ETV Bharat / bharat

BJP ସହ ୨୫ ବର୍ଷ ମେଣ୍ଟ ବୃଥା: ଉଦ୍ଧବ ଠାକରେ - ବିଜେପି ଶିବସେନା ମେଣ୍ଟ ନ୍ୟୁଜ

ଭାରତୀୟ ଜନତା ପାର୍ଟି ସହ ଦୀର୍ଘ ୨୫ ବର୍ଷର ମେଣ୍ଟକୁ ନେଇ ଏବେ ଅନୁତାପ କରୁଛି ଶିବସେନା । ବିଜେପି ସହ ଶିବସେନାର ପାଖାପାଖି ୨୫ ବର୍ଷ ମେଣ୍ଟ କରିବା ଏକ ଭୁଲ ନିଷ୍ପତ୍ତି ଥିଲା । ୨୫ ବର୍ଷ ନଷ୍ଟ ହୋଇଛି ବୋଲି କହିଛନ୍ତି ଦଳର ମୁଖ୍ୟ ତଥା ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ । ଅଧିକ ପଢନ୍ତୁ

BJP ସହ ୨୫ ବର୍ଷ ମେଣ୍ଟ ବୃଥା
BJP ସହ ୨୫ ବର୍ଷ ମେଣ୍ଟ ବୃଥା
author img

By

Published : Jan 24, 2022, 9:19 AM IST

ମୁମ୍ବାଇ: ଭାରତୀୟ ଜନତା ପାର୍ଟି ସହ ଦୀର୍ଘ ୨୫ ବର୍ଷର ମେଣ୍ଟକୁ ନେଇ ଏବେ ଅନୁତାପ କରୁଛି ଶିବସେନା । ବିଜେପି ସହ ଶିବସେନାର ପାଖାପାଖି ୨୫ ବର୍ଷ ମେଣ୍ଟ କରିବା ଏକ ଭୁଲ ନିଷ୍ପତ୍ତି ଥିଲା । ୨୫ ବର୍ଷ ନଷ୍ଟ ହୋଇଛି ବୋଲି କହିଛନ୍ତି ଦଳର ମୁଖ୍ୟ ତଥା ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ। ଦଳର ପ୍ରତିଷ୍ଠାତା ବାଲାସାହେବ ଠାକରେଙ୍କ ୯୬ତମ ଜନ୍ମବାର୍ଷିକୀରେ ଏକ ଦଳୀୟ କାର୍ଯ୍ୟକ୍ରମରେ ଏପରି କିଛି ବୟାନ ଦେଇଛନ୍ତି ଉଦ୍ଧବ ଠାକରେ ।

ସେ ଆହୁରି କହିଛନ୍ତି ସମୟ ଥିଲା ବିଜେପି ଆମ ବନ୍ଧୁ ଥିଲା । ହିନ୍ଦୁତ୍ବର ଶକ୍ତି ବୃଦ୍ଧି ପାଇଁ ଶିବସେନା ଦୀର୍ଘ ବର୍ଷ ହେଲା ବିଜେପି ସହ ମେଣ୍ଟ କରିଥିଲା। ଶିବସେନା କେବେ ବି କ୍ଷମତା ପାଇଁ ହିନ୍ଦୁତ୍ବକୁ ବ୍ୟବହାର କରିନାହିଁ। ହେଲେ ବିଜେପି କେବଳ କ୍ଷମତା ପାଇଁ ହିନ୍ଦୁତ୍ବର ବ୍ୟବହାର କରୁଛି । ଆମେ ବିଜେପିକୁ ଛାଡିଛୁ ହିନ୍ଦୁତ୍ବକୁ ନୁହେଁ । ବିଜେପି ହିନ୍ଦୁତ୍ବର ମାନେ ଜାଣେ ନାହିଁ ବୋଲି କହିଛନ୍ତି ଦଳର ମୁଖ୍ୟ ଉଦ୍ଧବ ଠାକରେ ।

୨୦୧୯ ବିଧାନସଭା ନିର୍ବାଚନରେ ବିଜେପି ଓ ଶିବସେନା ଏକାଠି ଲଢ଼ିଥିଲେ। ହେଲେ ନିର୍ବାଚନ ପରେ ଉଭୟ ଦଳ ମଧ୍ୟରେ ଫାଟ ସୃଷ୍ଟି ହୋଇଥିଲା । ଶେଷରେ ଶିବସେନା ମେଣ୍ଟରୁ ଓହରି ଯାଇ କଂଗ୍ରେସ ଓ ଏନସିପି ସହ ମେଣ୍ଟ କରି ମହାରାଷ୍ଟ୍ରରେ ସରକାର ଗଠନ କରିଛି । ଏକାକୀ ନିର୍ବାଚନରେ ପ୍ରତିଦ୍ବନ୍ଦିତା କରିବାକୁ ଗୃହମନ୍ତ୍ରୀ ଅମିତ ଶାହାଙ୍କ ଆହ୍ବାନକୁ ଜବାବ ଦେଇ ଠାକରେ କହିଛନ୍ତି, ଆମେ ଏକାକୀ ଲଢିବାକୁ ପ୍ରସ୍ତୁତ, କିନ୍ତୁ ମୁଁ ତୁମ ପରି ତୁମର ଶକ୍ତି ସରକାର ଭାବରେ ବ୍ୟବହାର କରୁନାହିଁ । ଆମେ ମଧ୍ୟ ଆମର ଶକ୍ତି ବ୍ୟବହାର କରିବୁ ନାହିଁ ବୋଲି କହିଛନ୍ତି ଉଦ୍ଧବ ଠାକରେ ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.