ETV Bharat / bharat

ସିଦ୍ଧୁ ମୁସେଓ୍ବାଲା ହତ୍ୟାକାଣ୍ଡ ମାମଲାର ତଦନ୍ତ କରୁନି NIA, ସ୍ପଷ୍ଟୀକରଣ ଦେଲା ସଂସ୍ଥା - ଜାତୀୟ ତଦନ୍ତକାରୀ ସଂସ୍ଥା

ବହୁଚର୍ଚ୍ଚତ ପଞ୍ଜାବୀ ଗାୟକ ସିଦ୍ଧୁ ମୁସେଓ୍ବାଲା ହତ୍ୟାକାଣ୍ଡ ମାମଲାର ତଦନ୍ତ କରୁନାହିଁ ଜାତୀୟ ତଦନ୍ତକାରୀ ସଂସ୍ଥା NIA (Sidhu Moose Wala murder)। ସଂସ୍ଥା ପକ୍ଷରୁ ମିଳିଲା ସୂଚନା । ଅଧିକ ପଢନ୍ତୁ

NIA ତଦନ୍ତଭୂକ୍ତ ନାହିଁ ସିଦ୍ଧୁ ମୁସେଓ୍ବାଲା ହତ୍ୟାକାଣ୍ଡ ମାମଲା, ସ୍ପଷ୍ଟୀକରଣ ଦେଲା ସଂସ୍ଥା

author img

By

Published : Sep 12, 2022, 5:21 PM IST

ନୂଆଦିଲ୍ଲୀ: ବହୁଚର୍ଚ୍ଚିତ ପଞ୍ଜାବୀ ଗାୟକ ତଥା କଂଗ୍ରେସ ନେତା ସିଦ୍ଧୁ ମୁସେଓ୍ବାଲା ହତ୍ୟାକାଣ୍ଡର ତଦନ୍ତ ଜାତୀୟ ତଦନ୍ତକାରୀ ସଂସ୍ଥା NIAର କରୁନାହିଁ (NIA investigation on Moose Wala murder)। ଆଜି ଏନେଇ ସଂସ୍ଥା ସୂତ୍ରରୁ ଜଣାପଡିଛି । ଆଜି (ସୋମବାର) ଜାତୀୟ ତଦନ୍ତକାରୀ ସଂସ୍ଥା ଦିଲ୍ଲୀ ସମେତ ଉତ୍ତର ଭାରତର ପ୍ରାୟ 50 ସ୍ଥାନରେ ଏକକାଳୀନ ଚଢାଉ କରିଥିଲା । ଗ୍ୟାଙ୍ଗଷ୍ଚାର ଓ ଅପରାଧିକ କାର୍ଯ୍ୟକଳାପରେ ସମ୍ପୃକ୍ତି ଅଭିଯୋଗ ଥିବା ଠିକଣାରେ ଏହି ଚଢାଉ ଜାରି ରହିଥିବା ବେଳେ ଏହି କାର୍ଯ୍ୟାନୁଷ୍ଠାନ ସିଦ୍ଧୁ ମୁସେଓ୍ବାଲା ହତ୍ୟାକାଣ୍ଡ ସମ୍ପର୍କିତ ବୋଲି ଚର୍ଚ୍ଚା ହୋଇଥିଲା । ପରେ ଏନେଇ ସଂସ୍ଥା ସ୍ପଷ୍ଟୀକରଣ ରଖିବା ସହ ମୁସେଓ୍ବାଲା ହତ୍ୟାକାଣ୍ଡର ତଦନ୍ତ ଏନଆଇଏ ଦ୍ବାରା କରାଯାଉ ନଥିବା ସ୍ପଷ୍ଟ କରିଛି ।

NIAର ଜଣେ ବରିଷ୍ଠ ଅଧିକାରୀ ଖବର ସରବରାହ ସଂସ୍ଥା ANI କୁ ସୂଚନା ଦେଇ କହିଛନ୍ତି,‘‘ ରାଜଧାନୀ ଦିଲ୍ଲୀ ଓ ଉତ୍ତର ଭାରତ ସମେତ ପ୍ରାୟ 50 ଟି ଆଡ୍ଡା ଉପରେ ଏକକାଳୀନ ଏହି ଚଢାଉ ହୋଇଛି । ତେବେ ଗ୍ୟାଙ୍ଗଷ୍ଟାର କାର୍ଯ୍ୟକଳାପ, ସେମାନଙ୍କ ଅନ୍ତର୍ଜାତୀୟ ଓ ଅନ୍ତରାଜ୍ୟ ଲିଙ୍କ ନେଇ ମିଳିଥିବା ସୂଚନା ଆଧାରରେ ଏହି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି ସଂସ୍ଥା । ଏହି କାର୍ଯ୍ୟାନୁଷ୍ଠାନ ସିଦ୍ଧୁ ହତ୍ୟାକାଣ୍ଡ ମାମଲା ସମ୍ପର୍କିତ ନୁହେଁ ଓ ଉକ୍ତ ମାମଲା ମଧ୍ୟ NIA ତଦନ୍ତ ପରିସରରେ ନାହିଁ ।’’

ଆଜି (ସୋମବାର) ରାଜଧାନୀ ଦିଲ୍ଲୀ, ଏନସିଆର, ପଞ୍ଜାବ, ପଞ୍ଜାବ,ହରିୟାଣା,ରାଜସ୍ଥାନ ସମେତ ଅନ୍ୟ କିଛି ଠିକଣାରେ ଏନଆଇଏ ଟିମ ଏହି ଚଢାଉ କରିଥିଲା । ସମ୍ବେଦନଶୀଳ ହତ୍ୟକାଣ୍ଡ ଓ ଅପରାଧିକ କାର୍ଯ୍ୟକଳାପ ସୃଷ୍ଟି କରି ସମାଜରେ ଭୟର ବାତାବରଣ ସୃଷ୍ଟି କରୁଥିବା ପେଶାଦାର ଅପରାଧୀଙ୍କୁ ଧରିବା ପାଇଁ ସଂସ୍ଥା ଏହି ଅଭାଯାନ ଆରମ୍ଭ କରିଛି । ଏହି ଅପରାଧୀ ଗ୍ୟାଙ୍ଗଗୁଡିକ ଦାଦାବଟି, ନିଶା କାରବାର ଓ ଅନ୍ୟ ସଂଗଠିତ ଅପରାଧ ଅଭ୍ୟାସଗତ ଭାବେ ଜାରି ରଖିଛନ୍ତି । ଏହା ବିରୋଧରେ ଜାତୀୟ ତଦନ୍ତକାରୀ ସଂସ୍ଥ ତାର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପ୍ରକ୍ରିୟା ଆରମ୍ଭ କରିଛି ।

ପଞ୍ଜାବର ମାନସା ଜିଲ୍ଲାରେ ମେ 29 ରେ କଂଗ୍ରେସ ନେତା ତଥା ଲୋକପ୍ରିୟ ପଞ୍ଜାବୀ ଗାୟକ ସିଦ୍ଧୁ ମୁସେଓ୍ବାଲାଙ୍କୁ ଗୁଳି କରି ହତ୍ୟା କରିଥିଲେ ଗ୍ୟାଙ୍ଗଷ୍ଚାର (Sidhu Moose Wala murder) । ପୂର୍ବ ଶତୃତାରୁ ଏହି ହତ୍ୟାକାଣ୍ଡ ହୋଇଥିବା ଜଣାପଡିଥିବା ବେଳେ କାର୍ଯ୍ୟାନୁଷ୍ଠାନ ମଧ୍ୟ ଜାରି ରହିଛି । ବର୍ତ୍ତମାନ ସୁଦ୍ଧା ହତ୍ୟାକାଣ୍ଡରେ ସମ୍ପୃକ୍ତ ଏକାଧିକ ସୁଟରଙ୍କୁ ଗିରଫ କରାଯାଇ ସାରିଲାଣି । ପଞ୍ଜାବ, ହରିୟାଣା ଓ ଦିଲ୍ଲୀ ପୋଲିସର ସ୍ପେସାଲ ସେଲ ଏହି ବହୁଚର୍ଚ୍ଚିତ ହତ୍ୟାକାଣ୍ଡର ତଦନ୍ତ ଜାରି ରଖିଛି । ତେବେ ଏନଆଇଏ ରେଡ ପରେ ଏହାର ତଦନ୍ତ ଜାତୀୟ ତଦନ୍ତକାରୀ ସଂସ୍ଥା ଦ୍ବାରା କରାଯାଉଥିବା ଅନୁମାନ କାରଯାଉଥିଲେ ସୁଦ୍ଧା ଏହାକୁ ସଂସ୍ଥା ପକ୍ଷରୁ ଖଣ୍ଡନ କରାଯାଇଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.