ETV Bharat / bharat

Pegasus Spyware; JPC ତଦନ୍ତ ଦାବି କଲେ ବିରୋଧୀ - ଯୁଗ୍ମ ସଂସଦୀୟ କମିଟି

ପେଗାସସ ସ୍ପାଇୱେୟାରକୁ ନେଇ ବିରୋଧୀ ଏକଜୁଟ ହୋଇ ସରକାରଙ୍କୁ ଘେରିବା ପାଇଁ ଯୋଜନା କରିଛନ୍ତି । କଂଗ୍ରେସ ନେତୃତ୍ବରେ ବିରୋଧୀ ଦଳ ଗୁଡିକ ଯୁଗ୍ମ ସଂସଦୀୟ କମିଟି (ଜେପିସି)ର ତଦନ୍ତ ଦାବି କରିଛନ୍ତି ।

PegasusSpyware;
PegasusSpyware;
author img

By

Published : Jul 20, 2021, 5:02 PM IST

ନୂଆଦିଲ୍ଲୀ: ସଂସଦ ମୌସୁମୀ ଅଧିବେଶନ ବେଳେ ସରକାର ବିରୋଧୀଙ୍କ ମଧ୍ୟରେ ଜାରି ରହିଛି ଘମାସାନ । ସରକାର ଅଧିବେଶନକୁ ନେଇ ମେଗା ମିଶନ କରିଥିବା ବେଳେ ବିରୋଧୀ କୌଣସି ମତେ ସରକାରଙ୍କୁ ବ୍ୟାକଫୁଟକୁ ଠେଲିବାକୁ ଚାହୁଁଛନ୍ତି । ଏପରି ସ୍ଥଳେ ଏବେ ପେଗାସସ ସ୍ପାଇୱେୟାରକୁ ନେଇ ସୃଷ୍ଟି ହୋଇଛି ବଡ ବିବାଦ । ଏହି ବିବାଦ ଏବେ ଥମିବାର କୌଣସି ସ୍ଥିତି ଉତ୍ପନ୍ନ ହେଉନାହିଁ ।

ପେଗାସସ ସ୍ପାଇୱେୟାରକୁ ନେଇ ବିରୋଧୀ ଏକଜୁଟ ହୋଇ ସରକାରଙ୍କୁ ଘେରିବା ପାଇଁ ଯୋଜନା କରିଛନ୍ତି । କଂଗ୍ରେସ ନେତୃତ୍ବରେ ବିରୋଧୀ ଦଳ ଗୁଡିକ ଯୁଗ୍ମ ସଂସଦୀୟ କମିଟି (ଜେପିସି)ର ତଦନ୍ତ ଦାବି କରିଛନ୍ତି । ଦଳୀୟ ସାଂସଦ ଶକ୍ତି ସିଂ କହିଛନ୍ତି କଂଗ୍ରେସ ପୁରା ପ୍ରସଙ୍ଗରେ କଂଗ୍ରେସ ଜେପିସି ତଦନ୍ତ ଦାବି କରୁଛି । ସେହିପରି ସାଂସଦ ଗୌରବ ଗୋଗୋଇ କହିଛନ୍ତି ସରକାର ପ୍ରସଙ୍ଗରେ ଯେଉଁ ମନ୍ତବ୍ୟ ଦେଇଛନ୍ତି ତାହା ନିରାଶା ଜନକ । ସରକାର ଘରୋଇ ସଂସ୍ଥାକୁ ଗୁଡିକ ବଞ୍ଚାଇବା ପାଇଁ ଉଦ୍ୟମ କରୁଛନ୍ତି । ପୂର୍ବତନ ଆଇଟି ମନ୍ତ୍ରୀ ତଦନ୍ତ ପାଇଁ ରାଜି ଥିଲେ । ବର୍ତ୍ତମାନର ମନ୍ତ୍ରୀ ରାଜି ନାହାଁନ୍ତି । ଏହାର କାରଣ କଣ ବୋଲି ସେ ପଚାରିଛନ୍ତି । ପ୍ରସଙ୍ଗରେ କଂଗ୍ରେସ ସାଂସଦ ଅଧିରରଞ୍ଜନ ଚୌଧୁରୀ କହିଛନ୍ତି ବିଜେପି ଲୋକତନ୍ତ୍ର ବଦଳରେ ଜାସୁସି ତନ୍ତ୍ର ଚଳାଇଛି । ଗୃହମନ୍ତ୍ରୀ ଇସ୍ତଫା ଦେବା ଜରୁରୀ । ସରକାର ବିରୋଧରେ ଯିଏ ବି ଅଛନ୍ତି ତାଙ୍କ ବିରୋଧରେ ଜାସୁସି ଜାରି ରହିଛି ।

ସୀତାରାମ ୟେଚୁରୀଙ୍କ ଆକ୍ରମଣ...

ପେଗାସସ ସ୍ପାଇୱେୟାରକୁ ନେଇ ସିପିଆଇ(ଏମ) ମହାସଚିବ ସୀତାରାମ ୟେଚୁରୀ ମଧ୍ୟ ସରକାରଙ୍କୁ ଆକ୍ରମଣ କରିଛନ୍ତି । ପ୍ରସଙ୍ଗକୁ ନେଇ ସୁପ୍ରିମକୋର୍ଟ ବିଚାରପତିଙ୍କ ତଦାରଖରେ ଜେପିସି ତଦନ୍ତ କରାଇବାକୁ ଦାବି କରିଛନ୍ତି । ଏହାବାଦ ସୀତାରାମ କହିଛନ୍ତି ପେଗାସସ ସ୍ପାଇୱେୟାର ପରିଚାଳନା କରୁଥିବା କମ୍ପାନୀ କହିଛି କେବଳ ସରକାରଙ୍କ ସହ କାରବାର କରିଥାଏ ।

ସପା/ବସପା ବି କେନ୍ଦ୍ର ବିରୋଧରେ କଲେ ଗର୍ଜନ...

ପେଗାସସ ସ୍ପାଇୱେୟାର ମାମଲାକୁ ନେଇ ସମାଜବାଦୀ ପାର୍ଟି ଓ ବହୁଜନ ସମାଜବାଦୀ ମଧ୍ୟ ନିଜ ନିଜ ସ୍ତରରେ ସମାଲୋଚନା କରିଛନ୍ତି । ବହୁଜନ ସମାଜବାଦୀ ପାର୍ଟି(ବସପା) ମୁଖ୍ୟ ମାୟାବାତୀ କହିଛନ୍ତି ପୂର୍ବରୁ ମଧ୍ୟ ହେଉଥିଲା ଏବେ ମଧ୍ୟ ହେଉଛି । କିନ୍ତୁ ରାଜନେତା, ବିଶିଷ୍ଟ ବ୍ୟକ୍ତି, ଗଣମାଧ୍ୟମଙ୍କ ବିରୋଧରେ ଜାସୁସୀ କରିବା ଚିନ୍ତା ଜନକ । ସେହିଭଳି ଅଖିଳେଶ ଯାଦବ କହିଛନ୍ତି ଯଦି ସରକାର ଜାସୁସି କରୁଛନ୍ତି ତାହା ହେଲେ ଏହା ସାଂଘାତିକ ଅପରାଧ । କୌଣସି ବ୍ୟକ୍ତିର ଗୋପନୀୟତା ରହିବା ଜରୁରୀ । ଯଦି ସରକାର କିଛି ଜାଣନ୍ତି ନାହିଁ ବୋଲି କହୁଛନ୍ତି ତାହାହେଲେ ଏହା ରାଷ୍ଟ୍ରୀୟ ସୁରକ୍ଷା ପ୍ରତି ବିପଦ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.