ନୂଆଦିଲ୍ଲୀ: ୨୦୨୨-୨୩ ବଜେଟ୍ ଉପସ୍ଥାପନ ଲାଗି ସଂସଦ ଭବନରେ ପହଞ୍ଚିଲେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ । ଲାଲ୍ରଙ୍ଗର ବଜେଟ୍ ଟ୍ୟାବଲେଟ୍ ସହ ଅର୍ଥମନ୍ତ୍ରୀ ସଂସଦରେ ପହଞ୍ଚିଛନ୍ତି । ପୂର୍ବବର୍ଷ ଭଳି ଚଳିତ ବର୍ଷ ମଧ୍ୟ ବଜେଟ୍ ପେପରଲେସ୍ ରହିଛି । ତେବେ ବଜେଟ୍ ଉପସ୍ଥାପନ ପୂର୍ବରୁ କ୍ୟାବିନେଟ୍ ବୈଠକ ବସିଥିଲା । ପ୍ରଧାନମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ବସିଥିବା କେନ୍ଦ୍ର କ୍ୟାବିନେଟ୍ ବୈଠକରେ ବଜେଟ୍କୁ ଅନୁମୋଦନ କରାଯାଇଛି । ବୈଠକରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ସମେତ ସଂସଦୀୟ ବ୍ୟାପର ମନ୍ତ୍ରୀ ପ୍ରହଲ୍ଲାଦ ଯୋଶୀ, ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ, ରେଳମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ ଏବଂ ଦୁଇ ଅର୍ଥ ରାଷ୍ଟ୍ରମନ୍ତ୍ରୀ ଉପସ୍ଥିତ ରହିଥିଲେ ।
ଏହାପୂର୍ବରୁ ଅର୍ଥମନ୍ତ୍ରୀ ସୀତାରମଣ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ ସହ ସାକ୍ଷାତ କରିଥିଲେ । ରାଷ୍ଟ୍ରପତିଙ୍କୁ ଭେଟି ସଂସଦ ଭବନରେ ପହଞ୍ଚିଥିଲେ ଅର୍ଥମନ୍ତ୍ରୀ ।
@ANI