ଲକ୍ଷ୍ନୌ: ସ୍କୁଲକୁ ଧର୍ମ ସମ୍ବନ୍ଧୀୟ ପୋଷାକ ପିନ୍ଧି ଯାଇପାରିବେ ନାହିଁ ଛାତ୍ର । ସ୍କୁଲ ଡ୍ରେସ କୋଡ ପିନ୍ଧି ସ୍କୁଲ ଆସିବାକୁ ଶିଖ ଛାତ୍ରକୁ କହିଲେ ଶିକ୍ଷୟତ୍ରୀ । ଯାହାକୁ ନେଇ ଉପୁଜିଛି ବବାଦ । ବରେଲି ଜିଲ୍ଲାର ମିଶନାରୀ ଦ୍ୱାରା ପରିଚାଳିତ ସେଣ୍ଟ ଫ୍ରାନ୍ସିସ୍ ସ୍କୁଲର ପଢୁଥିବା ଶିଖ ଛାତ୍ରଙ୍କୁ ଏପରି ନିର୍ଦ୍ଦେଶ ଦେଇଥିଲେ ପ୍ରିନ୍ସିପାଲ । ସ୍କୁଲକୁ ଆସିବାକୁ ହେଲେ ଶିଖ ଧର୍ମର ପଗଡି, କଡା ଓ କ୍ରିପାଡ ପିନ୍ଧିବାକୁ ବାରଣ କରାଯାଇଛି । ଯେଉଁ ମାନେ ଏହା ନମାନ୍ତି ସେମାନଙ୍କ ନାମ ସ୍କୁଲରୁ କଟାଯିବ ବୋଲି କହିଥିଲେ ପ୍ରିନ୍ସିପାଲ ।
ଏହା ଜାଣିବା ପରେ ଶିଖ ସମ୍ପ୍ରଦାୟର ଶତାଧିକ ଲୋକ ସେଣ୍ଟ ଫ୍ରାନ୍ସିସ୍ ସ୍କୁଲରେ ପହଞ୍ଚି ବିରୋଧ ପ୍ରଦର୍ଶନ କରିଥିଲେ । ଏନେଇ ଆନ୍ଦୋଳନକାରୀ କହିଛନ୍ତି ଯେ, ସ୍କୁଲର ପ୍ରଧାନ ଶିକ୍ଷୟତ୍ରୀ ପିଲାଙ୍କୁ ଶିଖ ଧର୍ମର ପଗଡି, କାଢା ଓ କ୍ରିପାଡ ପନ୍ଧିକି ଆସିବାକୁ ବାରଣ କରିଛନ୍ତି, ଯାହା ଅତ୍ୟନ୍ତ ନିନ୍ଦନୀୟ । କୌଣସି ପରିସ୍ଥିତିରେ ଏବାକୁ ବରଦାସ୍ତ କରାଯିବ ନାହିଁ । ଆନ୍ଦୋଳନ ତିବ୍ରତର ହେବାରୁ ଶେଷରେ ଶିଖ ସମ୍ପ୍ରଦାୟର ଲୋକଙ୍କ ନିକଟରେ କ୍ଷମା ମାଗିଥିଲେ ବିଦ୍ୟାଳୟର ପ୍ରିନ୍ସିପାଲ ଅନିରୋଜ ।
ଏନେଇ ଶିଖ ସମାଜ ସୋସାଇଟିର ଅଧ୍ୟକ୍ଷ ସତ୍ୟନ୍ତ ସିଂ ଚଢା କହିଛନ୍ତି ଯେ, ଶିଖ ସମ୍ପ୍ରଦାୟର ପିଲାଙ୍କୁ ସ୍କୁଲ ପ୍ରଧାନ ଶିକ୍ଷୟିତ୍ରୀ ଅସଦାଚରଣ କରିଥିଲେ । ଆମର ଧାର୍ମିକ ପଗଡି, କଡା ଓ କ୍ରିପାଡକୁ ବନ୍ଦ କରିବାକୁ ଚେଷ୍ଟା କରାଗଲା । ଯେଉଁଥିରେ ଆଜି ଆମେ ସମସ୍ତେ ଆସି ସ୍କୁଲରେ ବିରୋଧ ପ୍ରଦର୍ଶନ କରିଥିଲୁ । ଏଥିସହିତ ସେଣ୍ଟ ଫ୍ରାନ୍ସିସ୍ ସ୍କୁଲର ପ୍ରିନ୍ସପାଲ୍ ଆନିରୋଜ କହିଛନ୍ତି ଯେ ସେ ଏପରି କିଛି କହି ନାହାନ୍ତି । ବସ୍ରେ ଏକ ଛୋଟ ପିଲା ଆହତ ହୋଇଥିବା ବେଳେ ଅଭିଭାବକମାନେ ଅଭିଯୋଗ କରିଥିଲେ । ସେ ପଗଡି, କଡା ଏବଂ କ୍ରିପାଦ ପିନ୍ଧି କାହାକୁ ଆସିବାକୁ ବାରଣ କରିନଥିଲେ ବୋଲି କହିଛନ୍ତି ।