ETV Bharat / bharat

Shocker from Australia: ପ୍ରେମ ପାଇଁ ପ୍ରତିଶୋଧ, ଭାରତୀୟ ଛାତ୍ରୀଙ୍କୁ ଜୀଅନ୍ତା ପୋତି ଦେଇଥିଲା ପୂର୍ବତନ ପ୍ରେମିକ - ପ୍ରମରୁ ପ୍ରତିଶୋଧ

ଅଷ୍ଟ୍ରେଲିଆରେ ଭାରତୀୟ ଛାତ୍ରୀଙ୍କୁ ପୂର୍ବତନ ପ୍ରେମିକର ହତ୍ୟା । ପ୍ରେମ ସମ୍ପର୍କ ଭାଙ୍ଗିବାରୁ ପ୍ରତିଶୋଧରେ ହତ୍ୟା ଉଦ୍ୟମ ପରେ ଜୀବନ୍ତ ପୋତି ଦେଇଥିଲା ହତ୍ୟାକାରୀ । 2021 ରେ ଘଟିଥିଲା ହତ୍ୟାକାଣ୍ଡ । ଅଧିକ ପଢନ୍ତୁ

Shocker from Australia: ପ୍ରେମ ପାଇଁ ପ୍ରତିଶୋଧ, ଭାରତୀୟ ଛାତ୍ରୀଙ୍କୁ ଜୀଅନ୍ତା ପୋତିଦେଲା ପୂର୍ବତନ ପ୍ରେମିକ

author img

By

Published : Jul 6, 2023, 9:03 PM IST

ହାଇଦ୍ରାବାଦ: ଅଷ୍ଟ୍ରେଲିଆରେ ପ୍ରେମ ପ୍ରତିଶୋଧରୁ ଭାରତୀୟ ଛାତ୍ରୀଙ୍କୁ ହତ୍ୟା । ହତ୍ୟାକାରୀ ମଧ୍ୟ ଜଣେ ଭାରତୀୟ । ବେକରେ କେବୁଲ ତାର ବାନ୍ଧି ହତ୍ୟା ଉଦ୍ୟମ କରିବା ପରେ ଛାତ୍ରୀଙ୍କୁ ଜୀବନ୍ତ ପୋତି ଦେଇଥିଲା ପୂର୍ବତନ ପ୍ରେମିକ । ଏହି ନିର୍ମମ ହତ୍ୟାକାଣ୍ଡ 2021 ମସିହାରେ ଘଟିଥିଲା । ପୂର୍ବରୁ ଅଭିଯୁକ୍ତ ମଧ୍ୟ ଗିରଫ ହୋଇସାରିଛି । ଏହି ମାମଲାର ଶୁଣାଣି ଜାରି ରହିଥିଲା । ଏବେ ଏହି ମାମଲାରେ ଆଜି ଅଭିଯୁକ୍ତକୁ ଦୋଷୀ ସାବ୍ୟସ୍ତ କରାଯିବା ସହ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି ଅଷ୍ଟ୍ରେଲିଆ କୋର୍ଟ ।

ହତ୍ୟାର ଶିକାର ହୋଇଥିବା ଛାତ୍ରୀ ହେଉଛନ୍ତି 21 ବର୍ଷୀୟା ଜସମିନ କୌର । ସେ ସେଠାରେ ନର୍ସିଂ ଛାତ୍ରୀ ଭାବେ ଅଧ୍ୟୟନ କରୁଥିଲେ । 2021 ମସିହାରେ ଅଷ୍ଟ୍ରେଲିଆର ଆଡିଲେଡର ଉତ୍ତର ପୁଲମ୍ପଟନ୍‌ରେ ତାଙ୍କୁ 23 ବର୍ଷୀୟ ଅଭିଯୁକ୍ତ ତାରିକଜୋତ ସିଂ ପିଚ୍ଛା କରି ଅପହରଣ କରିଥିଲା ଓ ପରେ ଏକ ଅଜ୍ଞାତ ସ୍ଥାନକୁ ନେଇ ହତ୍ୟା କରିଥିଲା । ଜସମିନଙ୍କୁ ପ୍ରଥମେ ଏକ କେବୁଲ ତାରରେ ଗଳା ଚିପି ହତ୍ୟା ଉଦ୍ୟମ କରିଥିଲା ହତ୍ୟାକାରୀ । ପରେ ତାଙ୍କୁ ଏକ ଖାଲରେ ଜୀବନ୍ତ ପୋତି ଦେଇ ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲା । ଏହି ଘଟଣାରେ ଅଷ୍ଟ୍ରେଲିଆ ପୋଲିସ ଅଭିଯୁକ୍ତକୁ ଗିରଫ ମଧ୍ୟ କରିଥିଲା ।

ପୀଡିତାଙ୍କ ମା’ଙ୍କ ସୂଚନା ଅନୁସାରେ, ତାରିକଜୋତ ଜସମିନଙ୍କୁ ବିବାହ କରିବାକୁ ଚାହୁଁଥିଲା । ହେଲେ ଜସମିନ ଏଥିରେ ସହମତ ନଥିଲା । ଅଭିଯୁକ୍ତ ତା ଉପରେ ବାରମ୍ବାର ଚାପ ପକାଇବା ସହ ଧମକ ମଧ୍ୟ ଦେଉଥିଲା । ବିବାହ କରିବାରେ ବିଫଳ ହେବା କାରଣରୁ ସେ ପ୍ରତିଶୋଧ ପରାୟଣ ହୋଇ ତାକୁ ଅପହରଣ କରିନେଇଥିଲା ଓ ପରେ ହତ୍ୟାକାଣ୍ଡ ଭିଆଇ ଫେରାର ମଧ୍ୟ ହୋଇଯାଇଥିଲା ।

ଏହା ମଧ୍ୟ ପଢନ୍ତୁ :-ତୁର୍କୀରେ ସଡକ ଦୁର୍ଘଟଣାରେ 4 ଗୁଜୁରାଟି ଛାତ୍ରଛାତ୍ରୀ ମୃତ

ଶୁଣାଣିରେ ଅଭିଯୁକ୍ତ ତାରିକଜୋତ ସିଂ ପକ୍ଷରୁ ମାମଲା ଲଢୁଥିବା ଅଷ୍ଟ୍ରେଲୀୟ ଆଇନଜୀବୀ ମାର୍ଟିନ୍ ଆଣ୍ଡର୍ସ କହିଛନ୍ତି, ଉଭୟ ଅଭିଯୁକ୍ତ ଓ ପୀଡିତାଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ଥିଲା । ପରେ କୌଣସି କାରଣରୁ ଉଭୟଙ୍କ ମଧ୍ୟରେ ବିଚ୍ଛେଦ ହୋଇଥିଲା । ଏହା ପରେ ଅଭିଯୁକ୍ତ ଉତ୍ତେଜିତ ଏପରି କାଣ୍ଡ ଘଟାଇଥିଲା । ଗତକାଲି (ବୁଧବାର) ଦକ୍ଷିଣ ଅଷ୍ଟ୍ରେଲୀୟ ସୁପ୍ରିମକୋର୍ଟରେ ଅଭିଯୁକ୍ତ ତାରିକଜୋତ ସିଂକୁ ଦୋଷୀ ସାବ୍ୟସ୍ତ କାରାଯିବା ସହ ଦଣ୍ଡବିଧାନ ହୋଇଛି । ଦୋଷୀକୁ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରାଯାଇଛି । ଅଷ୍ଟ୍ରେଲିଆରେ ହତ୍ୟାରେ ଦୋଷୀ ସାବ୍ୟସ୍ତ ହେଲେ ଅତିକମରେ 20 ବର୍ଷ ପାରୋଲବିହୀନ ଜେଲ ଦଣ୍ଡାଦେଶର ବ୍ୟବସ୍ଥା ରହିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.