ETV Bharat / bharat

ରସିଦ ଦେଖାଇ ରାମ ମନ୍ଦିରକୁ କରିଥିବା ଦାନ ଫେରାଇ ନିଅନ୍ତୁ: ସାକ୍ଷୀ ମହାରାଜ - ରାମ ମନ୍ଦିର ନିର୍ମାଣରେ ଦୁର୍ନୀତି ଅଭିଯୋଗ

ଯେଉଁମାନେ ରାମ ମନ୍ଦିର ନିର୍ମାଣରେ ଦୁର୍ନୀତି ଅଭିଯୋଗ ଆଣିଛନ୍ତି ସେମାନେ ରସିଦ ଦେଖାଇ ସେମାନଙ୍କ ଦାନ ପ୍ରତ୍ୟାବର୍ତ୍ତନ କରିପାରିବେ ବୋଲି ବିଜେପି ସାଂସଦ ସାକ୍ଷୀ ମହାରାଜ କହିଛନ୍ତି । ଅଧିକ ପଢନ୍ତୁ...

ରସିଦ ଦେଖାଇ ରାମ ମନ୍ଦିରକୁ କରିଥିବା ଦାନ ଫେରାଇ ନିଅନ୍ତୁ: ସାକ୍ଷୀ ମହାରାଜ

author img

By

Published : Jun 17, 2021, 11:37 AM IST

ଲକ୍ଷ୍ନୌ: ଯେଉଁମାନେ ରାମ ମନ୍ଦିର ନିର୍ମାଣରେ ଦୁର୍ନୀତି ଅଭିଯୋଗ ଆଣିଛନ୍ତି ତାଙ୍କ ଦାନ ଫେରାଇ ନିଅନ୍ତୁ । ନିଜର ରସିଦ ଦେଖାଇ ସେମାନଙ୍କ ଦାନ ପ୍ରତ୍ୟାବର୍ତ୍ତନ କରିପାରିବେ ବୋଲି ବିଜେପି ସାଂସଦ ସାକ୍ଷୀ ମହାରାଜ କହିଛନ୍ତି । ଗତକାଲି(ବୁଧବାର) ସାଂସଦ ମହାରାଜ କହିଛନ୍ତି ଯେ, ବର୍ତ୍ତମାନ ଯେଉଁ ନେତାମାନେ ଅଭିଯୋଗ କରୁଛନ୍ତି, ସେମାନେ ହିଁ ଅତୀତରେ ରାମ ଭକ୍ତଙ୍କ ଉପରକୁ ଗୁଳି ଚଳାଇଥିଲେ ।

ସେମାନେ କହିଥିଲେ ଯେ ବାବ୍ରି ମସଜିଦ ନିକଟରେ ସେମାନେ ଗୋଟିଏ ପକ୍ଷୀକୁ ବି ଉଡିବାର ସୁଯୋଗ ଦେବେନି । ସେମାନଙ୍କର ଅହଂକାରକୁ ଉପଯୁକ୍ତ ଜବାବ ଦିଆଯାଇଛି ଏବଂ ରାମ ଜନ୍ମଭୂମି ନିକଟରେ ଏକ ଚମତ୍କାର ମନ୍ଦିର ନିର୍ମାଣ ହେବାକୁ ଯାଉଛି । ଭିତ୍ତିହୀନ ଅଭିଯୋଗ ବ୍ୟତୀତ ଅନ୍ୟକିଛି ନାହିଁ ବୋଲି ସାକ୍ଷୀ ବିରୋଧୀଙ୍କୁ କଟାକ୍ଷ କରି କହିଛନ୍ତି । ଚମ୍ପତ ରାୟ ତାଙ୍କ ନିଜ ଜୀବନକୁ ଭଗବାନ ରାମଙ୍କୁ ଉତ୍ସର୍ଗ କରି ଦେଇଥିଲେ ବୋଲି ସେ କହିଛନ୍ତି ।

ସେହିପରି ସାଂସଦ ମହାରାଜ ଆପ୍ ନେତା ସଞ୍ଜୟ ସିଂ ଏବଂ ଅଖିଳେଶ ଯାଦବଙ୍କୁ ଟଙ୍କା ଫେରାଇ ନେବାକୁ ଖୋଲା ସ୍ବାଗତ କରିଛନ୍ତି । ଯଦି ସେମାନେ ରାମ ମନ୍ଦିର ପାଇଁ କିଛି ଦାନ କରିଛନ୍ତି ତେବେ ରସିଦ ଦେଖାଇ ସେସବୁକୁ ଫେରାଇ ନିଅନ୍ତୁ ବୋଲି ମହାରାଜ କହିଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.