ETV Bharat / bharat

ଦୁଇ ସହକର୍ମୀଙ୍କୁ ଗୁଳି କରି ହତ୍ୟା ପରେ ସିକିମ ପୋଲିସ କର୍ମୀ ଗିରଫ - ସିକିମ ପୋଲିସ କର୍ମୀଙ୍କ ବର୍ବର କାଣ୍ଡ

ଦିଲ୍ଲୀରେ କାର୍ଯ୍ୟରତ ସିକିମ ପୋଲିସ କର୍ମୀଙ୍କ ଅଭାବନୀୟ କାଣ୍ଡ । 3 ସହକର୍ମୀଙ୍କ ଉପରେ ଚଳାଇଲେ ଗୁଳି । ଦୁଇ ଜଣଙ୍କ ମୃତ୍ୟୁ, ଅନ୍ୟ ଜଣେ ଗୁରୁତର । ଗୁଳି ଚଳାଇଥିବା ପୋଲିସ କର୍ମୀଙ୍କୁ ଗିରଫ କଲା ଦିଲ୍ଲୀ ପୋଲିସ । ଅଧିକ ପଢନ୍ତୁ

ଦୁଇ ସହକର୍ମୀଙ୍କୁ ଗୁଳି କରି ହତ୍ୟା ପରେ ସିକିମ ପୋଲିସ କର୍ମୀ ଗିରଫ

author img

By

Published : Jul 18, 2022, 5:35 PM IST

ନୂଆଦିଲ୍ଲୀ: ଦିଲ୍ଲୀରେ କାର୍ଯ୍ୟରତ ସିକିମ ପୋଲିସର ଜଣେ କର୍ମୀଚାରୀ ଅଭାବନୀୟ କାଣ୍ଡ ଘଟାଇଛନ୍ତି । ନିଜର 3 ସହକର୍ମୀଙ୍କ ଉପରକୁ ଗୁଳି ଚଳାଇଥିଲେ । ଦୁଇ ପୋଲିସ କର୍ମୀଙ୍କ ମୃତ୍ୟୁ ଘଟିଥିବା ବେଳେ ଅନ୍ୟ ଜଣେ ଗୁରୁତର ହୋଇ ହସ୍ପିଟାଲରେ ଭର୍ତ୍ତି ହୋଇଥିବା ସୂଚନା ମିଳିଛି । ଘଟଣା ଘଟାଇଥିବା ପୋଲିସ କର୍ମୀଙ୍କୁ ଦିଲ୍ଲୀ ପୋଲିସ କାବୁ କରିବା ପରେ ଗିରଫ କରିଛି ।

ଦିଲ୍ଲୀ ପୋଲିସ ନିକଟରୁ ମିଳିଥିବା ସୂଚନା ଅନୁସାରେ, ସିକିମ ପୋଲିସର ଏହି କର୍ମଚାରୀମାନେ ଦିଲ୍ଲୀର ହାଇଦରପୁର ଏରିଆରେ ଥିବା ଏକ ଓ୍ବାଟର ପ୍ଲାଣ୍ଟରେ କାର୍ଯ୍ୟରେ ନିୟୋଜିତ ହୋଇଥିଲେ । ତେବେ ଆଜି ଅପରାହ୍ନରେ ଜଣେ ପୋଲିସ କର୍ମୀ ନିଜର 3 ସହକର୍ମୀଙ୍କ ଉପରେ ଅତର୍କିତ ଗୁଳି ଚଳାଇଥିଲେ । ଗୁରୁତର ପୋଲିସ କର୍ମୀଙ୍କୁ ଉଦ୍ଧାର କରି ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲେ ସୁଦ୍ଧା ସେଠାରେ 2ଜଣଙ୍କୁ ମୃତ ଘୋଷଣା କରାଯାଇଛି । ସେହିପରି ଅନ୍ୟ ଜଣେ ଗମ୍ଭୀର ଅବସ୍ଥାରେ ଚିକିତ୍ସାଧୀନ ରହିଛନ୍ତି ।

ଅନ୍ୟପଟେ ଏପରି କାଣ୍ଡ ଭିଆଇଥିବା ପୋଲିସ କର୍ମୀଙ୍କୁ ଦିଲ୍ଲୀ ପୋଲିସ କାବୁ କରିବା ସହ ଗିରଫ ମଧ୍ୟ କରିଛି । କେଉଁ କାରଣ ପାଇଁ ପୋଲିସ ଅଧିକାରୀଜଣଙ୍କ ଏପରି କଲେ, ତାହା ବର୍ତ୍ତମାନ ସୁଦ୍ଧା ସ୍ପଷ୍ଟ ହୋଇନାହିଁ । ଘଟଣାରେ ତଦନ୍ତ ଆରମ୍ଭ ହୋଇଥିବା ଦିଲ୍ଲୀ ପୋଲିସ ପକ୍ଷରୁ ସୂଚନା ମିଳିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.