ETV Bharat / bharat

Atiq-Ashraf killing: କ୍ରାଇମ ସିନ ରିକ୍ରିଏସନ କରିବ SIT

author img

By

Published : Apr 18, 2023, 7:35 PM IST

ମାଫିଆ ଅତିକ ଓ ତାର ଭାଇ ଅଶରଫ ଅହମ୍ମଦ ହତ୍ୟାକାଣ୍ଡର ହେବ କ୍ରାଇମ ସିନ ରିକ୍ରିଏସନ । ଦୁଇଟି ଏସଆଇଟି ଟିମ ଜାରି ରଖିଛି ତଦନ୍ତ । ଅଧିକ ପଢନ୍ତୁ

Atiq-Ashraf killing: କ୍ରାଇମ ସିନ ରିକ୍ରିଏସନ କରିବ SIT
Atiq-Ashraf killing: କ୍ରାଇମ ସିନ ରିକ୍ରିଏସନ କରିବ SIT

ଲକ୍ଷ୍ନୌ: ମାଫିଆ ଅତିକ ଅହମ୍ମଦ ଓ ତାର ଭାଇ ଅଶରଫ ଅହମ୍ମଦ ହତ୍ୟାକାଣ୍ଡ ଘଟଣାର ହେବ କ୍ରାଇମ ସିନ ରିକ୍ରିଏନସନ । ସମସ୍ତ 3 ଅଭିଯୁକ୍ତଙ୍କୁ ହତ୍ୟାକାଣ୍ଡ ସ୍ଥଳକୁ ଆଣି ସିନ ରିକ୍ରିଏସନ କରିବା ପାଇଁ ଉତ୍ତର ପ୍ରଦେଶ ପୋଲିସ ଦ୍ବାରା ଗଠିତ ସ୍ବତନ୍ତ୍ର ତଦନ୍ତକାରୀ ଟିମ (SIT)। ତେବେ ଏନେଇ ସୂତ୍ରରୁ ସୂଚନା ମିଳିଥିବା ବେଳେ ପୋଲିସ କିଛି ସୂଚନା ଦେଇନାହିଁ ।

ପୋଲିସର କଷ୍ଟଡିରେ ଥିବା ଦୁଇ ଗ୍ୟାଙ୍ଗଷ୍ଟାରଙ୍କୁ କିପରି ଗୁଳି କରି ହତ୍ୟା କରିବାରେ ସଫଳ ହେଲେ ଅଭିଯୁକ୍ତମାନେ ଓ ସେମାନଙ୍କୁ କାବୁ କରିବାରେ ପୋଲିସକୁ କେତେ ସମୟ ଲାଗିଲା ? ସେନେଇ ସିନ ରିକ୍ରିଏସନ ପରେ ସ୍ପଷ୍ଟ ହେବା ନେଇ ଆଶା କରାଯାଉଛି । ତେବେ ସିନ ରିକ୍ରିଏସନ ନେଇ ସୂତ୍ରରୁ ସୂଚନା ମିଳିଥିଲେ ସୁଦ୍ଧା ପୋଲିସ ପକ୍ଷରୁ କୌଣସି ସୂଚନା ପ୍ରଦାନ କରାଯାଇନାହିଁ । ଏହି ସିନ ରିକ୍ରିଏସନ କେବେ ହେବ, ଦିନରେ ହେବ ନା ରାତିରେ ହେବ, ସେନେଇ ପୋଲିସ ସୂଚନା ମିଳିବା ପରେ ସ୍ପଷ୍ଟ ହେବ ।

ଘଟଣାସ୍ଥଳରେ ମାତ୍ର କେଇ ସେକେଣ୍ଡରେ ହତ୍ୟାକାଣ୍ଡ ଭିଆଇବା ପରେ ସମସ୍ତ 3 ଅଭିଯୁକ୍ତ ନାଟକୀୟ ଢଙ୍ଗରେ ଆତ୍ମସମର୍ପଣ କରିଥିଲେ । ରବିବାର ସେମାନଙ୍କୁ କୋର୍ଟରେ ହାଜର କରାଯାଇଥିବା ବେଳେ ଏବେ ସମସ୍ତ ଅଭିଯୁକ୍ତ 14 ଦିନିଆ ନ୍ୟାୟିକ ହେପାଜତରେ ଅଛନ୍ତି । ପ୍ରଥମେ ସେମାନଙ୍କୁ ନୈନି ଜେଲରେ ରଖାଯାଇଥିଲା । ନୈନି ଜେଲ ଭିତରେ ଆକ୍ରମଣ ଆଶଙ୍କାରେ ସେମାନଙ୍କୁ ପ୍ରତାପଗଡ ଜେଲକୁ ସ୍ଥାନାନ୍ତରିତ କରାଯାଇଥିଲା । ଏବେ ସମସ୍ତ 3 ଅଭିଯୁକ୍ତ କଡା ସୁରକ୍ଷା ମଧ୍ୟରେ ପ୍ରତାପଗଡ ଜେଲରେ ଅଛନ୍ତି । ଶନିବାର ରାତିରେ ଏହି ହତ୍ୟାକାଣ୍ଡ ଘଟିଥିବା ବେଳେ ରବିବାର ଉତ୍ତର ପ୍ରଦେଶ ପୋଲିସ ଦୁଇଟି ସ୍ୱତନ୍ତ୍ର ଅନୁସନ୍ଧାନକାରୀ ଦଳ (ଏସଆଇଟି) ଗଠନ କରିବାକୁ ଘୋଷଣା କରିଥିଲା ।

ଏହା ମଧ୍ୟ ପଢନ୍ତୁ :Atiq-Ashraf killing: ଜେଲରେ ଆକ୍ରମଣ ଆଶଙ୍କା ! ଅନ୍ୟ ଜେଲକୁ ସ୍ଥାନାନ୍ତରିତ ହେଲେ 3 ହତ୍ୟାକାରୀ

ଶନିବାର ପୋଲିସ କଷ୍ଟଡିରେ ଦୁଇ ମାଫିଆ ଭାଇ ଅତିକ ଓ ଅଶରଫକୁ ଗୁଳି କରି ହତ୍ୟା କରିଥିଲେ ଏହି ତିନି ହତ୍ୟାକାରୀ । ଗୁଳିକାଣ୍ଡ ଘଟାଇବା ପରେ ସେମାନେ ଫିଲ୍ମ ଷ୍ଟାଇଲରେ ଆତ୍ମସମର୍ପଣ ମଧ୍ୟ କରିଥିଲେ । ପୋଲିସ ସେମାନଙ୍କୁ ଗିରଫ କରି ତୁରନ୍ତ ସେମାନଙ୍କୁ କୌଣସି ଅଜ୍ଞାତ ସ୍ଥାନକୁ ନେଇ ଯାଇଥିଲା । ଗତକାଲି ସେମାନଙ୍କୁ କୋର୍ଟରେ ହାଜର କରାଯାଇଥିଲା । ଏବେ ସମସ୍ତ 3 ହତ୍ୟାକାରୀ 14 ଦିନିଆ ନ୍ୟାୟିକ ହାଜତରେ ଅଛନ୍ତି ।

ଅନ୍ୟପଟେ ରବିବାର ଅତିକ ଓ ଅଶରଫର ମୃତଦେହ ବ୍ୟବଚ୍ଛେଦ ପରେ ପରିବାରକୁ ହସ୍ତାନ୍ତର କରାଯାଇଥିଲା । ସଂଧ୍ୟାରେ ଉଭୟଙ୍କର ଶେଷକୃତ୍ୟ ସମ୍ପନ୍ନ ହୋଇଛି । ହେଲେ ଶେଷକୃତ୍ୟରେ ସାମିଲ ହେବା ପାଇଁ ଅତିକର ପତ୍ନୀ ଆସିବାକୁ ଚାହୁଁଥିବା ଓ ପୋଲିସ ନିକଟରେ ଆତ୍ମସମର୍ପଣ କରିବା ନେଇ ଚର୍ଚ୍ଚା ହେଉଥିଲେ ସୁଦ୍ଧା ସେପରି କିଛି ଘଟିନଥିଲା । ଏବେ ମଧ୍ୟ ଅତିକର ପତ୍ନୀ ସହିସ୍ତା ପରବିନ ଫେରାର ରହିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.