ETV Bharat / bharat

Nagaland Firing Incident: ସୂଚନା ସେୟାର ପାଇଁ ଲୋକଙ୍କୁ SITର ଅନୁରୋଧ - ନାଗାଲାଣ୍ଡ ବାସୀଙ୍କୁ ସ୍ବତନ୍ତ୍ର ତଦନ୍ତକାରୀ ଟିମର ଅନୁରୋଧ

ନାଗାଲାଣ୍ଡରେ ଭୁଲ ରଣନୀତି ଯୋଗୁଁ ନାଗରିକଙ୍କ ଉପରେ ସୁରକ୍ଷା ବଳଙ୍କ ଗୁଳି ଚାଳନା ଘଟଣା । ସନ୍ଦେହଜନକ ଫଟୋ, ଭିଡ଼ିଓ ଓ କିମ୍ବା କାର୍ଯ୍ୟକଳାପ ସମ୍ପର୍କରେ ପୋଲିସକୁ ଖବର ଦେବା ପାଇଁ ଲୋକଙ୍କୁ SITର ଅନୁରୋଧ । ଅଧିକ ପଢନ୍ତୁ

Nagaland Firing Incident: ସୂଚନା ସେୟାର ପାଇଁ ଲୋକଙ୍କୁ SITର ଅନୁରୋଧ
Nagaland Firing Incident: ସୂଚନା ସେୟାର ପାଇଁ ଲୋକଙ୍କୁ SITNagaland Firing Incident: ସୂଚନା ସେୟାର ପାଇଁ ଲୋକଙ୍କୁ SITର ଅନୁରୋଧର ଅନୁରୋଧ
author img

By

Published : Dec 9, 2021, 1:40 PM IST

କୋହିମା: ସୁରକ୍ଷା ବଳର ଭୁଲ ରଣନୀତି ପାଇଁ ନାଗାଲାଣ୍ଡରେ ୧୪ ସାଧାରଣ ନାଗରିକଙ୍କ ଦୁଃଖଦ ମୃତ୍ୟୁ ଘଟଣା । ସ୍ବତନ୍ତ୍ର ତଦନ୍ତକାରୀ ଟିମ(Special Investigation Team) ସ୍ଥାନୀୟ ବାସିନ୍ଦାଙ୍କୁ ସନ୍ଦେହମୂଳକ ଫଟୋ, ଭିଡ଼ିଓ କିମ୍ବା କୌଣସି କାର୍ଯ୍ୟକଳାପ ଦେଖିଲେ ତୁରନ୍ତ ସୂଚନା ଦେବା ପାଇଁ ଟିମ ଅପିଲ କରିଛି । ନାଗାଲାଣ୍ଡ ପୋଲିସ ଟ୍ବିଟ କରି ଏ ସମ୍ପର୍କରେ ଲୋକଙ୍କୁ ଦେଇଛି ସୂଚନା ।

ନାଗାଲାଣ୍ଡ ପୋଲିସ ଟ୍ବିଟ କରିଛି ଯେ, ରାଜ୍ୟର ଓଟିଙ୍ଗ ଗ୍ରାମରେ ଗତ ଡିସେମ୍ବର ୪ ତାରିଖ ସୋମବାର ସୁରକ୍ଷା ବଳର ଗୁଳିରେ ୧୩ ଜଣ ନାଗରିକଙ୍କ ମୃତ୍ୟୁ ଘଟିଥିଲା । ଏହି ଘଟଣାରେ SIT ଯେକୌଣସି ସନ୍ଦେହଜନକ ଖବର ପାଇଲେ ତୁରନ୍ତ ପୋଲିସକୁ ସୂଚନା ଦେବା ପାଇଁ ଅନୁରୋଧ କରିଛି । କୌଣସି ଫଟୋ, ଭିଡ଼ିଓ, ସନ୍ଦେହଜନକ କାର୍ଯ୍ୟକଳାପ ଘଟଣା ସମ୍ବନ୍ଧିତ ମିଳିଲେ ଜଣାଇବାକୁ ଅନୁରୋଧ କରାଯାଇଛି ।

ଏହା ବି ପଢନ୍ତୁ: Nagaland Firing: ଜୋର ଧରିଲା AFSPA ପ୍ରତ୍ୟାହାର ଦାବି

ସୂଚନା ଥାଉ କି, ଶନିବାର ସନ୍ଧ୍ୟାରେ ନାଗାଲାଣ୍ଡ ସୁରକ୍ଷାକର୍ମୀଙ୍କୁ ଆତଙ୍କବାଦୀ ବିରୋଧୀ ଅପରେସନରେ ଭୁଲ୍ ତଥ୍ୟ ମିଳିଥିଲା । ଆତଙ୍କବାଦୀ ଲୁଚି ରହିଥିବା ନେଇ ଏକ ଗୁପ୍ତ ସୂଚନା ପାଇ ସୁରକ୍ଷାବାହିନୀ ତିରୁ-ଓଟିଙ୍ଗ ରାସ୍ତାରେ ଆକ୍ରମଣ କରିବାକୁ ଯୋଜନା କରିଥିଲେ । ଏହି ସମୟରେ ସେହି ରାସ୍ତାଦେଇ କିଛି ଗ୍ରାମବାସୀ ମିନି ଟ୍ରକ୍‌ରେ ଘରକୁ ଫେରୁଥିଲେ । ଭୁଲରେ ଗ୍ରାମବାସୀଙ୍କୁ ଆତଙ୍କୀ ଭାବି ସେମାନଙ୍କ ଉପରେ ଗୁଳିଚାଳନା କରିଥିଲେ ସୁରକ୍ଷାକର୍ମୀ (Nagaland Security force firing) । ଏଥିରେ 14 ଜଣ ନାଗରିକଙ୍କ ମୃତ୍ୟୁ ଘଟିଥିଲା ।

ଏହି ଘଟଣା ଘଟିବା ପରେ ନାଗାଲାଣ୍ଡ, ମେଘାଳୟର ମୁଖ୍ୟମନ୍ତ୍ରୀ ସୁରକ୍ଷା ବଳ ସ୍ବତନ୍ତ୍ର କ୍ଷମତା Armed Forces Special Powers Act (AFSPA) ରଦ୍ଦ କରିବାକୁ ଦାବି କରିଛନ୍ତି । ସେପଟେ ନାଗାଲାଣ୍ଡ ମୁଖ୍ୟମନ୍ତ୍ରୀ ନିଫିୟୁ ରିୟୋ ରବିବାର ଘଟଣାର ଏକ ଉଚ୍ଚସ୍ତରୀୟ ତଦନ୍ତ ପାଇଁ ନିର୍ଦ୍ଦେଶ ଦେଇଛନ୍ତି ।

@ANI

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.