ETV Bharat / bharat

Karnataka Cabinet Expansion: ଶନିବାର ସିଦ୍ଧରମୈୟାଙ୍କ କ୍ୟାବିନେଟ ସମ୍ପ୍ରସାରଣ - କର୍ଣ୍ଣାଟକ ସରକାରଙ୍କ କ୍ୟାବିନେଟ ସମ୍ପ୍ରସାରଣ

ସିଦ୍ଧରମୈୟାଙ୍କ କ୍ୟାବିନେଟରେ ସାମିଲ ହୋଇ ପାରନ୍ତି 20ରୁ ଉର୍ଦ୍ଧ୍ବ ବିଧାୟକ। ଆସନ୍ତାକାଲି ନେଇପାରନ୍ତି ମନ୍ତ୍ରୀ ଭାବେ ଶପଥ । ଅଧିକ ପଢନ୍ତୁ

Karnatakas New Minister
Karnatakas New Minister
author img

By

Published : May 26, 2023, 11:11 AM IST

ନୂଆଦିଲ୍ଲୀ: ସମ୍ପ୍ରସାରଣ ହେବ ସିଦ୍ଧରମୈୟାଙ୍କ କ୍ୟାବିନେଟ । ଆସନ୍ତାକାଲି(ଶନିବାର) କର୍ଣ୍ଣାଟକ ସରକାରଙ୍କ କ୍ୟାବିନେଟ ସମ୍ପ୍ରସାରଣ ହୋଇପାରେ । ସିଦ୍ଧରମୈୟାଙ୍କ ଟିମରେ ସାମିଲ ହୋଇ ମନ୍ତ୍ରୀ ଭାବେ ଶପଥ ନେଇପାରନ୍ତି 20ରୁ 24 ବିଧାୟକ । ଏନେଇ କଂଗ୍ରେସ ତରଫରୁ ସୂଚନା ମିଳିଛି ।

ଗୁରୁବାର କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ସିଦ୍ଧରମୈୟା ଓ ଉପମୁଖ୍ୟମନ୍ତ୍ରୀ ଡିକେ ଶିବକୁମାର କ୍ୟାବିନେଟର ସମ୍ପ୍ରସାରଣ ବିଷୟରେ ଦିଲ୍ଲୀ ଯାଇ କେସି ଭେନୁଗୋପାଲ ଏବଂ ରଣଦୀପ ସିଂ ସୁରଜେୱାଲାଙ୍କ ସହ ଆଲୋଚନା କରିଥିଲେ । ଏହି ଚାରି ନେତାଙ୍କ ମଧ୍ୟରେ ଦୀର୍ଘ 5 ଘଣ୍ଟା ଧରି ଆଲୋଚନା ହୋଇଥିଲା । ଏଥିରେ କେଉଁ ବିଧାୟକକଙ୍କୁ ମନ୍ତ୍ରୀ ପଦ ଦିଆଯିବ ତାହା ଆଲୋଚନାର ମୁଖ୍ୟ ପ୍ରସଙ୍ଗ ରହିଥିଲା । ଆସନ୍ତାକାଲି(ଶନିବାର) ଦିନ 11ଟା 30 ମିନିଟରେ 20ରୁ 24 ଜଣ ବିଧାୟକ ମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିବା ନେଇ ସୂଚନା ରହିଛି ।

ଦଳ ତରଫରୁ ମିଳିଥିବା ସୂଚନା ଅନୁଯାୟୀ, ଗତକାଲି ବୈଠକରେ 20ରୁ 24 ଜଣ ବିଧାୟକଙ୍କ ନାମ ଉପରେ ଆଲୋଚନା ହୋଇଥିଲା । ଏହାପରେ ମନ୍ତ୍ରୀଙ୍କ ନାମ ସ୍ଥିର କରିବାକୁ କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡଗେଙ୍କ ନିକଟକୁ ଏକ ପତ୍ର ପଠାଯାଇଛି । ତେବେ ବେଙ୍ଗାଲୁରୁ ଅଭିମୁଖେ ବାହାରିବା ପୂର୍ବରୁ ଦୁଇ ନେତା ରାହୁଲ ଗାନ୍ଧୀଙ୍କୁ ମଧ୍ୟ ଭେଟିବାର କାର୍ଯ୍ୟକ୍ରମ ରହିଛି ।

ଏହା ମଧ୍ୟ ପଢନ୍ତୁ-ଯାନ୍ତ୍ରୀକ ତ୍ରୁଟି, ବିମାନରେ ସାଢେ 7 ଘଣ୍ଟା ଫସି ରହିଲେ ଯାତ୍ରୀ

ଗତ 20 ତାରିଖ ଦିନ ରାଜ୍ୟପାଳ ଥାୱରଚାନ୍ଦ ଗେହଲଟ ମୁଖ୍ୟମନ୍ତ୍ରୀ ଏବଂ ଉପମୁଖ୍ୟମନ୍ତ୍ରୀ ଭାବେ ବରିଷ୍ଠ କଂଗ୍ରେସ ନେତା ସିଦ୍ଧରମୈୟା ଓ ଡିକେ ଶିବକୁମାରଙ୍କୁ ପଦ ଓ ଗୋପନୀୟତାର ଶପଥ ପାଠ କରାଇଥିଲେ । ତାଙ୍କ ସହିତ ୮ ଜଣ ନବନିର୍ବାଚିତ ବିଧାୟକ ମନ୍ତ୍ରୀ ଭାବେ ମଧ୍ୟ ଶପଥ ଗ୍ରହଣ କରିଥିଲେ । ବେଙ୍ଗାଲୁରୁ କାନ୍ତିରବା ଷ୍ଟାଡିୟମରେ ଆୟୋଜିତ ହୋଇଥିଲା ଶପଥ ଗ୍ରହଣ ସମାରୋହ । କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡଗେ, ରାହୁଲ ଗାନ୍ଧୀ ଓ ପ୍ରିୟଙ୍କା ଗାନ୍ଧୀ ଭଦ୍ରାଙ୍କ ସମେତ ବହୁ ବରିଷ୍ଠ ନେତା ଉପସ୍ଥିତ ରହିଥିଲେ ।

ସିଦ୍ଧରମୈୟା ଓ ଶିବକୁମାରଙ୍କ ସହିତ ମନ୍ତ୍ରୀ ଭାବେ ଶପଥ ନେଇଥିବା ଅନ୍ୟ ବିଧାୟକମାନେ ହେଲେ ମଲ୍ଲିକାର୍ଜୁନ ଖଡଗେଙ୍କ ପୁଅ ପ୍ରିୟଙ୍କ ଖଡଗେ, ଜି ପରେମେଶ୍ବର, କେଏଚ ମୁନିୟାପ୍ପା, କେଜେ ଜର୍ଜ, ଏମ୍ ବି ପାଟିଲ, ସତୀଶ ଜାରକିହୋଲି, ରାମଲିଙ୍ଗା ରେଡ୍ଡୀ ଓ ବି ଜେ ଜମିର ଅହମ୍ମଦ ଖାନ । କିନ୍ତୁ ବର୍ତ୍ତମାନ ପର୍ଯ୍ୟନ୍ତ ମନ୍ତ୍ରୀମାନଙ୍କୁ ବିଭାଗ ବଣ୍ଟନ କରାଯାଇ ନାହିଁ । ଶନିବାର ନୂଆ ମନ୍ତ୍ରୀ ଶପଥ ଗ୍ରହଣ ପରେ ବିଭାଗ ବଣ୍ଟନ କରାଯାଇପାରେ ବୋଲି ସୂଚନା ମିଳିଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.