ETV Bharat / bharat

ମୁମ୍ବାଇ ବିମାନବନ୍ଦରରେ ଭଙ୍ଗାରୁଜା, ଆଦାନୀ ଗ୍ରୁପ ବୋର୍ଡ ଚିରିଲା ଶିବସେନା

ମୁମ୍ବାଇ ଅନ୍ତରାଷ୍ଟ୍ରୀୟ ବିମାନବନ୍ଦରରେ ସୋମବାର ଭଙ୍ଗାରୁଜା କରିଛନ୍ତି ଶିବସେନା କର୍ମୀ । ଆଦାନୀ ଗ୍ରୁପ ପାଖରେ ରହିଛି ଏହି ବିମାନବନ୍ଦରର ପରିଚାଳନା ଦାୟିତ୍ବ । ଅଧିକ ପଢନ୍ତୁ...

ମୁମ୍ବାଇ ବିମାନବନ୍ଦରରେ ଭଙ୍ଗାରୁଜା, Adani Group ବୋର୍ଡ ଚିରିଲା ଶିବସେନା

author img

By

Published : Aug 2, 2021, 3:38 PM IST

ମୁମ୍ବାଇ: ଆଦାନୀଙ୍କୁ ବିଜନେସ କ୍ୟାପିଟାଲରେ ଜୋରଦାର ବିରୋଧ । ମୁମ୍ବାଇ ଅନ୍ତରାଷ୍ଟ୍ରୀୟ ବିମାନବନ୍ଦରରେ ସୋମବାର ଭଙ୍ଗାରୁଜା କରିଛନ୍ତି ଶିବସେନା କର୍ମୀ । ଆଦାନୀ ଗ୍ରୁପ ପାଖରେ ରହିଛି ଏହି ବିମାନବନ୍ଦରର ପରିଚାଳନା ଦାୟିତ୍ବ ।

ବିମାନବନ୍ଦରରେ ଲାଗିଥିବା 'ଆଦାନୀ ଏୟାରପୋର୍ଟ' ବୋର୍ଡକୁ କ୍ଷତି ପହଁଞ୍ଚାଇଛନ୍ତି ଶିବସେନା କର୍ମୀ । ପୂର୍ବରୁ ଏହି ବିମାନବନ୍ଦର ଛତ୍ରପତି ଶିବାଜୀ ମହାରାଜ ଏୟାରପୋର୍ଟ ନାଁରେ ପରିଚିତ ଥିବାବେଳେ ଏବେ ଏଠାରେ ଆଦାନୀ ବୋର୍ଡ କାହିଁକି ଲଗାଯାଇଛି ବୋଲି ଅଭିଯୋଗ କରିଛି ଶିବସେନା ।

ବେସାମରିକ ବିମାନ ଚଳାଚଳ କ୍ଷେତ୍ରରେ ଗତ କିଛି ବର୍ଷ ମଧ୍ୟରେ ଆଦାନୀ ଗ୍ରୁପ ପକ୍ଷରୁ ବଡ ନିବେଶ କରାଯାଇଛି । ଦେଶର ଅନେକ ବୃହତ ବିମାନବନ୍ଦରର ପରିଚାଳନା ଦାୟିତ୍ବ ଏବେ ଆଦାନୀ ଗ୍ରୁପ ପାଖରେ ରହିଛି । ଜୁଲାଇରେ ହିଁ ମୁମ୍ବାଇ ବିମାନବନ୍ଦରର ପରିଚାଳନା ଦାୟିତ୍ବ ସମ୍ପୂର୍ଣ୍ଣ ଭାବରେ ଆଦାନୀ ଗ୍ରୁପ ହାତକୁ ଆସିଥିଲା । ଖୋଦ ଏହାର ମୁଖ୍ୟ ଗୌତମ ଆଦାନୀ ଟ୍ବିଟ କରି ଦେଇଥିଲେ ସୂଚନା ।

ବିରୋଧୀ କ୍ରମାଗତ ଏହାର ବିରୋଧ କରିଆସୁଛନ୍ତି । ଦେଶର ଅନେକ ବଡ ବିମାନବନ୍ଦରର ପରିଚାଳନା ଦାୟିତ୍ବ ଆଦାନୀ ଗ୍ରୁପ ହାତକୁ ସରକାର ଟେକିଦେଇଥିବାରୁ ଅସନ୍ତୋଷ ପ୍ରକାଶ କରୁଛନ୍ତି ବିରୋଧୀ । ଏ ବାବଦରେ କଂଗ୍ରେସ ସମେତ ଅନ୍ୟ ବିରୋଧୀ ଦଳ ସିଧା ପ୍ରଧାନମନ୍ତ୍ରୀଙ୍କୁ ଟାର୍ଗେଟ ମଧ୍ୟ କରିଛନ୍ତି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.