ETV Bharat / bharat

Maha Political Crisis: ବାଗୀ ବିଧାୟକଙ୍କ ମନ୍ତ୍ରୀପଦ ଛଡ଼ାଇ ନେଲେ CM ଉଦ୍ଧବ - ମହାରାଷ୍ଟ୍ରରେ ମନ୍ତ୍ରୀମଣ୍ଡଳ ପରିବର୍ତ୍ତନ

ବିରୋଧୀ ବିଧାୟକଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକ୍‌ରେ । ସିନ୍ଦେ କ୍ୟାମ୍ପରେ ସାମିଲ ୮ଜଣ ବିଧାୟକଙ୍କ ମନ୍ତ୍ରୀପଦ ଅପସାରଣ କରିଛନ୍ତି ମୁଖ୍ୟମନ୍ତ୍ରୀ । ଅଧିକ ପଢ଼ନ୍ତୁ

Maha Political Crisis: ବାଗୀ ବିଧାୟକଙ୍କ ମନ୍ତ୍ରୀପଦ ଛଡ଼ାଇ ନେଲେ CM ଉଦ୍ଧବ

author img

By

Published : Jun 27, 2022, 8:00 PM IST

ମୁମ୍ବାଇ: ରାଜ୍ୟରେ ରାଜନୈତିକ ସଙ୍କଟ ମଧ୍ୟରେ ବିରୋଧୀ ବିଧାୟକଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକ୍‌ରେ । ସିନ୍ଧେ କ୍ୟାମ୍ପରେ ସାମିଲ ୮ଜଣ ବିଧାୟକଙ୍କ ମନ୍ତ୍ରୀପଦ ଅପସାରଣ କରିଛନ୍ତି ମୁଖ୍ୟମନ୍ତ୍ରୀ । ଏକନାଥ ସିନ୍ଧେ ଖୋଦ୍‌ ମହାରାଷ୍ଟ୍ର ସରକାରରେ ମନ୍ତ୍ରୀ ଥିଲେ । ତେବେ ତାଙ୍କଠାରୁ ମଧ୍ୟ ବିଭାଗ ଛଡ଼ାଇ ନିଆଯାଇଛି ।

ସିନ୍ଧେଙ୍କୁ ମିଶାଇ ମୋଟ ୯ଜଣ ବିଦ୍ରୋହୀ ବିଧାୟକଙ୍କ ମନ୍ତ୍ରୀପଦ ଉଦ୍ଦ କରିଛନ୍ତି ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକ୍‌ରେ । ଏହି ବିଦ୍ରୋହୀ ବିଧାୟକଙ୍କ ପାଖରେ ଥିବା ବିଭାଗକୁ ଅନ୍ୟ ବିଧାୟକଙ୍କୁ ବଣ୍ଟନ କରାଯାଇଛି । ଏହାକୁ ନେଇ ଉଦ୍ଧବ ସରକାର ପକ୍ଷରୁ କୁହାଯାଇଛି ଯେ, ଯେକୌଣସି ରାଜନୈତିକ ସଙ୍କଟ ହେଉନା କାହିଁକି ସାଧାରଣ ଜନତାଙ୍କ ସ୍ବାର୍ଥରେ ଆଞ୍ଚ୍‌ ଆସିବାକୁ ଦିଆଯିବ ନାହିଁ । ଏହାକୁ ଦୃଷ୍ଟିରେ ରଖି ବିଦ୍ରୋହୀ ବିଧାୟକଙ୍କ ମନ୍ତ୍ରୀ ପଦ ଅପସାରଣ କରାଯାଇଛି ।

ମହା ବିକାଶ ଅଘାଡ଼ି ବିରୋଧରେ ସିନ୍ଧେଙ୍କ ଅନେକ ବିଧାୟକ ଗୌହାଟୀରେ ମେଳି କରିଛନ୍ତି । ଏଥିରେ ମହାରାଷ୍ଟ୍ରର ୯ଜଣ ମନ୍ତ୍ରୀ ମଧ୍ୟ ସାମିଲ ରହିଛନ୍ତି । ସେମାନଙ୍କ ମଧ୍ୟରେ ଗୁଲାବରାଓ ପାଟିଲ, ଦାଦା ଭୁସେ ଓ ସନ୍ଦୀପନ ଭୁମ୍‌ରେ ଭଳି ନେତା ସାମିଲ ଅଛନ୍ତି । ଉପବାଚସ୍ପତି ବିଦ୍ରୋହୀ ବିଧାୟକଙ୍କୁ ଅଯୋଗ୍ୟ ଘୋଷଣା କରି ନୋଟିସ କରିଥିଲେ । ଏହାକୁ ବିରୋଧ କରି ସୁପ୍ରିମକୋର୍ଟଙ୍କ ଦ୍ବାରସ୍ଥ ହୋଇଛନ୍ତି ବିଦ୍ରୋହୀ ବିଧାୟକ । ଏହାପରେ ବିଦ୍ରୋହୀଙ୍କ ମଧ୍ୟରେ ସାମିଲ ଥିବା ମନ୍ତ୍ରୀଙ୍କ ବିଭାଗ ସେମାନଙ୍କ ନିକଟରୁ ଛଡ଼ାଇ ନିଆଯାଇଛି ।

For All Latest Updates

TAGGED:

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.