ETV Bharat / bharat

୬ମାସରେ ଭାଙ୍ଗିବ ସିନ୍ଧେଙ୍କ ସରକାର: ଶରଦ ପାଓ୍ବାର

author img

By

Published : Jul 4, 2022, 4:10 PM IST

ଆସନ୍ତା ୬ ମାସ ମଧ୍ୟରେ ଭାଙ୍ଗିବ ସିନ୍ଧେଙ୍କ ସରକାର। ଏମିତି କହିଲେ ଏନସିପି ନେତା ଶରଦ ପାଓ୍ବାର । ଅଧିକ ପଢନ୍ତୁ

୬ମାସରେ ଭାଙ୍ଗିବ ସିନ୍ଧେଙ୍କ ସରକାର: ଶରଦ ପାଓ୍ବାର
୬ମାସରେ ଭାଙ୍ଗିବ ସିନ୍ଧେଙ୍କ ସରକାର: ଶରଦ ପାଓ୍ବାର

ମୁମ୍ବାଇ: ଆଜି ବିଧାନସଭାରେ ସଂଖ୍ୟା ଗରିଷ୍ଠତାର ପ୍ରମାଣ ଦେବେ ନୂଆ ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେ। ଏହାରି ମଧ୍ୟରେ ସିନ୍ଦେଙ୍କୁ ନେଇ ବଡ ବୟାନ ଦେଇଛନ୍ତି ଏନସିପି ମୁଖ୍ୟ ଶରଦ ପାଓ୍ବାର । ସିନ୍ଦେଙ୍କ ଦ୍ବାରା ଆରମ୍ଭ ହୋଇଥିବା ସରକାର ଆସନ୍ତା ୬ ମାସ ମଧ୍ୟରେ ଭାଙ୍ଗିଯିବ। ଏହାପରେ ମହାରାଷ୍ଟ୍ରରେ ଆଗାମୀ ନିର୍ବାଚନ ହେବ ବୋଲି କହିଛନ୍ତି ପାଓ୍ବାର । ରବିବାର ସନ୍ଧ୍ୟାରେ ମୁମ୍ବାଇରେ ଏନସିପି ବିଧାୟକ ତଥା ଦଳର ଅନ୍ୟ ନେତାମାନଙ୍କୁ ସମ୍ବୋଧିତ କରିବା ସମୟରେ ସେ ଏହା କହିଛନ୍ତି ।

ଶରଦ କହିଛନ୍ତି ଯେ,'' ଆଗାମୀ ୬ ମାସ ମଧ୍ୟରେ ସିନ୍ଦେଙ୍କ ସରକାର ଭାଙ୍ଗିଯିବ, ତେଣୁ ସମସ୍ତ ବିଧାୟକ ଓ ମନ୍ତ୍ରୀ ଆଗାମୀ ନିର୍ବାଚନ ପାଇଁ ନିଜକୁ ପ୍ରସ୍ତୁତ କରିବା ଉଚିତ । ସିନ୍ଦେଙ୍କୁ ସମର୍ଥନ କରୁଥିବା ଅନେକ ବିଦ୍ରୋହୀ ବିଧାୟକ ବର୍ତ୍ତମାନର ବ୍ୟବସ୍ଥାରେ ଖୁସି ନହାଁନ୍ତି। ମନ୍ତ୍ରୀ ପଦ ବଣ୍ଟନ ସରିବା ପରେ ସେମାନଙ୍କ ଅଶାନ୍ତି ସାମ୍ନାକୁ ଆସିବ, ଯାହା ଫଳରେ ସିନ୍ଦେ ସରକାରଙ୍କ ପତନ ଘଟିବ। ଏହାପରେ ଦଳକୁ ଅନେକ ବିଦ୍ରୋହୀ ନେତା ଫେରିବେ । ହାତରେ କମ ସମୟ ଥିବାରୁ ନିଜ ନିଜ ନର୍ବାଚନ ମଣ୍ଡଳୀରେ ଅଧିକରୁ ଅଧିକ ଧ୍ୟାନ ଦେବାକୁ କହିଛନ୍ତି ଏନସିପି ମୁଖ୍ୟ'' ।

୨୦୧୯ ନିର୍ବାଚନରେ ଶିବସେନା ଏନସିପି ଓ କଂଗ୍ରେସ ଗଠବନ୍ଧନରେ ମହାରାଷ୍ଟ୍ରରେ ସରକାର ଗଢିଥିଲା ଶିବସେନା । ମୁଖ୍ୟମନ୍ତ୍ରୀ ହୋଇଥିଲେ ଉଦ୍ଧବ ଠାକରେ । ଏହାପରେ ୪୦ ଜଣ ବିଧାୟକ ବିଦ୍ରୋହ ଘୋଷଣା କରିବାରୁ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇଥିଲେ ଉଦ୍ଧବ ଠାକରେ । ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଥିବା ବିଦ୍ରୋହୀ ଶିବସେନା ନେତା ଏକନାଥ ସିନ୍ଦେ, ତାଙ୍କ ନିକଟରେ 40 ବିଦ୍ରୋହୀ ବିଧାୟକଙ୍କ ସମର୍ଥନ ଥିବା ପ୍ରଥମ ଦିନରୁ ଦାବି କରିଆସୁଛନ୍ତି । ଅନ୍ୟ ପଟେ ଏକମାତ୍ର ବୃହତ୍ତମ ଦଳ ବିଜେପି ମଧ୍ୟ ସିନ୍ଦେ ଗୋଷ୍ଠୀ ସହ ହାତ ମିଳାଇବା ପରେ ସରକାର ଗଠନ ସମ୍ଭବ ହୋଇଥିଲା ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.