ETV Bharat / bharat

ମଧ୍ୟରାତ୍ରୀରେ ଘରେ ଲାଗିଲା ନିଆଁ, ଗୋଟିଏ ପରିବାରର ୬ ଜୀବନ୍ତ ଦଗ୍ଧ

ଘରେ ଶୋଇଥିବା ବେଳେ ମଧ୍ୟରାତ୍ରୀରେ ଘରେ ଲାଗିଲା ନିଆଁ । କାଳରାତ୍ରିରେ ଚାଲିଗଲା ଗୋଟିଏ ପରିବାରର ୬ ଜଣଙ୍କ ଜୀବନ । ଅଧିକ ପଢନ୍ତୁ

author img

By

Published : Dec 17, 2022, 9:17 AM IST

fire in Mancharyala district
fire in Mancharyala district

ହାଇଦ୍ରାବାଦ: ତେଲେଙ୍ଗାନାରେ ଏକ ଘରେ ଭୟାବହ ଅଗ୍ନିକାଣ୍ଡ । ମଧ୍ୟରାତ୍ରୀରେ ଘରେ ନିଆଁ ଲାଗି ୬ଜଣ ଜୀବନ୍ତ ଦଗ୍ଧ ହୋଇଯାଇଥିବା ସୂଚନା । ଏଭଳି ଏକ ଦୁଃଖଦ ଖବର ସାମ୍ନାକୁ ଆସିଛି ମନଚାଯ୍ୟାଲା ଜିଲ୍ଲାର ମାଣ୍ଡାମାରି ମଣ୍ଡଳର ଭେଙ୍କଟାପୁରରୁ ।

ସୂଚନାଅନୁସାରେ, କୌଣସି ଏକ କାରଣରୁ ଘରେ ଅଗ୍ନିକାଣ୍ଡ ଘଟିଥିଲା । ସେହି ସମୟରେ ଗୋଟିଏ ପରିବାରର ୬ଜଣ ରହିଥିଲେ । ତେବେ ନିଆଁର ପ୍ରକୋପ ଏତେ ମାତ୍ରାରେ ରହିଥିଲା ଯେ ସେମାନେ ଘରୁ ବାହାରକୁ ବାହାରି ପାରିନଥିଲେ । ଫଳରେ ନିଆଁ ଆଁରେ ଜଳି ୬ ଜଣ ଦଗ୍ଧ ହୋଇଯାଇଥିଲେ ।

ଏହା ମଧ୍ୟ ପଢନ୍ତୁ: ପାରାଦ୍ୱୀପ ବନ୍ଦରରେ ଅଗ୍ନିକାଣ୍ଡ, କାରଣ ଅସ୍ପଷ୍ଟ

ମୃତକମାନେ ହେଲେ ଘରର ମାଲିକ ଶିବୟା (50), ତାଙ୍କ ପତ୍ନୀ ପଦ୍ମା (45), ପଦ୍ମାଙ୍କ ବଡ଼ ଭଉଣୀଙ୍କ ଝିଅ ମୌନିକା (23), ମୌନିକାଙ୍କ ଦୁଇ ଝିଏ ଏବଂ ଅନ୍ୟ ସମ୍ପର୍କୀୟ ଶାନ୍ତାୟାଙ୍କର ମୃତ୍ୟୁ ଘଟିଛି । ଖବରପାଇ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଛନ୍ତି । ଅଗ୍ନିକାଣ୍ଡର କାରଣ ଅସ୍ପଷ୍ଟ ରହିଥିବା ବେଳେ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ଡିସିପି ଅଖିଲ ମହାଜନ ଏହି ଘଟଣାର ତଦନ୍ତଭାର ନେଇଥିବା ସୂଚନା ରହିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.