ETV Bharat / bharat

Mission Clean Yamuna: ଫୋକସରେ 6 ସୂତ୍ରୀ ଯୋଜନା, 2025 ସୁଦ୍ଧା ସରିବ କାମ

author img

By

Published : Nov 18, 2021, 6:46 PM IST

ଯମୁନା ନଦୀର ଜଳକୁ ପ୍ରଦୂଷଣ ମୁକ୍ତ କରିବାକୁ ଦିଲ୍ଲୀ ସରକାରଙ୍କ 6 ସୂତ୍ରୀ ଯୋଜନା ( Six-point action plan) । ୨୦୨୫ ସୁଦ୍ଧା କାର୍ଯ୍ୟ ସାରିବାକୁ ଲକ୍ଷ୍ୟ ରଖାଯାଇଥିବା କହିଲେ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରୀଓ୍ବାଲ । ଅଧିକ ପଢନ୍ତୁ

Six-point action plan to clean Yamuna: 2025 ସୁଦ୍ଧା ସରିବ କା

ନୂଆଦିଲ୍ଲୀ: ଏବେ ପ୍ରଦୂଷଣର ବିଷ ବଳୟରେ ଜାତୀୟ ରାଜଧାନୀ ଦିଲ୍ଲୀ ସମେତ NCR । କେତେବେଳ ବାୟୁ ପ୍ରଦୂଷଣ ତ, ଆଉ କେତେବେଳେ ଯମୁନା ନଦୀର ଜଳ ପ୍ରଦୂଷଣ ଦିଲ୍ଲୀବାସୀ ଓ ସରକାରଙ୍କ ଚିନ୍ତା ବଢାଉଛି । ତେବେ ଯମୁନା ନଦୀର ପ୍ରଦୂଷଣକୁ ରୋକିବା ପାଇଁ ଅଣ୍ଟା ଭିଡିଛନ୍ତି ଦିଲ୍ଲୀ ସରକାର । ୨୦୨୫ ମସିହା ସୁଦ୍ଧା ଯମୁନାର ଜଳକୁ ପ୍ରଦୂଷଣ ମୁକ୍ତ କରିବା ପାଇଁ ୬ ସୂତ୍ରୀ ଯୋଜନା ( Six-point action plan) ଆରମ୍ଭ କରିବାକୁ ଯାଉଛନ୍ତି ଦିଲ୍ଲୀ ସରକାର । ୨୦୨୫ ସୁଦ୍ଧା ଏହି ଅଭିଯାନକୁ ଶେଷ କରିବା ପାଇଁ ଲକ୍ଷ୍ୟ ରଖାଯାଇଥିବା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ବାଲ ସୂଚନା ଦେଇଛନ୍ତି ।

press Briefing ରେ ମଖ୍ୟମନ୍ତ୍ରୀ କେଜ୍ରିଓ୍ବାଲ କହିଛନ୍ତି, ଯମୁନା ନଦୀ ଗତ ୭୦ ବର୍ଷ ଧରି କ୍ରମାଗତ ଭାବେ ପ୍ରଦୂଷିତ ହେବାରେ ଲାଗିଛି । ଏହି ସମସ୍ୟା ଆଜିକାଲିର ନୁହେଁ, ତେଣୁ ଏହାର ତୁରନ୍ତ ନିରାକରକଣ ମଧ୍ୟ ସମ୍ଭବ ନୁହେଁ । ଆମେ ଦିଲ୍ଲୀବାସୀଙ୍କୁ ଦେଇଥିବା ପ୍ରତିଶ୍ରୁତି ଆଧାରରେ କାର୍ଯ୍ୟ ଜାରି ରଖିଛୁ । ଯମୁନାକୁ ପ୍ରଦୂଷଣ ମୁକ୍ତ କରିବା ପାଇଁ ତାଙ୍କ ସରକାର ୬ ସୂତ୍ରୀ ପ୍ରସ୍ତାବ ସମ୍ବଳିତ ଏକ ଖସଡା ( Six-point action plan) ସ୍ଥିର କରିଛି । ଯାହାକି ୨୦୨୫ ମଧ୍ୟରେ ସାରିବାକୁ ଲକ୍ଷ୍ୟ ରଖାଯାଇଛି ।

୬ ସୂତ୍ରୀ ଆକ୍ସନ ପ୍ଲାନ ସମ୍ପର୍କରେ କେଜ୍ରିଓ୍ବାଲ ସବିସ୍ତୃତ ସୂଚନା ଦେଇ କହିଛନ୍ତି, ପ୍ରଥମେ ନୂତନ ସ୍ବରେଜ୍ ଟ୍ରିଟମେଣ୍ଟ ପ୍ଲାଣ୍ଟ ନିର୍ମାଣ କରାଯିବ । ଦ୍ବିତୀୟତଃ ବର୍ତ୍ତମାନ କାର୍ଯ୍ୟକ୍ଷମ ଥିବା ପ୍ଲାଣ୍ଟଗୁଡିକର କ୍ଷମତା ବୃଦ୍ଧି କରାଯାଇ ନିଷ୍କାସନ କ୍ଷମତା ବୃଦ୍ଧି ଉପରେ ଗୁରୁତ୍ବ ଦିଆଯାଉଛି । ସେହିପରି ତୃତୀୟତଃ ପୁରୁଣା ଟ୍ରିଟମେଣ୍ଟ ପ୍ଲାଣ୍ଟର ଟେକ୍ନୋଲୋଜିକୁ ଆଧୁନିକୀକରଣ କରାଯାଇ କାର୍ଯ୍ୟକ୍ଷମତାକୁ ବର୍ତ୍ତମାନର ଆବଶ୍ୟକତା ଅନୁସାରେ ବୃଦ୍ଧି କରାଯିବାକୁ ଲକ୍ଷ୍ୟ ରଖାଯାଇଛି । ଚତୁର୍ଥରେ ନଦୀକୁ ଯାଉଥିବା ଆବର୍ଜନାକୁ ସ୍ୱେରେଜରେ ମିଶାଇବାକୁ ଯୋଜନା ରଖାଯାଇଛି । ସେହିପରି ପଞ୍ଚମତଃ ସହରର ଯେଉଁ କିଛି ଅଞ୍ଚଳ ଏବେ ମଧ୍ୟ ସ୍ବରେଜ ସହ ସଂଯୁକ୍ତ ହୋଇନାହିଁ, ଉକ୍ତ ଅଞ୍ଚଳକୁ ସ୍ବରେଜ ସହ ଯୋଡିବାକୁ ପ୍ରାୟସ କରାଯିବ ।

ଏହିପରି ଭାବେ ଏହି ୬ ଗୋଟି ଦିଗକୁ ଗୁରୁତ୍ବ ଦେଲେ ଆମେ ଆଗାମି ଦିନରେ ଯମୁନାରେ ପ୍ରଦୂଷଣ ନିୟନ୍ତ୍ରଣ କରିବାରେ ସଫଳ ହୋଇପାରିବା ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ କେଜ୍ରୀଓ୍ବାଲ । ଏହି ୬ ସୁତ୍ରୀ ଆକ୍ସନ ପ୍ଲାନ(Six-point action plan) ୨୦୨୫ ସୁଦ୍ଧା ଶେଷ ହେବ । ଫଳରେ ଯମୁନା ଜଳ ରାଶିରେ ପ୍ରଦୂଷଣ କମିବା ଦିଗରେ ଏହା ବେସ ପ୍ରଭାଶାଳୀ ପଦକ୍ଷେପ ହେବ ବୋଲି କହିଛନ୍ତି କେଜ୍ରିଓ୍ବାଲ ।

@ANI

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.