ETV Bharat / bharat

କୌଣସି ଗୁଣରେ ନାରୀ ନୁହେଁ କମ୍: ତେଲେଙ୍ଗାନାର ବାବୁରି ସିରିଶା ହେଲେ ପ୍ରଥମ ଲାଇନ୍ ୱମେନ୍ - ବାବୁରି ସିରିଶା ଖବର

ତେଲେଙ୍ଗାନା ସିଦ୍ଧିପେଟ ଜିଲ୍ଲାର ବାବୁରି ସିରିଶା ପ୍ରଥମ ଜୁନିୟର ଲାଇନ ୱମେନ ଭାବେ ନିଯୁକ୍ତି ପାଇଲେ । ଏହି ପଦ ପାଇବାରେ ସିରିଶା ଆନ୍ଧ୍ରପ୍ରଦେଶ ଓ ତେଲେଙ୍ଗାନାରେ ପ୍ରଥମ ମହିଳା । କେମିତି ଥିଲା ତାଙ୍କ ଲାଇନ ୱମେନ ଯାତ୍ରା, ପଢନ୍ତୁ ଏହି ରିପୋର୍ଟ

କୌଣସି ଗୁଣରେ ନାରୀ ନୁହେଁ କମ୍: ତେଲେଙ୍ଗାନାର ବାବୁରି ସିରିଶା ହେଲେ ପ୍ରଥମ ଲାଇନ୍ ୱମେନ୍

author img

By

Published : May 19, 2022, 6:37 PM IST

ହାଇଦ୍ରାବାଦ: ଏକବିଂଶ ଶତାବ୍ଦୀରେ ପୁରୁଷ ଓ ମହିଳାଙ୍କୁ ହୁଏତ ଏକ ପ୍ରକାର ଅଧିକାର ଦିଆ ହୋଇଛି, କିନ୍ତୁ ଆଜି ମଧ୍ୟ ସମାଜରେ କିଛି ଏମିତି ଜାଗା ମଧ୍ୟ ଅଛି, ଯେଉଁଠି କେବଳ ପୁରୁଷଙ୍କର ଆଧିପତ୍ୟ ହିଁ ଅଛି । ଏମିତି ସ୍ଥାନରେ ମହିଳାଙ୍କ କାମ କରିବା ଆଶ୍ଚର୍ଯ୍ୟପ୍ରଦ କଥା ଭଳି ମନେ ହୁଏ । କିନ୍ତୁ ଏହି ସବୁ ଉକ୍ତିକୁ ଏକ ପାଖିଆ କରି ତେଲେଙ୍ଗାନାର ବାବୁରି ସିରିଶା ମହିଳାଙ୍କ ପାଇଁ ଉଦାହରଣ ସୃଷ୍ଟି କରିଛନ୍ତି । ବାବୁରି ତେଲେଙ୍ଗାନା ବିଦ୍ୟୁତ ବିଭାଗ ପକ୍ଷରୁ ବାହାରିଥିବା ଲାଇନମ୍ୟାନ ଯୋଗ୍ୟତା ପରୀକ୍ଷାରେ ପାସ୍ କରି ଆନ୍ଧ୍ରପ୍ରଦେଶ ଓ ତେଲେଙ୍ଗାନାର ପ୍ରଥମ ଜୁନିୟର ଲାଇନ ୱମେନର ଯୋଗ୍ୟତା ହାସଲ କରିଛନ୍ତି ।

କୌଣସି ଗୁଣରେ ନାରୀ ନୁହେଁ କମ୍: ତେଲେଙ୍ଗାନାର ବାବୁରି ସିରିଶା ହେଲେ ପ୍ରଥମ ଲାଇନ୍ ୱମେନ୍

ଆଜି(ଗୁରୁବାର) ତାଙ୍କୁ ତେଲେଙ୍ଗାନା ଶକ୍ତି ମନ୍ତ୍ରୀ ଜି. ଜଗଦୀଶ ରେଡ୍ଡି ନିଯୁକ୍ତିପତ୍ର ପ୍ରଦାନ କରିଥିଲେ । TSSPDCLର ପ୍ରବନ୍ଧ ନିର୍ଦ୍ଦେଶକ(CMD) ରଘୁମା ରେଡ୍ଡୀ ସିରିଶାଙ୍କୁ ତାଙ୍କ ଉପଲବ୍‌ଧି ପାଇଁ ଶୁଭେଚ୍ଛା ଜଣାଇଛନ୍ତି । କେବଳ ଏତିକି ନୁହେଁ, ପୁରା ଦେଶରୁ ଛୁଟୁଛି ତାଙ୍କ ପାଖକୁ ଶୁଭେଚ୍ଛାର ସୁଅ । ତେଲେଙ୍ଗାନା ସହ ପୁରା ଦେଶ ତାଙ୍କ ଉପରେ ଗର୍ବ କରୁଛି ।

ଦେଖିବାକୁ ଗଲେ, ଲାଇନମ୍ୟାନ ପଦରେ କେବଳ ପୁରୁଷ ହିଁ କାମ କରନ୍ତି । କାହିଁକିନା ବିଦ୍ୟୁତ ଖୁଣ୍ଟରେ ଚଢିବା ଓହ୍ଲାଇବା ଭାରି ବିପଦପୂର୍ଣ୍ଣ ହୋଇଥାଏ । କେବଳ ସେଥିପାଇଁ ତେଲେଙ୍ଗାନା ବିଦ୍ୟୁତ ବିଭାଗ ପକ୍ଷରୁ ବାହାରିଥିବା ଲାଇନମ୍ୟାନ ପଦ ପାଇଁ ମହିଳାଙ୍କ ଆବେଦନ ସମ୍ପୂର୍ଣ୍ଣ ନିଷେଧ ଥିଲା । କିନ୍ତୁ ଏଥିରେ ସିରିଶା ହାର ମାନି ନଥିଲେ, ସେ ଅନ୍ୟ ମହିଳାଙ୍କ ସହ ମିଶି ଏହି ନିଷ୍ପତ୍ତିର ପ୍ରବଳ ବିରୋଧ କରିଥିଲେ । ଶେଷରେ ଉକ୍ତ ବିଭାଗ ସିରିଶାର ଦୃଢ ପ୍ରତିଜ୍ଞା ଆଗରେ ହାର ମାନି ଥିଲା । ଏବଂ ଲାଇନମ୍ୟାନ ପଦ ପାଇଁ ମହିଳାମାନେ ଆବେଦନ କରିପାରିବେ ବୋଲି ପୁନଃ ବିଜ୍ଞାପନ ବାହାର କରିଥିଲା । ସିରିଶା ଆଇଆଇଟି ପାଠ ପଢିଥିଲେ । ତେଣୁ ସେ କାଳ ବିଳମ୍ବ ନ କରି ଲାଇନମ୍ୟାନ ପଦ ପାଇଁ ଆବେଦନ କରିଥିଲେ । ତାଙ୍କ ସହ ୮ ଅନ୍ୟ ମହିଳା ମଧ୍ୟ ଆବେଦନ କରିଥିଲେ । ଲିଖିତ ପରୀକ୍ଷାରେ ସିରିଶା ପାସ୍ କରିବା ସହ ବିଦ୍ୟୁତ ଖୁଣ୍ଟରେ ଚଢିବା ଓ ଓହ୍ଲାଇବା ପ୍ରାକ୍ଟିକାଲ ପରୀକ୍ଷାରେ ମଧ୍ୟ ଉତ୍ତୀର୍ଣ୍ଣ ହୋଇଥିଲେ ।

ସିରିଶା ବିଦ୍ୟୁତ ଖୁଣ୍ଟରେ ଚଢିବା ଓ ଓହ୍ଲାଇବା ପାଇଁ ୧ ମିନିଟ୍‌ରୁ ବି କମ୍ ସମୟ ଲଗାଇଥିଲେ । ସିରିଶା ସିଦ୍ଧିପେଟ୍‌ ଜିଲ୍ଲାର ମାରକୁକ୍ ମଣ୍ଡଳର ଗଣେଶପଲ୍ଲୀ ଗାଁ ନିବାସୀ । ତାଙ୍କ ବୟସ ମାତ୍ର ୨୧ । ସେ ବର୍ତ୍ତମାନ ମେଡଚାଲ ସର୍କଲ ଲାଇନ୍ ୱମେନ ଭାବେ କାର୍ଯ୍ୟରତ । TSSPDCLର ଏହି ପରୀକ୍ଷା ପାଇଁ ୨୦ ଡିସେମ୍ବର, ୨୦୨୧ରେ ଉଚ୍ଚ ନ୍ୟାୟାଳୟରୁ ନିର୍ଦ୍ଦେଶ ମିଳିଥିଲା । ଏତେ କମ୍ ବର୍ଷ ବୟସରୁ ଏତେ ବଡ ସଫଳତା ଯୋଗୁଁ ସିରିଶାଙ୍କ ନାଁ ଏବେ ସବୁ ଆଡୁ ଚର୍ଚ୍ଚାରେ । ସିରିଶା କୁହନ୍ତି ଯେ, ସେ ସବୁବେଳେ ଏମିତି କିଛି କରିବାକୁ ଚାହୁଁଥିଲେ ଯେ, ଯେଉଁଥିରେ ଅନ୍ୟ ମହିଳାଙ୍କୁ ମଧ୍ୟ ପ୍ରେରଣା ମିଳିପାରିବ । ମହିଳା କୌଣସି ଗୁଣରେ ମଧ୍ୟ ପୁରୁଷ ଠାରୁ କମ୍ ନୁହଁନ୍ତି । ତେଣୁ ସେ ଲାଇନମ୍ୟାନ ହେବା ପାଇଁ ନିଷ୍ପତ୍ତି ନେଇଥିଲେ । ଯାହାକୁ ସେ ଆଜି ସଫଳ ମଧ୍ୟ କରାଇଲେ ।

ସିରିଶା କୁହନ୍ତି ଯେ, ସେ କଡା ପରିଶ୍ରମ କରି ନିଜ ପଦର ମର୍ଯ୍ୟାଦା ରକ୍ଷା କରିବେ । ସେ ମୁଖ୍ୟମନ୍ତ୍ରୀ କେସିଆର(KCR), ମନ୍ତ୍ରୀ ଜଗଦୀଶ ରେଡ୍ଡୀ ଓ ସିଏମ୍‌ଡି ରଘୁମା ରେଡ୍ଡୀଙ୍କୁ ଚାକିରୀ ପାଇଁ ଯୋଗ୍ୟ ଭାବି ଥିବାରୁ ବିଶେଷ ଭାବେ ଧନ୍ୟବାଦ ଜ୍ଞାପନ କରିଛନ୍ତି । ସେ କହିଛନ୍ତି ଯେ, ଏହି ଚାକିରୀ ପାଇଁ ତାଙ୍କ ବାପାମାଆ ତାଙ୍କୁ ଖୁବ୍ ସହଯୋଗ କରିଥିଲେ । ଏବଂ ସେ ତାଙ୍କ ଦାଦାଙ୍କ ସହଯୋଗରେ ବିଦ୍ୟୁତ୍ ଖୁଣ୍ଟ ଚଢିବା ଅଭ୍ୟାସ କରିଥିଲେ ।

ମନ୍ତ୍ରୀ ଜଗଦୀଶ ରେଡ୍ଡୀ କୁହନ୍ତି ଯେ, ମହିଳାଙ୍କୁ ସଫଳତାର ନୂଆ ରାସ୍ତାରେ ଚାଲିବା ଏବଂ ଗନ୍ତବ୍ୟସ୍ଥଳରେ ପହଞ୍ଚିବା ଦେଖି ବେଶ୍ ଖୁସି ଅନୁଭବ ହୁଏ । ସିରିଶାଙ୍କ ପରେ ଜୁନିୟର ଲାଇନ ୱମେନ ପଦ ପାଇଁ ବହୁତ ମହିଳା ଆବେଦନ କରୁଛନ୍ତି । ଏହା ପୂର୍ବରୁ ତେଲେଙ୍ଗାନା ଟ୍ରାନ୍ସେକା ବିଦ୍ୟୁତ କ୍ଷେତ୍ର ଇତିହାସରେ ପ୍ରଥମ ଥର ୨୦୦ ଲାଇନ ୱମେନଙ୍କୁ ଚାକିରୀ ଦେଇ ରେକର୍ଡ ସୃଷ୍ଟି କରିଥିଲା ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.