ETV Bharat / bharat

ଚିନ୍ତା ବଢାଇଲା ଜିକା ଭାଇରସ, କାନପୁରରେ ପୁଣି 6 ଆକ୍ରାନ୍ତ ଚିହ୍ନଟ

ଉତ୍ତରପ୍ରଦେଶର କାନପୁର ଜିଲ୍ଲାରେ ବଢିବାରେ ଲାଗିଛି ଜିକା ଭାଇରସ ମାମଲା । ରବିବାର ଦିନ ଜିକା ଭାଇରସର ଆଉ 6 ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଯେଉଁଥିରେ 4 ଜଣ ମହିଳା ଏବଂ ଦୁଇଜଣ ପୁରୁଷ ଅଛନ୍ତି ଏବଂ ଜଣେ ଗର୍ଭବତୀ ମହିଳାଙ୍କୁ ଆଇସୋଲେଟ କରାଯାଇଛି । ଅଧିକ ପଢନ୍ତୁ...

author img

By

Published : Nov 1, 2021, 1:31 PM IST

ଚିନ୍ତା ବଢାଇଲା ଜିକା ଭାଇରସ, କାନପୁରରେ ପୁଣି 6 ଆକ୍ରାନ୍ତ ଚିହ୍ନଟ
ଚିନ୍ତା ବଢାଇଲା ଜିକା ଭାଇରସ, କାନପୁରରେ ପୁଣି 6 ଆକ୍ରାନ୍ତ ଚିହ୍ନଟ

ଲକ୍ଷ୍ନୌ: ଉତ୍ତରପ୍ରଦେଶର କାନପୁର ଜିଲ୍ଲାରେ ବଢିବାରେ ଲାଗିଛି ଜିକା ଭାଇରସ ମାମଲା । ରବିବାର ଦିନ ଜିକା ଭାଇରସର ଆଉ 6 ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଯେଉଁଥିରେ 4 ଜଣ ମହିଳା ଏବଂ ଦୁଇଜଣ ପୁରୁଷ ଅଛନ୍ତି ଏବଂ ଜଣେ ଗର୍ଭବତୀ ମହିଳାଙ୍କୁ ଆଇସୋଲେଟ କରାଯାଇଛି। ଏହାକୁ ମିଶାଇ ଜିଲ୍ଲାରେ ଜିକା ସଂକ୍ରମିତଙ୍କ ସଂଖ୍ୟା 10 କୁ ବୃଦ୍ଧି ପାଇଛି। ଯାହା ସ୍ବାସ୍ଥ୍ୟ ବିଭାଗର ଚିନ୍ତା ବଢାଇଦେଇଛି। ଏନେଇ ସ୍ବାସ୍ଥ୍ୟ ବିଭାଗର ଅନେକ ଟିମ୍ ଆଣ୍ଟି-ଲାର୍ଭା ସ୍ପ୍ରେ କରିବା ସହିତ ଲୋକଙ୍କୁ ସଚେତନ କରାଇବା ପାଇଁ ପୋଷ୍ଟର ଲଗାଯାଉଛନ୍ତି ବୋଲି ସୂଚନା ଦେଇଛନ୍ତି ମୁଖ୍ୟ ଚିକିତ୍ସା ଅଧିକାରୀ (ସିଏମଓ) ଡ. ନେପାଳ ସିଂ । ଏହାପୂର୍ବରୁ ଶନିବାର ଦିନ କାନପୁରର ଶ୍ୟାମଗର ଏବଂ ଚାକେରୀର ଅଦର୍ଶ ନାଗର ଅଞ୍ଚଳରୁ ତିନିଜଣଙ୍କୁ ଚିହ୍ନଟ କରାଯାଇଥିଲା। ତେବେ ଚିହ୍ନଟ ହୋଇଥିବା 6 ଜଣଙ୍କ ଘରଠରୁ 3 କିମି ପର୍ଯ୍ୟନ୍ତ ସ୍ବାସ୍ଥ୍ୟ ବିଭାଗ କଣ୍ଟେନମେଣ୍ଟ ଜୋନ ଘୋଷଣା କରିଛନ୍ତି ।

ଜିକା ଭାଇରସ କ’ଣ?

ଜିକା ରୋଗ ଜିକା ଭାଇରସ ଦ୍ବାରା ହୋଇଥାଏ। ଏହା ମୁଖ୍ୟତଃ ସଂକ୍ରମିତ ମଶା(Aedes aegypti and Aedes albopictus) କାମୁଡ଼ିବା ଦ୍ବାରା ଲୋକମାନେ ଆକ୍ରାନ୍ତ ହୋଇଥାନ୍ତି। ଏହି ରୋଗ ସାଧାରଣତଃ ଲକ୍ଷଣ ସହିତ ଏକ ସପ୍ତାହ ପର୍ଯ୍ୟନ୍ତ ଦେହରେ ରହିଥାଏ । କିନ୍ତୁ ଅନେକ ଲୋକଙ୍କଠାରେ ଲକ୍ଷଣ ଦେଖାଯାଇ ନଥାଏ କିମ୍ବା ସାମାନ୍ୟ ଲକ୍ଷଣ ଦେଖାଯାଏ । ତଥାପି, ଗର୍ଭବତୀ ମହିଳା ଯଦି ଏହି ଭାଇରସ ଦ୍ବାରା ସଂକ୍ରମି ହୁଅନ୍ତି, ତେବେ ସେମାନଙ୍କଠାରୁ ଜନ୍ମିତ ଶିଶୁ ବିକଳାଙ୍ଗ ହୋଇପାରନ୍ତି । ଏହାକୁ ବିଜ୍ଞାନ ଭାଷାରେ ମାଇକ୍ରୋସେଫାଲୀ କୁହାଯାଏ । ଅନ୍ୟାନ୍ୟ ମସ୍ତିଷ୍କର ଦୋଷ ମଧ୍ୟ ହୋଇପାରେ ।

ଲୋକମାନେ କିପରି ଜିକା ଦ୍ବାରା ସଂକ୍ରମିତ ହୁଅନ୍ତି?

ଜିକା ମୁଖ୍ୟତଃ ସଂକ୍ରମିତ ଏଣ୍ଡିଜ ପ୍ରଜାତିର ମଶା କାମୁଡ଼ିବା ଦ୍ବାରା ଲୋକଙ୍କୁ ସଂକ୍ରମିତ ହୋଇଥାଏ (Aedes aegypti and Aedes albopictus)। ଗର୍ଭଧାରଣ ସମୟରେ କିମ୍ବା ଜନ୍ମ ସମୟରେ ଜିକା ଜଣେ ଗର୍ଭବତୀ ମହିଳାଙ୍କଠାରୁ ଏକ ଗର୍ଭସ୍ଥ ଶିଶୁକୁ ଯାଇପାରେ । ଜିକା ଦ୍ବାରା ସଂକ୍ରମିତ ବ୍ୟକ୍ତି ଯାହା ସହ ଶାରୀରିକ ସମ୍ପର୍କ ରଖିବେ, ତାଙ୍କୁ ମଧ୍ୟ ସଂକ୍ରମିତ ହୋଇପାରେ ।

ଜିକା ଦ୍ବାରା କଣ ସ୍ବାସ୍ଥ୍ୟ ସମସ୍ୟା ଦେଖାଦେଇପାରେ ?

ଜିକା ଦ୍ବାରା ସଂକ୍ରମିତ ଅନେକ ଲୋକଙ୍କଠାରେ ଲକ୍ଷଣ ଦେଖାଯାଇ ନଥାଏ କିମ୍ବା ସାମାନ୍ୟ ଲକ୍ଷଣ ଦେଖାଯାଏ । ତଥାପି, ଗର୍ଭବତୀ ମହିଳା ଯଦି ଏହି ଭାଇରସ ଦ୍ବାରା ସଂକ୍ରମି ହୁଅନ୍ତି, ତେବେ ସେମାନଙ୍କଠାରୁ ଜନ୍ମିତ ଶିଶୁ ବିକଳାଙ୍ଗ ହୋଇପାରନ୍ତି । ଏହି ଭାଇରସ ଦେହରେ ଏକ ସପ୍ତାହ ପର୍ଯ୍ୟନ୍ତ ରହିଥାଏ । ଅଧ୍ୟୟନରୁ ଜଣାପଡିଛି ଯେ, ଗୁଇଲେନ୍-ୱେରେ ସିଣ୍ଡ୍ରୋମ (ଜିବିଏସ) ଜିକା ସହିତ ଜଡିତ। ଏହା ସ୍ନାୟୁ ପ୍ରଣାଳୀର ଏକ ଅସାଧାରଣ ରୋଗ । ଥରେ ଜିକା ଦ୍ବାରା ସଂକ୍ରମିତ ହେଲେ, ଏହା ସମ୍ଭବ ଯେ ଭବିଷ୍ୟତରେ ସେହି ବ୍ୟକ୍ତି ପୁନଃ ସଂକ୍ରମିତ ହୋଇନପାରନ୍ତି।

ଜିକାର ଲକ୍ଷଣଗୁଡ଼ିକ କ’ଣ?

ଜିକା ରୋଗର ସବୁଠାରୁ ସାଧାରଣ ଲକ୍ଷଣ ହେଉଛି ଜ୍ବର, ମୁଣ୍ଡବିନ୍ଧା, ଗଣ୍ଠି ଯନ୍ତ୍ରଣା, ଆଖି ନାଲି ପଡିଯିବା ଏବଂ ମାଂସପେଶୀ ଯନ୍ତ୍ରଣା ଆଦି ହୋଇଥାଏ । ଏହାର ଲକ୍ଷଣ ଡେଙ୍ଗୁ ଲକ୍ଷଣ ସହିତ ସମାନ । ଜିକା ଦ୍ବାରା ସଂକ୍ରମିତ ଅନେକ ଲୋକଙ୍କଠାରେ ଲକ୍ଷଣ ଦେଖାଯାଇ ନଥାଏ କିମ୍ବା ସାମାନ୍ୟ ଲକ୍ଷଣ ଦେଖାଯାଏ । ଏହି ଭାଇରସ ଦେହରେ ଏକ ସପ୍ତାହ ପର୍ଯ୍ୟନ୍ତ ରହିଥାଏ ।

ଜିକାକୁ ରୋକିବା ପାଇଁ କ’ଣ କରିବା ଦରକାର ?

ଜିକାକୁ ରୋକିବା ପାଇଁ ସର୍ବୋତ୍ତମ ଉପାୟ ହେଉଛି ନିଜକୁ ଏବଂ ନିଜ ପରିବାରକୁ ମଶାଠାରୁ ଦୂରେଇ ରଖନ୍ତୁ । ଇଂସେକ୍ଟ ରେପ୍ଲେଟର ବ୍ୟବହାର କରନ୍ତୁ । ଫୁଲ ହାତ ସାର୍ଟ ଏବଂ ଫୁଲ ପ୍ୟାଣ୍ଟ ପିନ୍ଧନ୍ତୁ । ଯଦି ବାହାରେ ଶୋଉଛନ୍ତି, ତେବେ ମଶାରି ବ୍ୟବହାର କରନ୍ତୁ ।

ଜିକା ଜୀବନ ପାଇଁ କେତେ ବିପଜ୍ଜନକ?

ଜିକାର ଲକ୍ଷଣ ସାମାନ୍ୟ ଅଟେ । ଏଭଳି ପରିସ୍ଥିତିରେ ସଂକ୍ରମିତ ବ୍ୟକ୍ତିଙ୍କ ମୃତ୍ୟୁ ହେବାର ସମ୍ଭାବନା ବହୁତ କମ ଅଟେ। ଏଥିରେ କୋଭିଡ -19 ପରି କୌଣସି ବିପଦ ନାହିଁ । ଯଦି ଗୁରୁତର ହୁଅନ୍ତି, ତେବେ ହସ୍ପିଟାଲରେ ଆଡମିଟ ହେବା ଆବଶ୍ୟକ ରହିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.