ETV Bharat / bharat

ଶୁକ୍ରବାର ପଞ୍ଜାବ କଂଗ୍ରେସର ମୁଖ୍ୟ ଭାବେ ଦାୟିତ୍ବ ନେବେ ସିଦ୍ଧୁ - ନବଜୋତ ସିଂ ସିଦ୍ଧୁ

ଆସନ୍ତା ଜୁଲାଇ ୨୩ରେ ପଞ୍ଜାବ କଂଗ୍ରେସର ମୁଖ୍ୟ ଭାବେ ଦାୟିତ୍ବ ଗ୍ରହଣ କରିବେ ନବଜୋତ ସିଂ ସିଦ୍ଧୁ । ଅଧିକ ପଢନ୍ତୁ...

ପଞ୍ଜାବ କଂଗ୍ରେସର ମୁଖ୍ୟ ଭାବେ ଜୁଲାଇ ୨୩ରେ ଦାୟିତ୍ବ ଗ୍ରହଣ କରିବେ  ସିଦ୍ଧୁ

author img

By

Published : Jul 22, 2021, 8:35 AM IST

ଚଣ୍ଡୀଗଡ: ଆସନ୍ତାକାଲି( ଶୁକ୍ରବାର) ପଞ୍ଜାବ କଂଗ୍ରେସର ମୁଖ୍ୟ ଭାବେ ଦାୟିତ୍ବ ଗ୍ରହଣ କରିବେ ନବଜୋତ ସିଂ ସିଦ୍ଧୁ । ଏନେଇ ଗତକାଲି ଏକ ବିଶେଷ ସୁତ୍ରରୁ ଜଣାପଡିଛି । ସିଦ୍ଧୁ ୬୫ ଜଣ ବିଧାୟକଙ୍କ ଦସ୍ତଖତ ନେଇ ଏକ ନିମନ୍ତ୍ରଣ ପତ୍ର ପଞ୍ଜାବର ମୁଖ୍ୟମନ୍ତ୍ରୀ କ୍ୟାପଟେନ ଅମରିନ୍ଦର ସିଂଙ୍କୁ ପଠାଇଥିବା ମଧ୍ୟ ଜଣାପଡିଛି । ଏଥିସହ ପଞ୍ଜାବର ଦାୟିତ୍ୱରେ ଥିବା ଏଆଇସିସି ହରିଶ ରାୱତଙ୍କୁ ମଧ୍ୟ ନିମନ୍ତ୍ରଣ କରିଛନ୍ତି ।

ତେବେ ଗତ ରବିବାର ଦିନ ସିଦ୍ଧୁ ନାଁ ପଞ୍ଜାବର ପିସିସି ସଭାପତି ଭାବେ ଘୋଷଣା କରାଯାଇଥିଲା । ଏହାକୁ ମଧ୍ୟ ମୁଖ୍ୟମନ୍ତ୍ରୀଙ୍କ ଅମରିନ୍ଦର ସିଂ ସମର୍ଥନ କରିଥିଲେ । କିନ୍ତୁ ଏନେଇ ସିଦ୍ଧୁ ଓ ଅମରିନ୍ଦର ସିଂଙ୍କ ମଧ୍ୟରେ କୌଣସି ବୈଠକ ହୋଇନାହିଁ । ଅମରିନ୍ଦର ସିଂଙ୍କ ଗଣମାଧ୍ୟମ ପରାମର୍ଶଦାତା ମଙ୍ଗଳବାର ଏକ ଟ୍ବିଟ କରି କହିଥିଲେ ଯେ ମୁଖ୍ୟମନ୍ତ୍ରୀଙ୍କୁ ସିଦ୍ଧୁ ଭେଟିବାର କୌଣସି କାର୍ଯ୍ୟକ୍ରମ ହୋଇନାହିଁ ।

ସେ ଆହୁରି ମଧ୍ୟ କହିଥିଲେ, ସୋସିଆଲ ମିଡିଆ ମାଧ୍ୟମରେ ମୁଖ୍ୟମନ୍ତ୍ରୀଙ୍କୁ ସିଦ୍ଧୁ ଯେଉଁଭଳି ଭାବେ ଅପମାନିତ କରିଛନ୍ତି ସେଥି ପାଇଁ ସେ ସର୍ବସାଧାରଣରେ କ୍ଷମା ନମାଗିବା ପର୍ଯ୍ୟନ୍ତ ମୁଖ୍ୟମନ୍ତ୍ରୀ ସିଦ୍ଧୁଙ୍କୁ ଭେଟିବେ ନାହିଁ।

ଏହାପୂର୍ବରୁ, 62 ବିଧାୟକ ସିଦ୍ଧୁଙ୍କ ବାସଭବନରେ ପହଞ୍ଚିଦଳ ଏକଜୁଟ ହୋଇଛି ଏବଂ କ୍ଷମା ମାଗିବାର କୌଣସି ଆବଶ୍ୟକତା ନାହିଁ ବୋଲି କହିଥିଲେ । ରବିବାର ଦିନ କଂଗ୍ରେସ ସିଦ୍ଧୁଙ୍କୁ ରାଜ୍ୟ ଦଳର ମୁଖ୍ୟ ଭାବେ ଘୋଷଣା କରିବା ବ୍ୟତୀତ ୪ ଜଣ କାର୍ଯ୍ୟରତ ସଭାପତି ଘୋଷଣା କରିଥିଲା।

@ANI

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.