ଭୋପାଳ: ଦିଗବିଜୟ ସିଂଙ୍କ ମାନସିକତା ତାଲିବାନ ବୋଲି କହିଲେ ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୌହାନ । ଭାରତ ସରକାରଙ୍କ ଅଧିକାରୀମାନେ ତାଲିବାନଙ୍କୁ ଭେଟିଛନ୍ତି ବୋଲି ଦିଗବିଜୟ ସିଂ ଦେଇଥିଲେ ମନ୍ତବ୍ୟ ।
ସବୁବେଳେ କିଛି ନା କିଛି ବିବାଦୀୟ ମନ୍ତବ୍ୟ ଦେଇ ଚର୍ଚ୍ଚାରେ ରହୁଥିବା ନେତା ତଥା ମଧ୍ୟପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ଦିଗବିଜୟ ସିଂ ପୁଣି ଚର୍ଚ୍ଚାରେ । କେତେବେଳେ ଧାରା 370କୁ ପୁନଃ ସ୍ଥାପନକୁ ନେଇ ଟିପ୍ପଣୀ ତ କେତେବେଳେ ଭାରତୀୟ ଅଧିକାରୀ ତାଲିବାନଙ୍କ ସହିତ ମିଶୁଛନ୍ତି ବୋଲି ଟିପ୍ପଣୀ ଦେଇଛନ୍ତି । ଏହି ମନ୍ତବ୍ୟକୁ ନେଇ ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୌହାନଙ୍କୁ ଦିଗବିଜୟ ସିଂଙ୍କୁ ସମାଲୋଚନା କରିଛନ୍ତି । ଭୋପାଳରେ ଜନସଂଘ ପ୍ରତିଷ୍ଠାତ ଶ୍ୟାମାପ୍ରସାଦ ମୁଖାର୍ଜୀଙ୍କୁ ଜନ୍ମଦିନରେ ଚାରାରୋପଣ କରିବା ଅବସରରେ ଗଣମାଧ୍ୟକୁ କହିଛନ୍ତି ଦିଗବିଜୟ ସିଂଙ୍କ ମାନସିକ ଅବସ୍ଥା ତାଲିବାନ ହୋଇଯାଇଛି ବୋଲି ଶିବରାଜ କହିଛନ୍ତି ।
ସୂଚାଥାଉକି ବୁଧବାର କିଛି ଗଣମାଧ୍ୟମରେ କାତାର ରାଜଧାନୀ ଦୋହାରେ ଭାରତ ସରକାରଙ୍କ ପ୍ରତିନିଧି ତାଲିବାନ ପ୍ରତିନିଧିଙ୍କ ସହିତ ଆଲୋଚନା କରୁଛନ୍ତି ବୋଲି ପ୍ରଚାର ହୋଇଥିଲା । ଏହାପରେ ତୁରନ୍ତ କେନ୍ଦ୍ର ସରକାରଙ୍କ ପ୍ରତିକ୍ରିୟା ମାଗିଥିଲେ ବରିଷ୍ଠ କଂଗ୍ରେସ ନେତା ତଥା ରାଜ୍ୟସଭା ସାଂସଦ ଦିଗବିଜୟ ସିଂ ।