ETV Bharat / bharat

କୃଷ୍ଣ ଜନ୍ମଭୂମି-ଶାହି ଇଦଗାହ ବିବାଦ, ଆଜି ମଥୁରା ଜିଲ୍ଲା କୋର୍ଟରେ ଶୁଣାଣି

author img

By

Published : Sep 13, 2022, 12:07 PM IST

ଶ୍ରୀକୃଷ୍ଣ ଜନ୍ମଭୂମି-ଶାହି ଇଦଗାହ ବିବାଦ ମାମଲା । ଆଜି ଶୁଣାଣି କରିବେ ମଥୁରା ଜିଲ୍ଲା କୋର୍ଟ । ଅଧିକ ପଢନ୍ତୁ

କୃଷ୍ଣ ଜନ୍ମଭୂମି-ଶାହି ଇଦଗାହ ବିବାଦ: ଆଜି ମଥୁରା ଜିଲ୍ଲା କୋର୍ଟରେ ଶୁଣାଣି

ଲକ୍ଷ୍ନୌ: ମଥୁରାର ଶ୍ରୀକୃଷ୍ଣ ଜନ୍ମଭୂମି ଓ ଶାହି ଇଦଗାହ ମସଜିଦକୁ ନେଇ ବିବାଦ ଲାଗି ରହିଛି(Krishna Janmabhoomi-Shahi Idgah Case) । ଇଦଗାହ ମସଜିଦ ଭଗବାନ ଶ୍ରୀକୃଷ୍ଣ ପ୍ରକୃତ ଜନ୍ମସ୍ଥଳୀ ବୋଲି ଦାବି କରୁଛନ୍ତି ହିନ୍ଦୁ ପକ୍ଷ । ଏଥିପାଇଁ ମୋଟ ୧୩.୩୭ ଏକର ଜମିର ମାଲିକାନା ଦାବି ନେଇ ମଥୁରା କୋର୍ଟରେ ପିଟିସନ ଦାୟର ହୋଇଛି । ଆଜି ମଥୁରା ଜିଲ୍ଲା କୋର୍ଟରେ ଏହି ମାମଲାର ଶୁଣାଣି ହେବ । ଆବେଦନକାରୀ ପିଟିସନରେ ସମସ୍ତ ଜମିର ମାଲିକାନା ସହ ସେଠାରେ ଥିବା ଶାହି ଇଦଗାହ ମସଜିଦ ହଟାଇବାକୁ ଦାବି କରିଛନ୍ତି । ଏହାସହିତ ସେ ଏହି ବିବାଦୀୟ ସ୍ଥାନର ଭିଡିଓଗ୍ରାଫି ଏବଂ ଫଟୋଗ୍ରାଫି ପାଇଁ ମଧ୍ୟ କୋର୍ଟଙ୍କୁ ନିବେଦନ କରିଛନ୍ତି ।

ମଥୁରାରେ ମୋଟ ୧୩.୩୭ ଏକର ଜମିରେ ଭଗବାନ ଶ୍ରୀକୃଷ୍ଣଙ୍କ ଜନ୍ମସ୍ଥାନ ନିର୍ମିତ । ଯେଉଁଥିରେ ୧୦.୯ ଏକର କୃଷ୍ଣ ଜନ୍ମଭୂମି ଲୀଳା ମଞ୍ଚ ଓ ଭାଗବତ ଭବନ ଏବଂ ୨.୫ ଏକର ଜମିରେ ଶାହି ଇଦଗାହ ମସଜିଦ ନିର୍ମାଣ ହୋଇଛି । ଏଣୁ ଶ୍ରୀକୃଷ୍ଣ ଜନ୍ମଭୂମି ପରିସର ଭିତରୁ ଏହି ମସଜିଦକୁ ଉଚ୍ଛେଦ କରିବାକୁ ଜିଲ୍ଲା କୋର୍ଟରେ ପିଟିସନ ଦାୟର କରାଯାଇଥିଲା । ନିମ୍ନ ଅଦଲାତରେ ମାମଲା ବିଚାର ପ୍ରକ୍ରିୟା ବିଳମ୍ବ ହେବାରୁ ଆବେଦନକାରୀ ମନୀଷ ଯାଦବ ହାଇକୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲେ । ଏହାପରେ ଅଗଷ୍ଟ ୨୦ରେ ହାଇକୋର୍ଟ ଏହି ବିବାଦୀୟ ମସଜିଦ ମାମଲାର ଶୁଣାଣି କରି ଚାରି ମାସ ମଧ୍ୟରେ ମନ୍ଦିର ପକ୍ଷରୁ ଦାୟର ପିଟିସନର ଶୁଣାଣି କରିବାକୁ ନିମ୍ନ ଅଦାଲତକୁ ନିର୍ଦ୍ଦେଶ ଦେଇଥିଲେ ।

ଏହା କୁହାଯାଉଛି ଯେ, ମୋଗଲ ସମ୍ରାଟ ଔରଙ୍ଗଜେବ ଶ୍ରୀକୃଷ୍ଣ ଜନ୍ମସ୍ଥଳୀରେ ନିର୍ମିତ ପ୍ରାଚୀନ କେଶବନାଥ ମନ୍ଦିରକୁ ଧ୍ବଂସ କରି ୧୬୬୯-୭୦ ମସିହାରେ ସେହି ସ୍ଥାନରେ ଇଦଗାହ ମସଜିଦ ନିର୍ମାଣ କରିଥିଲେ । ୧୭୭୦ ମସିହାରେ ମୋଗଲ ଏବଂ ମରାଠାଙ୍କ ମଧ୍ୟମରେ ସଂଘର୍ଷ ହୋଇଥିଲା । ଯୁଦ୍ଧରେ ମରାଠାଙ୍କ ବିଜୟ ହୋଇଥିଲା । ଏହାପରେ ମରାଠାମାନେ ପୁଣିଥରେ ଏହିଠାରେ ମନ୍ଦିର ନିର୍ମାଣ କରିଥିଲେ । ୧୯୩୫ ମସିହାରେ ଆହ୍ଲାବାଦ ହାଇକୋର୍ଟ ଏହି ୧୩.୩୭ ଏକର ଜମି ବାରଣାସୀ ରାଜା କୃଷ୍ଣ ଦାସଙ୍କୁ ଆବଣ୍ଟନ କରିଥିଲେ । ଏହାବାଦ୍ ୧୯୫୧ରେ ଶ୍ରୀକଷ୍ଣ ଜନ୍ମଭୂମି ଟ୍ରଷ୍ଟ ଏହି ଜମି ଅଧିଗ୍ରହଣ କରିଥିଲା ।

ଏହାମଧ୍ୟ ପଢନ୍ତୁ: ଜ୍ଞାନବ୍ୟାପୀ ମସଜିଦ ରାୟକୁ ନୈରାଶ୍ୟଜନକ କହିଲା ମୁସଲିମ୍ ବୋର୍ଡ

୧୯୬୮ ଅକ୍ଟୋବର ୧୨ରେ ଶ୍ରୀକୃଷ୍ଣ ଜନ୍ମସ୍ଥାନ ସେବା ସଂସ୍ଥାନ ଶାହି ମସଜିଦ ଇଦଗାହ ଟ୍ରଷ୍ଟ ସହ ବୁଝାମଣା କରିଥିଲେ । ଏହି ବୁଝାମଣାରେ ୧୩.୩୭ ଏକର ଜମିରେ ଉଭୟ ମନ୍ଦିର ଓ ମସଜିଦ ନିର୍ମାଣ ପାଇଁ କଥା ହୋଇଥିଲା । ଏବେ ଯେଉଁ ବିବାଦ ମୁଣ୍ଡ ଟେକିଛି ତାହା କେବଳ ଏହି ୧୩.୩୭ ଏକର ଜମି ପାଇଁ । ବୁଝାମଣା ଅନ୍ତର୍ଗତ ମୁସଲିମ୍ ପକ୍ଷ ମନ୍ଦିର ପାଇଁ ନିଜ ଭାଗର କିଛି ଜାଗା ଛାଡିଥିଲେ । ଏହା ବଦଳରେ ତାଙ୍କୁ ସେଠାରେ ଆଉ କିଛି ଜାଗା ଦିଆଯାଇଥିଲା । ହେଲେ ଏବେ ହିନ୍ଦୁ ପକ୍ଷ ପୁରା ଜମି ଉପରେ ନିଜର ମାଲିକାନା ଦାବି କରୁଛନ୍ତି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.