ETV Bharat / bharat

ଆସନ୍ତା ବର୍ଷ ଜୁଲାଇ ପହିଲାରୁ ଭାରତ ହେବ ପ୍ଲାଷ୍ଟିକ ମୁକ୍ତ

ଦେଶରେ ପ୍ଲାଷ୍ଟିକ ବର୍ଯ୍ୟବସ୍ତୁ ଏବଂ ଏହାଦ୍ବାରା ହେଉଥିବା କ୍ଷତିକୁ ଦୃଷ୍ଟିରେ ରଖି ବଡ ପଦକ୍ଷେପ ନେଇଛନ୍ତି କେନ୍ଦ୍ର ସରକାର । ୨୦୨୨ ଜୁଲାଇ ପହିଲାରୁ ଆଉ ହୋଇପାରିବନି ସିଙ୍ଗଲ ୟୁଜ ପ୍ଲାଷ୍ଟିକର ବ୍ୟବହାର ।

author img

By

Published : Aug 13, 2021, 5:31 PM IST

ଆସନ୍ତା ବର୍ଷ ଜୁଲାଇ ପହିଲାରୁ ପ୍ଲାଷ୍ଟିକ ମୁକ୍ତ ହେବ ଦେଶ

ନୂଆଦିଲ୍ଲୀ: ଖୁବଶୀଘ୍ର ଭାରତ ହେବ ପ୍ଲାଷ୍ଟିକ ମୁକ୍ତ ଦେଶ । ଦେଶରେ ପ୍ଲାଷ୍ଟିକ ବର୍ଜ୍ୟବସ୍ତୁ ଏବଂ ଏହାଦ୍ବାରା ହେଉଥିବା କ୍ଷତିକୁ ଦୃଷ୍ଟିରେ ରଖି ବଡ ପଦକ୍ଷେପ ନେଇଛନ୍ତି କେନ୍ଦ୍ର ସରକାର । ୨୦୨୨ ଜୁଲାଇ ପହିଲାରୁ ଆଉ ହୋଇପାରିବନି ସିଙ୍ଗଲ ୟୁଜ ପ୍ଲାଷ୍ଟିକର ବ୍ୟବହାର । କେନ୍ଦ୍ରସରକାରଙ୍କ ପକ୍ଷରୁ ଏହା ଉପରେ ଘୋଷଣା ହୋଇଥିବା ପ୍ରତିବନ୍ଧକ ଜୁଲାଇ ୧ରୁ ଲାଗୁ ହେବ ।

ପଲିଷ୍ଟିରିନ ଏବଂ ବିସ୍ତାରିତ ପଲିଷ୍ଟିରିନ ସମେତ ସିଙ୍ଗଲ ୟୁଜ ପ୍ଲାଷ୍ଟିକର ଉତ୍ପାଦନ, ଆମଦାନୀ, ମହଜୁଦ, ବଣ୍ଟନ, ବିକ୍ରୟ ଏବଂ ବ୍ୟବହାର ଉପରେ ୨୦୨୨ ଜୁଲାଇ ପହିଲାରୁ ନିଷେଧାଦେଶ ଲାଗୁ ହେବ ବୋଲି ସୂଚନା ଦେଇଛନ୍ତି ପର୍ଯ୍ୟାବରଣ, ଜଙ୍ଗଲ ଓ ଜଳବାୟୁପରିବର୍ତ୍ତନ ମନ୍ତ୍ରଣାଳୟ ।

କେନ୍ଦ୍ର ପକ୍ଷରୁ ଏକ ଡ୍ରାଫ୍ଟ ଅଧିସୂଚନା ଜାରି କରାଯାଇଛି । ଏହା ଯେଭଳି ଛୋଟ ବ୍ୟବସାୟୀଙ୍କୁ ପ୍ରଭାବିତ ନକରିବ ଏବଂ ବର୍ଯ୍ୟବସ୍ତୁ ବୃଦ୍ଧିର ବିପଦକୁ ଦୃଷ୍ଟିରେ ରଖି ୩୦ ସେପ୍ଟେମ୍ବରରୁ ପଲିଥିନ ଥଳିର ଓସାର ୫୦ ମାଇକ୍ରୋନର ବଢାଇ ୧୨୦ ମାଇକ୍ରୋନ କରିବାର ନିଷ୍ପତ୍ତି ନିଆଯାଇଛି । ଏବେ ଦେଶରେ ୫୦ ମାଇକ୍ରୋନରୁ କମ ପଲିଥିନ ବ୍ୟାଗ ଉପରେ ରହିଛି ପ୍ରତିବନ୍ଧକ ।

ଆସନ୍ତାବର୍ଷ ୧୫ ଅଗଷ୍ଟ ୨୦୨୨ ସ୍ବାଧୀନତା ଦିବସସୁଦ୍ଧା ସମଗ୍ର ଦେଶରେ ବ୍ୟବହୃତ ପ୍ଲାଷ୍ଟିକ ବସ୍ତୁର ଉତ୍ପାଦନ, ଆମଦାନୀ, ଭଣ୍ଡାରଣ, ବିକ୍ରି ଓ ଉପଯୋଗ ଉପରେ ପ୍ରତିବନ୍ଧକ ଲାଗିଯିବ । ସିଙ୍ଗଲ ୟୁଜ ପ୍ଲାଷ୍ଟିକ ଉପରେ ୨ଟି ପର୍ଯ୍ୟାୟରେ ପ୍ରତିବନ୍ଧକ ଲାଗିବ । ୨୦୨୨ ଜାନୁଆରୀରୁ ପ୍ରଥମ ପର୍ଯ୍ୟାୟ ଆରମ୍ଭ ହେବ । ଏହି ପର୍ଯ୍ୟାୟରେ ପ୍ଲାଷ୍ଟିକ ପତାକା, ବେଲୁନ ଉପରେ ପ୍ରତିବନ୍ଧିତ ହେବ । ସେହପରି ୧ ଜୁଲାଇରୁ ଦ୍ବିତୀୟ ପର୍ଯ୍ୟାୟରେ ପ୍ଲେଟ୍‌, କପ୍‌, ଗ୍ଲାସ, ଚାମଚ, ଛୁରୀ, ନିମନ୍ତ୍ରଣ କାର୍ଡ, ସିଗାରେଟ ଆଦି ଉପରେ ପ୍ରତିବନ୍ଧକ ଲାଗିବ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.