ETV Bharat / bharat

‘ଆଫଗାନିସ୍ତାନକୁ ତାଲିବାନ ଦଖଲ କରିବା ଭାରତ ପାଇଁ ଭଲ ସଙ୍କେତ ନୁହେଁ’ - ତାଲିବାନ

ଆଫଗାନିସ୍ତାନରେ ଏବେ ତାଲିବାନ ରାଜ । ଆତଙ୍କୀଙ୍କ ଆଗରେ ଆତ୍ମସମର୍ପଣ କରିଦେଇଛନ୍ତି ଆଫଗାନ ସରକାର । ଆଫଗାନିସ୍ତାନକୁ ତାଲିବାନ ଦଖଲ କରିବା ଭାରତ ପାଇଁ ଭଲ ସଙ୍କେତ ନୁହେଁ ବୋଲି କହିଛନ୍ତି ପଞ୍ଜାବ ମୁଖ୍ଯମନ୍ତ୍ରୀ । ଅଧିକ ପଢନ୍ତୁ...

ଆଫଗାନିସ୍ତାନକୁ ତାଲିବାନ ଦଖଲ କରିବା ଭାରତ ପାଇଁ ଭଲ ସଙ୍କେତ ନୁହେଁ :ପଞ୍ଜାବ ମୁଖ୍ଯମନ୍ତ୍ରୀ

author img

By

Published : Aug 16, 2021, 9:01 AM IST

ଚଣ୍ତିଗଡ: ଆଫଗାନିସ୍ତାନରେ ଏବେ ତାଲିବାନ ରାଜ । ଆତଙ୍କୀଙ୍କ ଆଗରେ ଆତ୍ମସମର୍ପଣ କରିଦେଇଛନ୍ତି ଆଫଗାନ ସରକାର । ଆଫଗାନିସ୍ତାନକୁ ତାଲିବାନ ଦଖଲ କରିବା ଭାରତ ପାଇଁ ଭଲ ସଙ୍କେତ ନୁହେଁ ବୋଲି କହିଛନ୍ତି ପଞ୍ଜାବ ମୁଖ୍ଯମନ୍ତ୍ରୀ । ଦେଶର ସମସ୍ତ ସୀମାରେ ଅତିରିକ୍ତ ସତର୍କତା ଅବଲମ୍ବନ କରିବା ଉପରେ ଗୁରୁତ୍ବ ଦେବାକୁ କହିଛନ୍ତି ।

କଂଗ୍ରେସର ବରିଷ୍ଠ ନେତା ଟ୍ୱିଟ୍ କରି କହିଛନ୍ତି ଯେ ଆଫଗାନିସ୍ତାନକୁ ତାଲିବାନୀ ନିଜ ହାତକୁ ନେବା ଆମ ଦେଶ ପାଇଁ ଭଲ ସଙ୍କେତ ନୁହେଁ । ଏହା ଭାରତ ବିରୁଦ୍ଧରେ ଚୀନ୍-ପାକିସ୍ତାନ ସମ୍ପର୍କ ମଜବୁତ କରିବ । ଆମେ ବର୍ତ୍ତମାନ ଆମର ସୀମା ଉପରେ ଅତିରିକ୍ତ ସତର୍କ ହେବା ଆବଶ୍ୟକ।

ଆଫଗାନିସ୍ତାନରେ ତାଲିବାନୀଙ୍କ ପ୍ରବେଶ ମଧ୍ୟରେ ଭାରତ କାବୁଲରୁ ଶହ ଶହ ଅଧିକାରୀ ଏବଂ ସାଧାରଣ ନାଗରିକଙ୍କୁ ସ୍ଥାନାନ୍ତର କରୁଛି । ଏହି ସମୟରେ ଆଫଗାନିସ୍ତାନ ରାଷ୍ଟ୍ରପତି ଅସରଫ ଘାନି ମଧ୍ୟ ରବିବାର ଦେଶ ଛାଡିଛନ୍ତି । ଦେଶର ଅଧିକାଂଶ ପ୍ରମୁଖ ସହର ଏବଂ ପ୍ରାଦେଶିକ ରାଜଧାନୀକୁ କବଜା କରିବା ପରେ ତାଲିବାନ କାବୁଲରେ ପ୍ରବେଶ କଲା ବେଳେ ଘନି ଏବଂ ତାଙ୍କର ଘନିଷ୍ଠ ସହଯୋଗୀମାନେ ଦେଶ ଛାଡିଥିଲେ ।

ସେପଟେ ଘନିଙ୍କ ପଳାୟନ ପରେ ରାଷ୍ଟ୍ରପତି ଭବନ କବଜା କରିଛି ତାଲିବାନ । ଯାହାର ଫୁଟେଜ ସୋସିଆଲ ମିଡିଆରେ ମଧ୍ୟ ଭାଇରାଲ ହେଉଛି । ଏହି ଫୁଟେଜରେ ଦେଖିବାକୁ ମିଳିଛି ଯେ, ଏକ ତାଲିବାନୀ ଦଳ ରାଷ୍ଟ୍ରପତି ଭବନକୁ କବଜ୍ଜା କରି ବନ୍ଧୁକ ମୁନରେ ପୁରା ଦେଶରେ ଏବେ ଶାସନ ଚଳାଉଛନ୍ତି ।

ତାଲିବାନମାନେ ରାଷ୍ଟ୍ରପତି ଭବନକୁ ଦଖଲ କରିବା ପରେ ଦେଶକୁ ଏକ ନୂଆ ନାଁ ଦେବେ । ଆଫଗାନିସ୍ତାନ ଇସଲାମ ଏମିରେଟ ଭାବରେ ନାମିତ କରିବେ ବୋଲି ଆଶା କରାଯାଉଛି । 20 ବର୍ଷ ଧରି ଚାଲିଥିବା ଯୁଦ୍ଧ ପରେ ଆଫଗାନିସ୍ତାନରୁ ଆମେରିକା ସୈନ୍ୟ ପ୍ରତ୍ୟାହାରର କିଛି ଦିନ ମଧ୍ୟରେ ପ୍ରାୟ ସମଗ୍ର ଦେଶ ତାଲିବାନ ଦ୍ୱାରା ପୁନର୍ବାର ଦଖଲ କରାଯାଇଛି ।

ବ୍ୟୁରୋ ରିପୋର୍ଟ,ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.