ETV Bharat / bharat

Sidhu Moosewala Murder Case: ରିମାଣ୍ଡରେ ବିଦେଶରୁ ଗିରଫ ମାଷ୍ଟରମାଇଣ୍ଡ ସଚିନ ବିଷ୍ଣୋଇ - ରିମାଣ୍ଡରେ ଗଲା ମୁସେଓ୍ବାଲା ହତ୍ୟା ଅଭିଯୁକ୍ତ

ବହୁଚର୍ଚ୍ଚିତ ସିଦ୍ଧୁ ମୁସେୱାଲାଙ୍କ ହତ୍ୟାକାଣ୍ଡରେ ବିଦେଶରୁ ଗିରଫ ଅଭିଯୁକ୍ତ ସଚିନ ବିଷ୍ଣୋଇକୁ ରିମାଣ୍ଡରେ ନେଲା ପୋଲିସ । ଏବେ ସୁଦ୍ଧା ଗିରଫ ହେଲେଣି 16 କୁଖ୍ୟାତ ଅପରାଧୀ । 2022 ମେ’ 29 ତାରିଖରେ ଘଟିଥିଲା ହତ୍ୟାକାଣ୍ଡ । ଅଧିକ ପଢନ୍ତୁ

Sidhu Moosewala Murder Case: ଅଭିଯୁକ୍ତ ସଚିନ ବିଷ୍ଣୋଇକୁ ରିମାଣ୍ଡରେ ନେଲା ପୋଲିସ

author img

By

Published : Aug 2, 2023, 7:27 AM IST

ନୂଆଦିଲ୍ଲୀ: ବହୁଚର୍ଚ୍ଚିତ ପଞ୍ଜାବୀ ଗାୟକ ତଥା କଂଗ୍ରେସ ନେତା ସିଦ୍ଧୁ ମୁସେୱାଲାଙ୍କ ହତ୍ୟାକାଣ୍ଡରେ ବିଦେଶରୁ ଗିରଫ ହୋଇଥିବା ଅନ୍ୟତମ ମାଷ୍ଟରମାଇଣ୍ଡ ସଚିନ୍ ବିଷ୍ଣୋଇକୁ 10 ଦିନିଆ ରିମାଣ୍ଡରେ ନେଲା ଦିଲ୍ଲୀ ପୋଲିସ । ପଟିଆଲା ହାଉସ କୋର୍ଟ ଦିଲ୍ଲୀ ପୋଲିସର ଆବେଦନକ୍ରମେ ସଚିନକୁ 10 ଦିନିଆ ରିମାଣ୍ଡରେ ପଠାଇଛନ୍ତି । ଏହି ରିମାଣ୍ଡ ଅବଧି ମଧ୍ୟରେ ତାର ସୁରକ୍ଷା ନିଶ୍ଚିତ କରିବାକୁ ଦିଲ୍ଲୀ ପୋଲିସକୁ କହିଛନ୍ତି କୋର୍ଟ ।

ଦିଲ୍ଲୀ ପୋଲିସର ସ୍ପେଶାଲ୍ ସେଲ ସ୍ୱତନ୍ତ୍ର ପୋଲିସ୍ କମିଶନର ଏଚ୍.ଜି.ଏସ ଧଲିଓ୍ବାଲ କହିଛନ୍ତି, କେନ୍ଦ୍ର ଗୃହମନ୍ତ୍ରୀ ନିର୍ଦ୍ଦେଶ କ୍ରମେ ଭାରତରେ ଅପରାଧ ଘଟାଇ ବିଦେଶରେ ପଳାୟନ କରୁଥିବା ଅପରାଧୀଙ୍କ ବିରୋଧରେ ମଧ୍ୟ କାର୍ଯ୍ୟାନୁଷ୍ଠାନ ଜାରି ରହିଛି । ଦିଲ୍ଲୀ ପୋଲିସ ମେକ୍ସିକୋରୁ ଗ୍ୟାଙ୍ଗଷ୍ଟର ଦୀପକ ବକ୍ସରକୁ ଗିରଫ କରିଥିଲା । ବର୍ତ୍ତମାନ ଆଜେରବାଇଜାନରୁ ସ୍ପେଶାଲ ସେଲ ଦ୍ୱାରା ଗ୍ୟାଙ୍ଗଷ୍ଟର ସଚିନ ବିଷ୍ଣୋଇକୁ ମଧ୍ୟ ଗିରଫ କରାଯାଇଛି । ହତ୍ୟାକାଣ୍ଡ ପରେ ଦେଶକୁ ଫେରିନଥିଲା ସଚିନ । ହେଲେ ପ୍ରାୟ 13 ମାସ ପରେ ପୋଲିସ ତାକୁ ବିଦେଶରୁ ଗିରଫ କରିବାରେ ସଫଳତା ପାଇଛି । ତାକୁ ଜେରା କରାଯାଇ ହତ୍ୟାକାଣ୍ଡ ଓ ଲରେନ୍ସ ବିଷ୍ଣୋଇର ଅପରାଧିକ ନେଟଓ୍ବାର୍କ ସମ୍ପର୍କରେ ଅଧିକ ସୂଚନା ସଂଗ୍ରହ କରିବାକୁ ପ୍ରାୟସ କରିବ ପୋଲିସ ।

ପୋଲିସ ସୂଚନା ଅନୁସାରେ, ଅଭିଯୁକ୍ତ ସଚିନ ବିଷ୍ଣୋଇ ସିଦ୍ଧୁ ମୁସେୱାଲାଙ୍କୁ ହତ୍ୟା କରିବା ପାଇଁ ନିଜେ ଭାରତରୁ ଷଡଯନ୍ତ୍ର ଆରମ୍ଭ କରିଥିଲା । ସେ ସିଦ୍ଧୁଙ୍କୁ ହତ୍ୟା କରିବା ପାଇଁ ସୁଟରମାନଙ୍କୁ ଯୋଗାଡ କରିଥିଲା । ହତ୍ୟାକାଣ୍ଡକୁ ରୂପ ଦେବା ପୂର୍ବରୁ ସେ ଆଗୁଆ ଜାଲ ପାସପୋର୍ଟ ପ୍ରସ୍ତୁତ ଆଜେରବାଇଜାନକୁ ପଳାଇ ଯାଇଥିଲେ । ପରେ ସେ ଦୁବାଇ ମଧ୍ୟ ଫେରିଥିଲା । ଦେଶ ବାହାରେ ରହି ଏହି ହତ୍ୟାକାଣ୍ଡକୁ ରୂପ ଦେବାରେ ସଫଳ ହୋଇଥିଲେ ସଚିନ ଓ ତାର ସହଯୋଗୀ । ଏହି ବହୁଚର୍ଚ୍ଚିତ ସିଦ୍ଧୁ ମୁସେୱାଲା ହତ୍ୟା ମାମଲାର ତଦନ୍ତ ଏବେ ଜାତୀୟ ତଦନ୍ତକାରୀ ସଂସ୍ଥା (ଏନଆଇଏ) ଜାରି ରଖିଛି । ଏହି ମାମଲାରେ ଏବେ ସୁଦ୍ଧା 16 ଜଣ ଦୁର୍ଦ୍ଦାନ୍ତ ଅପରାଧୀଙ୍କୁ ଗିରଫ କରାଯାଇଛି ।

ଏହା ମଧ୍ୟ ପଢନ୍ତୁ :-ପୁଣି ଥରେ ସିଦ୍ଧୁ ମୁସେଓ୍ବାଲାଙ୍କ ମାତା-ପିତାଙ୍କୁ ହତ୍ୟା ଧମକ

ଗତବର୍ଷ 2022 ମେ’ ମାସ 29 ତାରିଖରେ ପଞ୍ଜାବର ମନସା ଜିଲ୍ଲାରେ ସିଦ୍ଧୁ ମୁସେୱାଲା ଏକ ଜିପରେ ଯାଉଥିବା ବେଳେ ସ୍ପଷ୍ଟ ଦିବାଲୋକରେ ତାଙ୍କୁ ପ୍ରାୟ 30 ରାଉଣ୍ଡ ଗୁଳି ଚଳାଇ ହତ୍ୟା କରାଯାଇଥିଲା । ଏକାଧିକ ସୁଟରଙ୍କ ଏକ ଗୋଷ୍ଠୀ ତାଙ୍କୁ ପୂର୍ବ ଯୋଜନବଦ୍ଧ ଭାବେ ହତ୍ୟା କରି ଫେରାର ହୋଇଯାଇଥିଲେ । କୁଖ୍ୟାତ ଗ୍ୟାଙ୍ଗଷ୍ଟାର ଲରେନ୍ସ ବିଷ୍ଣୋଇ ଏବଂ ତାର ସହଯୋଗୀ ଗୋଲଡି ବରାର ଏହି ହତ୍ୟାକାଣ୍ଡ ଘଟାଇଥିବା ସନ୍ଦେହ କରାଯାଉଥିଲା । ପରେ ଏହି ଗୋଷ୍ଠୀର ସମ୍ପୃକ୍ତି ଥିବା ମଧ୍ୟ ପୋଲିସ ସ୍ପଷ୍ଟ କରିଥିଲା ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.