ETV Bharat / bharat

ରାହୁଲଙ୍କୁ ଭେଟିବା ପରେ ବଦଳିଗଲା ମନ, ଇସ୍ତଫା ପ୍ରତ୍ୟାହାର କଲେ ସିଦ୍ଧୁ

author img

By

Published : Oct 16, 2021, 8:23 AM IST

Updated : Oct 16, 2021, 8:31 AM IST

ରାହୁଲ ଗାନ୍ଧୀଙ୍କୁ ଭେଟିବା ପରେ ଇସ୍ତଫା ପ୍ରତ୍ୟାହାର କଲେ ପଞ୍ଜାବ କଂଗ୍ରେସର ପିସିସି ସଭାପତି ନବଜୋତ ସିଂ ସିଦ୍ଧୁ । ପୁଣି କାର୍ଯ୍ୟ ଜାରି ରଖିବେ ବୋଲି ସୂଚନା ଦେଲେ ହରିଶ ରାୱତ । ଅଧିକ ପଢନ୍ତୁ....

ପୁଣି କଂଗ୍ରେସର ପିସିସି ମୁଖ୍ୟ ଭାବେ କାର୍ଯ୍ୟ କରିବେ ସିଦ୍ଧୁ, ପ୍ରତ୍ୟାହାର କଲେ ଇସ୍ତଫା ପତ୍ର

ଚଣ୍ଡୀଗଡ: ଇସ୍ତଫା ପ୍ରତ୍ୟାହାର କଲେ ପଞ୍ଜାବ କଂଗ୍ରେସର ପିସିସି ସଭାପତି ନବଜୋତ ସିଂ ସିଦ୍ଧୁ । ଗତକାଲି ରାହୁଲ ଗାନ୍ଧୀଙ୍କୁ ଭେଟିବା ପରେ ଇସ୍ତଫା ପତ୍ର ପ୍ରତ୍ୟାହାର କରିଛନ୍ତି ସିଦ୍ଧୁ । ତେବେ ପୁଣି ପିସିସି ଭାବେ ସିଦ୍ଧୁ କାର୍ଯ୍ୟ ଜାରି ରଖିବେ ବୋଲି ସୂଚନା ଦେଇଛନ୍ତି ରାଜ୍ୟ ଏଆଇସିସି ଦାୟିତ୍ୱରେ ଥିବା ହରିଶ ରାୱତ ।

ଗତକାଲି ରାହୁଲ ଗାନ୍ଧୀଙ୍କ ସହ ସାକ୍ଷାତ ପରେ ସିଦ୍ଧୁ କହିଛନ୍ତି ଯେ, ମୁଁ ରାହୁଲଙ୍କ ସହ ଦଳ ମଧ୍ୟରେ ଥିବା ବିଭିନ୍ନ ପ୍ରସଙ୍ଗରେ ଆଲୋଚନା କରିଛି ଏବଂ ସେଗୁଡିକର ସମାଧାନ କରାଯାଇଛି । କଂଗ୍ରେସର ସଭାପତି ସୋନିଆ ଗାନ୍ଧୀଙ୍କ ନେତୃତ୍ବରେ ତାଙ୍କର ସମ୍ପୂର୍ଣ୍ଣ ବିଶ୍ବାସ ରହିଛି ଓ ତାଙ୍କ ଦ୍ବାରା ନିଆଯାଇଥିବା ନିଷ୍ପତ୍ତି ସର୍ବଦା ଗ୍ରହଣୀୟ ବୋଲି ସିଦ୍ଧୁ କହିଛନ୍ତି ।

ଗୁରୁବାର AICC ମୁଖ୍ୟାଳୟରେ ରାହୁଲଙ୍କ ସହ ହରିଶ ରାୱତ ଏବଂ ଏଆଇସିସି ସାଧାରଣ ସମ୍ପାଦକ କେସି ଭେନୁଗୋପାଳ ଏକ ଘଣ୍ଟାଧରି ବୈଠକ କରିଥିଲେ । ଏହି ବୈଠକରେ ବିଭିନ୍ନ ପ୍ରସଙ୍ଗରେ ଆଲୋଚନା ହୋଇଥିଲା । ବୈଠକରେ ସିଦ୍ଧୁ ୧୮ଟି ପ୍ରସ୍ତାବ ରଖିଥିଲେ । ଏଥିସହ ଡ୍ରଗ୍ସ ମାଫିଆ ଓ ନିଶାଦ୍ରବ୍ୟ ଚୋରା ଚାଲାଣରେ ସମ୍ପୃକ୍ତଥିବା ଦଳୀୟ ନେତାଙ୍କ ବିଷୟରେ ମଧ୍ୟ ସିଦ୍ଧୁ ବୈଠକରେ ଜଣାଇଥିଲେ । ତେବେ ସିଦ୍ଧୁଙ୍କ ଏହି ସବୁ ପ୍ରସ୍ତାବ ଉପରେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ପ୍ରତିଶୃତି ଦେଇଥିଲେ କଂଗ୍ରେସର ବରିଷ୍ଠ ନେତା ମାନେ ।

ଗତ ସେପ୍ଟେମ୍ବର ୨୮ରେ ପଞ୍ଜାବ କଂଗ୍ରେସ ମୁଖ୍ୟ ପଦରୁ ଇସ୍ତଫା ଦେଇଥିବା ନେଇ ଏକ ଇସ୍ତଫା ପତ୍ର ଟ୍ୱିଟରରେ ପୋଷ୍ଟ କରିଥିଲେ ସିଦ୍ଧୁ । କିନ୍ତୁ ଏହାକୁ ଗ୍ରହଣ କରିନଥିଲେ କଂଗ୍ରେସ ଦଳର ହାଇକମାଣ୍ଡ ସୋନିଆ ଗାନ୍ଧୀ ।

Last Updated : Oct 16, 2021, 8:31 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.