ETV Bharat / bharat

ସିରିସା ବାନ୍ଦଲା: କଳ୍ପନା ଚାୱଲାଙ୍କ ପରେ ମହାକାଶରେ ଭରିବେ ଉଡାଣ, ଜାଣନ୍ତୁ କେମିତି ଥିଲା ତାଙ୍କ ଯାତ୍ରା... - ଆନ୍ଧ୍ରପ୍ରଦେଶ ଗୁଣ୍ଟୁର

ସିରିସା ବାନ୍ଦଲା...ନାଁ ହିଁ ଯଥେଷ୍ଟ...ଏକ ସଫଳ ନାରୀର ଜୀବନଯାତ୍ରା। ଆନ୍ଧ୍ରପ୍ରଦେଶରୁ ଆମେରିକା। ଶୈଶବରୁ ସ୍ୱପ୍ନ ଥିଲା ଆକାଶରେ ବିହଙ୍ଗ ସାଜି ଉଡି ବୁଲିବା। ଆଉ ଏହି ସ୍ୱପ୍ନ ମଧ୍ୟ ପୂରଣ ହେଲା । କଳ୍ପନା ଚାୱଲାଙ୍କ ପରେ ମହାକାଶରେ ମୁକ୍ତ ବିହଙ୍ଗ ପରି ଉଡି ବୁଲି ନିଜ ସ୍ୱପ୍ନରେ ନୂଆ ଡେଣା ଲଗାଇବେ ଗୁଣ୍ଟୁର ଲଳନା । ତାଙ୍କ ପାଇଁ ଆଜି ସମଗ୍ର ଭାରତ କାହିଁକି ପୁରା ବିଶ୍ୱ ଗର୍ବିତ । ନିଜ ଗୋଡରେ ଠିଆ ହୋଇ ସଫଳତାର ଶୀର୍ଷରେ ପହଞ୍ଚିଥିବା ସିରିସାଙ୍କ ସମ୍ପର୍କରେ ଆମେ ଜଣାଇବୁ ଆପଣଙ୍କୁ କିଛି ରୋଚକ ତଥ୍ୟ, ଥରେ ନଜର ପକାନ୍ତୁ ସିରିସାଙ୍କ ଜୀବନଯାତ୍ରା ରିପୋର୍ଟରେ...

ସିରିସା ବାନ୍ଦଲା: କଳ୍ପନା ଚାୱଲାଙ୍କ ପରେ ମହାକାଶରେ ଭରିବେ ଉଡାଣ, ଜାଣନ୍ତୁ କେମିତି ଥିଲା ତାଙ୍କ ଯାତ୍ରା...

author img

By

Published : Jul 6, 2021, 7:02 PM IST

ହାଇଦ୍ରାବାଦ: ନାରୀ ଆଜି ଯାଇଁ କେଉଁଠି ପହଞ୍ଚିଲାଣି । ସମସ୍ତ ବାଧାବିଘ୍ନକୁ ଏଡାଇ ନାରୀ ଘରର ଚାରି କାନ୍ଥ ମଧ୍ୟରେ ଆବଦ୍ଧ ହୋଇ ନାହିଁ । ଭୂମି ଠାରୁ ମହାକାଶ ପର୍ଯ୍ୟନ୍ତ ନାରୀ ସବୁଆଡେ ନିଜର ଦଖଲ କରିସାରିଲାଣି । ସଫଳତାର ଶୀର୍ଷରେ ଚୁମ୍ବକ ପାଲଟିଲାଣି ନାରୀ । ପୁରୁଷଙ୍କୁ ବହୁତ ପଛରେ ପକାଇ ନାରୀ ଅବିରତ ଭାବେ ଆଗେଇ ଚାଲିଛି । ସେ ଦୌଡ ହେଉ କି ସନ୍ତରଣ, ସେ ଚୁଲି ମୂଳେ ହେଉ କିମ୍ବା ସେନାବାହିନୀ ହେଉ, ସେ ବିମାନରେ ପାଇଲଟ୍ ହେଉ କିମ୍ବା ଅନ୍ତରୀକ୍ଷ ଯାତ୍ରା...ନାରୀ ସବୁଥିରେ ନିଜକୁ ସଫଳତାର ସହ ପ୍ରତିପାଦିତ କରିପାରିଛି । ତୁ ଝିଅ ପିଲା....କିଛି କରିପାରିବୁନି..ଏହି ଉକ୍ତିକୁ ନାରୀ ମିଛ ପ୍ରମାଣିତ କରିପାରିଛି । ସେମିତି ଜଣେ ଯୁବତୀ ଆଜି ଅନ୍ତରୀକ୍ଷ ଯାତ୍ରା ପାଇଁ ମନୋନୀତ ହୋଇଛନ୍ତି । କଳ୍ପନା ଚାୱଲାଙ୍କ ପରେ ଭାରତର ଆଉ ଏକ ଲଳନା ଅନ୍ତରୀକ୍ଷ ଯାତ୍ରା ପାଇଁ ଉଡାଣ ଭରିବେ । ସେ ରିଚାର୍ଡ ବ୍ରାନସନଙ୍କ ସ୍ପେଶ କମ୍ପାନୀ ଭର୍ଜିନ ଗାଲାକ୍‌ଟିକ୍(VIRGIN GALACTIC)ର ଅନ୍ତରୀକ୍ଷ ଯାନ ଭର୍ଜିନ ଅରବିଟ୍(VIRGIN ORBIT)ରେ ବସି 11 ଜୁଲାଇରେ ଅନ୍ତରୀକ୍ଷ ଯାତ୍ରାରେ ଯିବେ । ତେଣୁ ଏଥିପାଇଁ କେବଳ ଭାରତ କାହିଁକି ସମଗ୍ର ବିଶ୍ବ ଆଜି ତାଙ୍କ ପାଇଁ ଗର୍ବିତ ।

twitter@Sirisha Bandla
twitter@Sirisha Bandla

କିଏ ସେ ମହିଳା ମହାକାଶଚାରୀ, କେଉଁଠି ପଢୁଥିଲେ ପାଠ, କେମିତି ପାଇଲେ ସଫଳତା, ଚାଲନ୍ତୁନା ଜାଣିବା ତାଙ୍କ ସମ୍ପର୍କରେ କିଛି ରୋଚକ ତଥ୍ୟ....

ସିରିସା ବାନ୍ଦଲା କିଏ...

ଆନ୍ଧ୍ରପ୍ରଦେଶର ଗୁଣ୍ଟୁରରେ ଜନ୍ମ ଗ୍ରହଣ କରିଥିବା ସିରିସା ଆମେରିକାର ହ୍ୟୁଷ୍ଟନରେ ବଡ ହୋଇଛନ୍ତି । ସେ ପ୍ୟୁରଡିଉ(Purdue Universtiy)ରୁ ଆରୋନେଟିକାଲ ଓ ଆଷ୍ଟୋନେଟିକାଲ ଇଞ୍ଜିନିୟରିଂରେ ଗ୍ରାଜୁଏସନ ଏବଂ ଜର୍ଜଟାଉନ ବିଶ୍ବବିଦ୍ୟାଳୟରେ ମାଷ୍ଟର ଅଫ୍ ବିଜନେସ ଆଡମିନିଷ୍ଟ୍ରେସନ(MBA) ଡିଗ୍ରୀ ହାସଲ କରିଛନ୍ତି । ସିରିସା ଉତ୍ତର ଆମେରିକାର ତେଲୁଗୁ ଆସୋସିଏସନ ସହ ଜଡିତ । ଏହି ଆସୋସିଏସନ ଇଣ୍ଡୋ-ଆମେରିକାର ସବୁଠାରୁ ପୁରୁଣା ଓ ବଡ ସଂଗଠନ ।

twitter@Sirisha Bandla
twitter@Sirisha Bandla

ସିରିସା 2015 ମସିହାରୁ ଭର୍ଜିନ ଗାଲାକ୍‌ଟିକ୍‌ରେ ସରକାରୀ ବ୍ୟାପାର ପରିଚାଳକ ଭାବେ କାମ କରି ଆସୁଥିଲେ, ଏବଂ ଏହାପରେ ତାଙ୍କ ପଦବୀରେ ସେ ଉନ୍ନତି କରିଚାଲିଛନ୍ତି । ଭର୍ଜିନ ଅରବିଟ୍‌ରେ ସେ ୱାଶିଂଟନ୍ ଅପରେସନ ପରିଚାଳିକା ଭାବେ କାମ କରିଥିଲେ, ଯାହାକି '747 ପ୍ଲେନ' ବ୍ୟବହାର କରି ମହାକାଶକୁ ଉପଗ୍ରହ ପ୍ରେରଣ କରିଥିଲା ।

twitter@Sirisha Bandla
twitter@Sirisha Bandla

ମେକ୍ସିକୋରୁ ଭରିବ ଉଡାଣ:

11 ଜୁଲାଇ ସନ୍ଧ୍ୟା ସମୟରେ ରିଚାର୍ଡ ବ୍ରାନସନଙ୍କ ବିମାନର ପରୀକ୍ଷଣ ହେବ । ଏହି ୱିଙ୍ଗ ରକେଟସିପ୍ ମେକ୍ସିକୋରୁ ଉଡାଣ ଭରିବ । ଆଉ ଏଥିରେ କମ୍ପାନୀର ପୁରା କ୍ର୍ୟୁ ମେମ୍ବର ରହିବେ । ଅନ୍ତରୀକ୍ଷକୁ ଭର୍ଜିନ ଗାଲାକ୍‌ଟିକ୍‌ର ଚତୁର୍ଥ ଯାତ୍ରା ହେବ । ଏହି ଯାତ୍ରାରେ ରିଚାର୍ଡ ବ୍ରାନସନଙ୍କ ସହ, ସିରିସା, ମୁଖ୍ୟ ମହାକାଶଚାରୀ ପ୍ରଶିକ୍ଷକ ବେଥ୍ ମୋସିସ୍, ଇଞ୍ଜିନିୟର କୋଲିନ୍ ବିନେଟ୍, ପାଇଲଟ୍ ଡାଭେ ମ୍ୟାକିଙ୍କ ସହ ପାଇଲଟ୍ ମାଇକେଲ ମସୁଶି ରହିଛନ୍ତି ।

twitter@Sirisha Bandla
twitter@Sirisha Bandla

6 ବର୍ଷ ମଧ୍ୟରେ ହାସିଲ କଲେ ସଫଳତା:

ସିରିସା 6 ବୈଜ୍ଞାନିକଙ୍କ ମଧ୍ୟରେ ଜଣେ, ଯିଏ ମହାକାଶକୁ ଉଡାଣ ଭରିବେ । ସିରିସା ମହାକାଶଯାତ୍ରୀଙ୍କ ଏହି ସମୂହରେ 4ର୍ଥ ନମ୍ବର ବୈଜ୍ଞାନିକ । କେବଳ ସେତିକି ନୁହେଁ, ସେ ସରକାରୀ ବ୍ୟାପାର ଏବଂ ରିସର୍ଚ୍ଚ ଅପରେସନର ଭାଇସ ପ୍ରେସିଡେଣ୍ଟ । ଆଉ ସେ କେବଳ ଏହି ପଦବୀ ମାତ୍ର 6 ବର୍ଷ ମଧ୍ୟରେ ହାସିଲ କରିଛନ୍ତି ।

twitter@sirisha bandla
twitter@sirisha bandla

ପିଲାବେଳୁ ମହାକାଶଚାରୀ ହେବା ପାଇଁ ଥିଲା ଆଗ୍ରହ:

ଜୁଲାଇ 11ରେ ହେବାକୁ ଥିବା ଉଡାଣରେ ସିରିସା Tended Research Experienceର ଇନଚାର୍ଜ ମଧ୍ୟ ରହିବେ । ଯାହାଦ୍ବାରା ତାଙ୍କୁ ମହାକାଶ ଯାତ୍ରା ସମୟରେ ମହାକାଶଚାରୀଙ୍କ ଉପରେ ହେଉଥିବା ପ୍ରଭାବ ସମ୍ପର୍କରେ ଜାଣିବାକୁ ସୁଯୋଗ ମିଳିବ । ପିଲାବେଳୁ ସିରିସାଙ୍କୁ ମହାକାଶ ସମ୍ପର୍କରେ ଜାଣିବାକୁ ବଡ ଆଗ୍ରହ ଥିଲା । ରକେଟ୍, ମହାକାଶ ଯାନରେ ହେଉଥିବା ରୋମାଞ୍ଚ ତାଙ୍କୁ ମହାକାଶଚାରୀ ହେବା ପାଇଁ ପ୍ରେରିତ କରିଛି । ଆକାଶରେ ଉଡିବାରେ ଇଚ୍ଛା ଥିଲେ ମଧ୍ୟ ସେ କେବଳ ମହାକାଶଚାରୀ ହେବା ପାଇଁ ଚାହୁଁଥିଲେ, କାରଣ ତାଙ୍କର ଆଖି ଦୃଷ୍ଟି କମ୍ ଥିବାରୁ ସେ ବାୟୁସେନା ପାଇଲଟ୍ ହୋଇପାରିଲେ ନାହିଁ ।

ସିରିସାଙ୍କୁ ଭାରତ, ଆନ୍ଧ୍ରପ୍ରଦେଶ, ଗୁଣ୍ଟୁର ଆଦି ସ୍ଥାନରୁ ଶୁଭେଚ୍ଛାର ସୁଅ ଛୁଟିବାରେ ଲାଗିଛି । ସିରିସାଙ୍କ ପରିବାରର ଛାତି ଗର୍ବରେ ଫୁଲି ଉଠୁଛି । ବିଭିନ୍ନ ସୋସିଆଲ ପ୍ଲାର୍ଟଫର୍ମ ଜରିଆରେ ତାଙ୍କ ନିକଟକୁ ବାର୍ତ୍ତା ଆସିବାରେ ଲାଗିଛି ।

  • I am so incredibly honored to be a part of the amazing crew of #Unity22, and to be a part of a company whose mission is to make space available to all. https://t.co/sPrYy1styc

    — Sirisha Bandla (@SirishaBandla) July 2, 2021 " class="align-text-top noRightClick twitterSection" data=" ">

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.