନ୍ତା । ସଂକ୍ରମଣ ହ୍ରାସ ପାଉଥିବା ବେଳେ ଆଜି 6 ବ୍ରିଟେନ ଫେରନ୍ତାଙ୍କ ନିକଟରେ କୋରୋନାର ନୂଆ ଷ୍ଟ୍ରେନ ଚିହ୍ନଟ କରାଯାଇଛି । ଅଧିକ ପଢନ୍ତୁ...

6 ବ୍ରିଟେନ ଫେରନ୍ତାଙ୍କ ନିକଟରେ ଚିହ୍ନଟ କୋରୋନାର ନୂଆ ଷ୍ଟ୍ରେନ ଚିହ୍ନଟ

author img

By

Published : Dec 29, 2020, 10:46 AM IST

Updated : Dec 29, 2020, 11:05 AM IST

ନୂଆଦିଲ୍ଲୀ: ଭାରତରେ କୋରୋନାର ନୂଆ ଷ୍ଟ୍ରେନ ଚିହ୍ନଟ । ବ୍ରିଟେନ ଫେରନ୍ତାଙ୍କ ନିକଟରୁ ଚିହ୍ନଟ ହେଲା ନୂଆ ଷ୍ଟ୍ରେନ । ହାଇଦ୍ରାବାଦରୁ 2, ପୁନେରୁ ଜଣେ ଓ ବେଙ୍ଗାଲୁରୁର 3 ଜଣ କୋରୋନାର ନୂତନ ଭୂତାଣୁ ସଂସ୍ପର୍ଶରେ ଆସି ସଂକ୍ରମିତ ହୋଇଛନ୍ତି । ୟୁକେରୁ ଫେରିଥିବା ଲୋକଙ୍କର ଜିନୋମ ସିକ୍ବେନ୍ସିଂ କରାଯାଇଥିଲା । ଯାହାର ରିପୋର୍ଟ ମଙ୍ଗଳବାର ଆସିଛି ।

ସେପ୍ଟେମ୍ବର ମାସରେ ବ୍ରିଟେନରେ ପ୍ରଥମ ଥର କୋରୋନାର ପରବର୍ତ୍ତୀ ରୂପ ତଥା ନୂଆ ଷ୍ଟ୍ରେନକୁ ଚିହ୍ନଟ କରାଯାଇଥିଲା । ନଭେମ୍ବର ମାସ ବେଳକୁ ଏହା ଅଧିକ ରୁ ଅଧିକ ବ୍ୟାପିବା ଆରମ୍ଭ କରିଦେଇଛି । ଡିସେମ୍ବର ମଧ୍ୟଭାଗରେ ଏହା ପ୍ରାୟ ଦୁଇ-ତୃତୀୟାଂଶ ମାମଲାରେ ପହଞ୍ଚିଛି ।

ଭାଇରସର ନୂତନ ଷ୍ଟ୍ରେନର ସ୍ପାଇକ ପ୍ରୋଟିନରେ 13ଟି ମ୍ୟୁଟେସନ ଥିବା ଜଣାପଡିଛି । ଯେଉଁଥିରୁ N501Y ମ୍ୟୁଟେସନ୍ ଭାଇରସର ପୂର୍ବ ତୁଳନାରେ 70 ପ୍ରତିଶତ ଦ୍ରୁତ ଗତି ବ୍ୟାପୁଛି ବୋଲି ଶିବ ନାଦର ବିଶ୍ବବିଦ୍ୟାଳୟର ଜୀବନ ବିଜ୍ଞାନ ପ୍ରଫେସର ଏନେଇ ସୂଚନା ଦେଇଛନ୍ତି ।

ସେପଟେ,କୋରୋନାର ନୂଆ ଷ୍ଟ୍ରେନ ସାଙ୍ଘାତିକ ଭାବେ ବ୍ୟାପୁଥିବା ଦେଖି ଭାରତ ସରକାର ଡିସେମ୍ବର 31 ପର୍ଯ୍ୟନ୍ତ ବ୍ରିଟେନ ବିମାନ ସେବା ଉପରେ ଅସ୍ଥାୟୀ ପ୍ରତିବନ୍ଧକ ଲଗାଇଛନ୍ତି । ତେବେ କେବଳ ଭାରତ ନୁହେଁ, କୋରୋନାର ନୂଆ ରୂପକୁ ନେଇ ଅଷ୍ଟ୍ରେଲିଆ, ଫ୍ରାନ୍ସ, ଜର୍ମାନୀ, ଇଟାଲୀ, ତୁର୍କୀ, କାନାଡା, ନେଦରଲ୍ୟାଣ୍ଡ, ବେଲଜିୟମ, ଅଷ୍ଟ୍ରିୟ ଓ ଇସ୍ରାଏଲରେ ନେଦରଲ୍ୟାଣ୍ଡସ୍‌, ବେଲଜିୟମ, ଅଷ୍ଟ୍ରିୟା ଓ ଇସ୍ରାଏଲରେ ବିମାନ ସେବାକୁ ବନ୍ଦ ରଖାଯାଇଛି ।

ନଭେମ୍ବର 25 ରୁ ଡିସେମ୍ବର 23 ମଧ୍ୟରେ ପ୍ରାୟ 33 ହଜାର ଯାତ୍ରୀ ବ୍ରିଟେନରୁ ଭାରତକୁ ଆସିଛନ୍ତି । ସମସ୍ତ ଯାତ୍ରୀଙ୍କ RT/ PCR ପରୀକ୍ଷଣ ପାଇଁ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳ ଦ୍ବାରା ଟ୍ରାକ କରାଯାଉଛି । ସେମାନଙ୍କ ମଧ୍ୟରୁ 114 ଜଣ ଙ୍କ ଠାର କୋରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି ।

@ANI

Last Updated : Dec 29, 2020, 11:05 AM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.