ETV Bharat / bharat

କ୍ରମଶଃ ଶାନ୍ତ ହେଉଛି ମଣିପୁର ସ୍ଥିତି: ମୁଖ୍ୟମନ୍ତ୍ରୀ ବିରେନ ସିଂ

author img

By ETV Bharat Odisha Team

Published : Dec 17, 2023, 10:29 PM IST

situation in Manipur is slowly calming down: ଆସାମ ଗସ୍ତରେ ମଣିପୁର ମୁଖ୍ୟମନ୍ତ୍ରୀ ବିରେନ ସିଂ । କହିଲେ ରାଜ୍ୟରେ ସ୍ଥିତି କ୍ରମଶଃ ସୁଧୁରିବାରେ ଲାଗିଛି । ଅଧିକ ପଢନ୍ତୁ

କ୍ରମଶଃ ଶାନ୍ତ ହେଉଛି ମଣିପୁର ସ୍ଥିତି: ମୁଖ୍ୟମନ୍ତ୍ରୀ ବିରେନ ସିଂ
କ୍ରମଶଃ ଶାନ୍ତ ହେଉଛି ମଣିପୁର ସ୍ଥିତି: ମୁଖ୍ୟମନ୍ତ୍ରୀ ବିରେନ ସିଂ

ଗୌହାଟୀ: ମଣିପୁରରେ ଦେଖାଯାଇଥିବା ହିଂସା ସ୍ଥିତିରେ କ୍ରମଶଃ ସୁଧାର ଆସିବାରେ ଲାଗିଛି । ରାଜ୍ୟରେ ଧିରେ ଧିରେ ସ୍ଥିତି ସ୍ବାଭାବିକ ହେବାରେ ଲାଗିଛି ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ ବିରେନ ସିଂ । ଆଜି ଆସାମ ଗସ୍ତ କରିଥିବା ମୁଖ୍ୟମନ୍ତ୍ରୀ ବିରେନ ସିଂ ଏହି ପ୍ରସଙ୍ଗରେ କହିଛନ୍ତି, ସେ ଆସାମରେ ଥିବା ମଣିପୁରୀ ଲୋକଙ୍କ ସମସ୍ୟା ସମ୍ପର୍କରେ ଆଲୋଚନା କରିବାକୁ ଆସିଛନ୍ତି । ଏବେ ରାଜ୍ୟରେ ସ୍ଥିତି କ୍ରମଶଃ ସୁଧୁରିବାରେ ଲାଗିଛି ।

ପଡୋଶୀ ମିଆଁମାରରେ ସଙ୍କଟ କାରଣରୁ କିଛି ଲୋକ ସୀମା ଅତିକ୍ରମ କରିଛନ୍ତି । ସେମାନେ ମଣପୁରରେ ଅନୁପ୍ରବେଶ କରିଛନ୍ତି । ସେମାନଙ୍କୁ ଚିହ୍ନଟ କରାଯାଇଛି ଓ ଶରଣାର୍ଥୀ କ୍ୟାମ୍ପରେ ଆଶ୍ରୟ ମଧ୍ୟ ଦିଆଯାଇଛି । ସେମାନଙ୍କ ସଂଖ୍ୟା ନବଢିବା ପାଇଁ ସରକାର ପଦକ୍ଷେପ ଗ୍ରହଣ କରିଛନ୍ତି । ଅନ୍ୟପଟେ ପ୍ରାୟ 6 ହଜାର ମିଆଁମାର ନାଗରିକ ଏବେ ମଣିପୁରରେ ଅନୁପ୍ରବେଶ କରିଛନ୍ତି, ସେମାନଙ୍କୁ ପୁନର୍ବାର ମିଆଁମାର ପ୍ରତ୍ୟାବର୍ତ୍ତନ କରିବା ପାଇଁ ବ୍ୟବସ୍ଥା ଗ୍ରହଣ କରାଯାଉଥିବା ବିରେନ କହିଛନ୍ତି ।

ତେବେ ମୁଖ୍ୟମନ୍ତ୍ରୀ ବିରେନ ଆସାମର ସିଲଚରରେ ପହଞ୍ଚିବା ପରେ ସେଠାରେ ଥିବା ଆସାମୀ-ମଣିପୁରୀ ମୈତେଇ ସମ୍ପ୍ରଦାୟ ପକ୍ଷରୁ ପ୍ରତିବାଦ କରାଯାଇଥିଲା । ସେମାନେ ମଣିପୁରରେ ତୁରନ୍ତ ସ୍ଥିତି ସ୍ବାଭାବିକ କରିବା ପାଇଁ ସମସ୍ତ ପ୍ରକାର ବ୍ୟବସ୍ଥା ଗ୍ରହଣ କରିବା ପାଇଁ ବିରେନ ସିଂଙ୍କୁ ଗସ୍ତକୁ ପ୍ରତୀକାତ୍ମକ ଭାବେ ବିରୋଧ କରିଥିଲେ । ଏହା ସହ ସେମାନେ ଶରଣାର୍ଥୀ ସଙ୍କଟ ପାଇଁ ମଧ୍ୟ ସରକାରକୁ ଦାୟୀ କରିଥିଲେ । ରାଜ୍ୟରେ ଶିଘ୍ର ଏନଆରସି ମଧ୍ୟ ଲାଗୁ କରିବା ପାଇଁ ସେମାନେ ଦାବି କରିଥିଲେ । ମୁଖ୍ୟମନ୍ତ୍ରୀ ବିରେନ ସିଂ ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ବଶର୍ମାଙ୍କ ସହ ଆଲୋଚନା ମଧ୍ୟ କରିବେ । ଆସାମରେ ମଧ୍ୟ ଅନେକ ସଂଖ୍ୟାରେ ମଣିପୁରୀ ରହିଛନ୍ତି ।

ଏହା ମଧ୍ୟ ପଢନ୍ତୁ :- ବାରଣାସୀରେ ପ୍ରଧାନମନ୍ତ୍ରୀ: ‘2047 ସୁଦ୍ଧା ହେବ ବିକଶିତ ଭାରତ’

ମେ’ 3 ତାରିଖରେ ମଣିପୁରର ମୈତେଇ ଓ କୁକି ସମ୍ପ୍ରଦାୟ ମଧ୍ୟରେ ଦେଖାଯାଇଥିବା ସଂଘର୍ଷ ଅତି ଭୟାନକ ରୂପ ଧାରଣ କରିଥିଲା । ଏଥିରେ ପ୍ରାୟ 150 ଲୋକଙ୍କ ପ୍ରାଣହାନୀ ହୋଇଥିଲା । ସ୍ଥିତି ଗୃହଯୁଦ୍ଧ ପରି ସଙ୍କଟ ସୃଷ୍ଟି କରିଥିଲା । ପରବର୍ତ୍ତୀ ସମୟରେ ସାମ୍ନାକୁ ଆସିଥିବା ମହିଳା ହିଂସା ଓ ବର୍ବରାତର ଭିଡିଓ ସମଗ୍ର ଦେଶକୁ ସ୍ତବ୍ଦ କରିଦେଇଥିଲା । ମାମଲା ସଂସଦଠାରୁ ଆରମ୍ଭ କରି ସୁପ୍ରିମକୋର୍ଟରେ ମଧ୍ୟ ପହଞ୍ଚିଥିଲା । ରାଜ୍ୟରେ ସେନା, କେନ୍ଦ୍ରୀୟ ଫୋର୍ସ ଓ ରାପିଡ ଆକ୍ସନ ଫୋର୍ସ ସହ ବ୍ୟାପକ ପୋଲିସ ଫୋର୍ସ ମୁତୟନ ହୋଇଥିଲେ । ତମାମ ଫୋର୍ସ ମୁତୟନ ସତ୍ତ୍ବେ ମଧ୍ୟ ଏବେ ମଧ୍ୟ ରାଜ୍ୟରେ କାଁ ଭାଁ ହିଂସକାଣ୍ଡ ଘଟୁଛି । ତଥାପି ସ୍ଥିତି ପୂର୍ବାପେକ୍ଷା ସୁଧୁରିବାରେ ଲାଗିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.