ହାଇଦ୍ରାବାଦ: ତେଲେଙ୍ଗାନାରେ ଅଭାବନୀୟ ଘଟଣା, ପୋଖରୀରେ ବୁଡି ୬ଜଣଙ୍କର ମୃତ୍ୟୁ ହୋଇଥିବା ସୂଚନା (six people died after drowning in a pond in Telangana's Malkapuram )। ତେଲେଙ୍ଗାନାର ମାଲାକପୁରମରେ ଏହି ଘଟଣା ଘଟିଥିବା ସୂଚନା ମିଳିଛି । ମୃତକଙ୍କ ମଧ୍ୟରେ ୫ଜଣ ଛାତ୍ର ରହିଥିବା ବେଳେ ଜଣେ ଶିକ୍ଷକ ରହିଛନ୍ତି । ଆମ୍ବରପେଟରେ ଥିବା ଏକ ମାଡ୍ରାସର ସ୍କୁଲରେ ଏହି ପାଞ୍ଚ ମୃତ ଛାତ୍ର ପାଠ ପଢୁଥିଲେ ।
ଏହା ମଧ୍ୟ ପଢନ୍ତୁ-ଶାଲିମାର ଏଲଟିଟି ଏକ୍ସପ୍ରେସରେ ଅଗ୍ନିକାଣ୍ଡ, ଅଳ୍ପକେ ବର୍ତ୍ତିଲେ ଯାତ୍ରୀ
ମିଳିଥିବା ସୂଚନା ଅନୁଯାୟୀ, ମୃତ ୫ଜଣ ଛାତ୍ର ପହଁରିବା ପାଇଁ ମାଲାକପୁରମର ଏକ ପୋଖରୀରୁ ଯାଇଥିଲେ । ତେବେ ସେଠାରେ ପହଁରୁଥିବା ସମୟରେ ହଠାତ ପାଣି ମଧ୍ୟରେ ବୁଡି ଯାଇଥିଲେ । ଏହା ଦେଖି ପାଖରେ ଥିବା ଶିକ୍ଷକ ସେମାନଙ୍କୁ ଉଦ୍ଧାର କରିବା ପାଇଁ ପୋଖରୀ ମଧ୍ୟକୁ ପ୍ରବେଶ କରିଥିଲେ, କିନ୍ତୁ ଉଦ୍ଧାର କରୁ କରୁ ନିଜେ ମଧ୍ୟ ପୋଖରୀରେ ବୁଡି ଯାଇଥିଲେ । ଫଳରେ ପୋଖରୀରେ ବୁଡି ଶିକ୍ଷକଙ୍କ ସମେଟ ୫ଛାତ୍ରଙ୍କର ମୃତ୍ୟୁ ହୋଇଥିଲା । ଏନେଇ ଖବର ପାଇ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ସମସ୍ତ ମୃତ ଛାତ୍ରଙ୍କ ବୟସ ୧୨ରୁ ୧୪ ବର୍ଷ ହୋଇଥିବା ସୂଚନା ମିଳିଛି ।