ETV Bharat / bharat

ମକା ପୋଡୁପୋଡୁ ପାଉଁଶ ପାଲଟିଗଲେ 6 ନିଷ୍ପାପ ଶିଶୁ

author img

By

Published : Mar 30, 2021, 3:38 PM IST

ନିଆଁର ଆଁରେ ପାଉଁଶ ପାଲଟିଗଲା 6 ନିଷ୍ପାପ ଶିଶୁଙ୍କ ଜୀବନ । ବିହାର ଅରରିୟା ଜିଲ୍ଲାର ପଲାସୀରେ ଘଟିଛି ଛାତିକୁ ଦୋହଲାଇ ଦେବା ଭଳି ଏପଭଳି ଘଟଣା । ଅଧିକ ପଢନ୍ତୁ...

ନିଆଁର ଆଁରେ ପାଉଁସ ପାଲଟିଗଲେ 6 ନିଷ୍ପାପ ଶିଶୁ

ପାଟନା: ମକା ପୋଡୁ ପୋଡୁ ଭୟାବହ ଅଗ୍ନିକାଣ୍ଡ । ନିଆଁର ଆଁରେ ପାଉଁଶ ପାଲଟିଗଲା 6 ନିଷ୍ପାପ ଶିଶୁଙ୍କ ଜୀବନ । ବିହାର ଅରରିୟା ଜିଲ୍ଲାର ପଲାସୀରେ ଘଟିଛି ଛାତିକୁ ଦୋହଲାଇ ଦେବା ଭଳି ଏପଭଳି ଘଟଣା ।

ସୂଚନା ଅନୁଯାୟୀ, କବୈୟା ଗାଁରେ ଗୋଟିଏ ପରିବାରର ଭାଇ ଭଉଣୀଙ୍କ ସମେତ 6 ଶିଶୁ ମକା ପୋଡୁଥିବା ସମୟରେ ଏକ ଘରେ ନିଆଁ ଲାଗିଯାଇଥିଲା । ଦେଖୁଦେଖୁ ସମ୍ପୂର୍ଣ୍ଣ ଘରେ ବ୍ୟାପିଯାଇଥିଲା ଏହି ନିଆଁ । ବାହାରକୁ ବାହାରିବାର ମଧ୍ୟ ମିଳିନଥିଲା କୌଣସି ବାଟ ।

ଶିଶୁଙ୍କ ଚିତ୍କାର ଶୁଣି ଯେତେବେଳେ ପରିବାର ଲୋକେ ସେଠାରେ ପହଞ୍ଚିଲେ, ସେତେବେଳକୁ ନିଆଁରେ ସମ୍ପୂର୍ଣ୍ଣ ଜଳିଯାଇଥିଲେ ସେମାନେ । ଘଟଣାରେ କାହାରିକୁ ମଧ୍ୟ ବଞ୍ଚାଯାଇପାରିନଥିଲା । ମୃତ ସମସ୍ତ ଶିଶୁଙ୍କ ବୟସ 3ରୁ 5 ବର୍ଷ ମଧ୍ୟରେ ହୋଇଥିବା ଜଣାପଡିଛି । ଘଟଣାକୁ ନେଇ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.