ETV Bharat / bharat

‘ଘନିଙ୍କ ଅପେକ୍ଷା ତାଲିବାନ ଅଧୀନରେ ଆଫଗାନିସ୍ତାନର ସ୍ଥିତି ଭଲ ଅଛି’

author img

By

Published : Aug 17, 2021, 12:18 PM IST

ଆଫଗାନରେ ଆରମ୍ଭ ହୋଇଯାଇଛି ତାଲିବାନୀ ରାଜ୍ । ତାଲିବାନ ଶାସନରେ ପ୍ରଥମ ଦିନରେ ଆଫଗାନିସ୍ତାନର ରାଜଧାନୀ କାବୁଲର ଅବସ୍ଥା ରାଷ୍ଟ୍ରପତି ଅସରଫ ଘନିଙ୍କ ଅପେକ୍ଷା ଭଲ ଥିବା କହିଛନ୍ତି ଆଫଗାନରେ ରୁଷର ରାଷ୍ଟ୍ରଦୂତ ଜେମିଟ୍ରି ସୋନଭ । ଅଧିକ ପଢନ୍ତୁ...

ଦେଶରେ ମହଜୁଦ ଅଛି ୨.୨୫ କୋରୋନା ଟିକା
ଦେଶରେ ମହଜୁଦ ଅଛି ୨.୨୫ କୋରୋନା ଟିକା

କାବୁଲ: ଆଫଗାନାରେ ଆରମ୍ଭ ହୋଇଯାଇଛି ତାଲିବାନୀ ରାଜ୍ । ବନ୍ଧୁକ ମୁନରେ ସମ୍ପୂର୍ଣ୍ଣ ଆଫଗାନିସ୍ତାନର ରାଜଧାନୀ କାବୁଲକୁ ନିଜ ନିୟନ୍ତ୍ରଣକୁ ନେଇସାରିଛି ତାଲିବାନ । ଭୟରେ ଲୋକମାନେ ଦେଶ ଛାଡି ପଳାଇବାକୁ ଉଦ୍ୟମ କରୁଥିବା ବେଳେ ଅନେକ ଛାତିଥରା ଦୃଶ୍ୟ ସାମ୍ନାକୁ ଆସୁଛି । ଏ ଦୃଶ୍ୟ ହିଁ ବୟାନ କରୁଛି ତାଲିବାନ ପ୍ରତି ଆଫଗାନବାସୀଙ୍କ ଥିବା ଭୟ । ତାଲିବାନ ଆକ୍ରମଣ ଭୟରେ ଆଫଗାନ ରାଷ୍ଟ୍ରପତି ଅସରଫ ଘନି ଦେଶ ଛାଡି ପଳାଇବା ପରେ ଏବେ ଆଫଗାନକୁ ନିଜ ଅଧିନକୁ ଆଣିଛି ତାଲିବାନ । ତାଲିବାନ ଶାସନରେ ପ୍ରଥମ ଦିନରେ ଆଫଗାନିସ୍ତାନର ରାଜଧାନୀ କାବୁଲର ଅବସ୍ଥା ରାଷ୍ଟ୍ରପତି ଅସରଫ ଘନିଙ୍କ ଅପେକ୍ଷା ଭଲ ଥିବା କହିଛନ୍ତି ଆଫଗାନରେ ରୁଷର ରାଷ୍ଟ୍ରଦୂତ ଜେମିଟ୍ରି ସୋନଭ ।

ଶାସନର ପ୍ରଥମ ଦିନରେ ଆଫଗାନିସ୍ତାନର ଅବସ୍ଥା ଭଲ ରହିଛି । ବର୍ତ୍ତମାନ ଅସରଫ ଘନିଙ୍କ ଅପେକ୍ଷା ତାଲିବାନ ଆତଙ୍କବାଦୀଙ୍କ ଅଧିନରେ ଥିବା କାବୁଲ ରାଜଧାନୀର ସ୍ଥିତି ଭଲ ରହିଛି । ଆଫଗାନରେ ଥିବା ରାଷ୍ଟ୍ରଦୂତ ସୋମବାର ଇଖୋ ମସ୍କଭି ରେଡିଓ ଷ୍ଟେସନର ସିଧା ପ୍ରସାରଣରେ ଏହା କହିଛନ୍ତି ।

ଗତ ରବିବାର ଦିନ କାବୁଲରେ ପ୍ରବେଶ କରି ରାଷ୍ଟ୍ରପତି ଭବନକୁ ନିୟନ୍ତ୍ରଣ କରିଥିଲେ ତାଲିବାନ ଆତଙ୍କୀ । ଆତଙ୍କବାଦୀ ଗୋଷ୍ଠୀ ଆଫଗାନିସ୍ତାନର ରାଜଧାନୀ ଉପରେ ନିୟନ୍ତ୍ରଣ ଦାବି କରିବାର କିଛି ସମୟ ପରେ ଅନେକ ଦେଶ ସେମାନଙ୍କ କୂଟନୈତିକ କର୍ମଚାରୀଙ୍କୁ ଦେଶରୁ ସ୍ଥାନାନ୍ତର କରିଥିଲେ। ଆଫଗାନିସ୍ତାନ ଛାଡିବାକୁ ଉଦ୍ୟମ କରି ଶହ ଶହ ଲୋକ କାବୁଲ ବିମାନବନ୍ଦରକୁ ଆସି ଭିଡ ଲଗାଇଥିଲେ ।

@ANI

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.