ETV Bharat / bharat

Pakistan Political Crisis: ପରବର୍ତ୍ତୀ ପିଏମ ହେବେ ସେହେବାଜ ସରିଫ !

author img

By

Published : Mar 31, 2022, 10:55 PM IST

ପାକିସ୍ତାନର ପରବର୍ତ୍ତୀ ପ୍ରଧାନମନ୍ତ୍ରୀଙ୍କୁ ନେଇ ଚର୍ଚ୍ଚା । ଆଗରେ ରହିଛି ସେହେବାଜ ସରିଫଙ୍କ ନାମ । ଜାଣନ୍ତୁ କିଏ ଏହି ସେହେବାଜ ସରିଫ । ଅଧିକ ପଢନ୍ତୁ

Pakistan political crisis: ପରବର୍ତ୍ତୀ ପ୍ରଧାନମନ୍ତ୍ରୀଙ୍କୁ ନେଇ ଚର୍ଚ୍ଚା, ଜାଣନ୍ତୁ କିଏ ଏହି ସେହେବାଜ ସରିଫ

ଇସଲାମାବାଦ: ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କ ଗାଦିଚ୍ୟୁତ ଖବର ଯେତିକି ବ୍ୟାପକ ହେବାରେ ଲାଗିଛି, ପାକିସ୍ତାନର ପରବର୍ତ୍ତୀ ପ୍ରଧାନମନ୍ତ୍ରୀ ଭାବେ ଇମ୍ରାନଙ୍କ ସ୍ଥାନ କିଏ ନେବ ତାକୁ ନେଇ ମଧ୍ୟ ଚର୍ଚ୍ଚା ଲାଗିରହିଛି । ତେବେ ଚର୍ଚ୍ଚା ମଧ୍ୟରେ ସବୁଠି ଆଗରେ ରହିଛି ସହେବାଜ ସରିଫଙ୍କ ନାମ । ପାକିସ୍ତାନ ବିରୋଧୀ ଦଳର ନେତା ଥିବା ସରିଫ ହିଁ ଇମ୍ରାନଙ୍କ ପରେ ଗାଦି ସମ୍ଭାଳିପାରନ୍ତି ବୋଲି ଏକ ପ୍ରକାର ସ୍ପଷ୍ଟ ହୋଇଛି । ତେବେ କିଏ ଏହି ସେହେବାଜ ସରିଫ । କଣ ତାଙ୍କ ରାଜନୈତିକ କ୍ୟାରିୟର, ତାକୁ ନେଇ ମଧ୍ୟ ଉତ୍ସୁକତା ବଢିବାରେ ଲାଗିଛି ।

ପାକିସ୍ତାନ ରାଜନୀତିରେ ଜଣେ ଜଣାଶୁଣା ନାଁ ସେହେବାଜ ସରିଫ ବର୍ତ୍ତମାନ ବିରୋଧୀ ଦଳର ନେତା ରହିଛନ୍ତି । ଇମ୍ରାନ ଉଚିତ ସଂଖ୍ୟା ପ୍ରାମାଣ ଅଭାବରୁ କ୍ଷମତାଚ୍ୟୁତ ହେବା ପରେ ବିରୋଧୀ ହିଁ ଶାସନ କ୍ଷମତା ହାତେଇବେ ଏଥିରେ ସନ୍ଦେହ ନାହିଁ । ଏସବୁ ମଧ୍ୟରେ ସରିଫଙ୍କ ନାମ ପରବର୍ତ୍ତୀ ପ୍ରଧାନମନ୍ତ୍ରୀ ଭାବେ ସାମ୍ନାକୁ ଆସିଛି । ବିରୋଧୀ ଦଳ ପାକସ୍ତାନ ପିପୁଲ୍ସ ପାର୍ଟି (PPP) ଅଧ୍ୟକ୍ଷ ବିଲାଓ୍ବଲ ଭୁଟ୍ଟୋ ସରିଫ ପରବର୍ତ୍ତୀ ପ୍ରଧାନମନ୍ତ୍ରୀ ଭାବେ ଖୁବଶୀଘ୍ର ଦାୟିତ୍ବ ଗ୍ରହଣ କରିବେ ବୋଲି ସୂଚନା ଦେଇସାରିଛନ୍ତି ।

ପୂର୍ବତନ ପ୍ରଧାନମନ୍ତ୍ରୀ ନଓ୍ବାଜ ସରିଫଙ୍କ ସାନଭାଇ ହେଉଛନ୍ତି ସେହେବାଜ :-

ସେହବାଜ ସରିଫ ହେଉଛନ୍ତି ପୂର୍ବତନ ପ୍ରଧାନମନ୍ତ୍ରୀ ନଓ୍ବାଜ ସରିଫଙ୍କ ଭାଇ । ନଓ୍ବାଜ ଏବେ ଏକ ଦୂର୍ନୀତି ମାମଲାରେ ଛନ୍ଦି ହୋଇ ବିଦେଶରେ ଥିବାବେଳେ ବିରୋଧୀ ଦଳର ନେତା ରହିଛନ୍ତି ସେହେବାଜସେହେଓ୍ବାଜ ବର୍ତ୍ତମାନ ପାକିସ୍ତାନ ଜାତୀୟ ଆସେମ୍ବିଲିରେ ବିରୋଧୀ ଦଳ ନେତା ଭାବେ ଦାୟିତ୍ବରେ ରହିଛନ୍ତି ।

କଣ ଥିଲା ରାଜନୈତିକ କ୍ୟାରିୟର:-

1988ରେ ପ୍ରଥମେ ପଞ୍ଜାବ ପ୍ରଦେଶ ବିଧାନସଭାକୁ ନିର୍ବାଚିତ ହୋଇ ରାଜନୈତିକ କ୍ୟାରିୟର ଆରମ୍ଭ କରିଥିବା ସେହେଓ୍ବାଜ ପରେ 1993 ମସିହାରେ ଜାତୀୟ ଆସେମ୍ବିଲିକୁ ନିର୍ବାଚିତ ହୋଇଥିଲ । 1997ରେ ସେ ପ୍ରଥମ ଥର ପାଇଁ ପଞ୍ଜାବର ମୁଖ୍ୟମନ୍ତ୍ରୀ ଭାବେ ମଧ୍ୟ ନିର୍ବାଚିତ ହୋଇଥିଲେ । ସେବେଠାରୁ ପ୍ରାୟ 30 ବର୍ଷ ଧରି ସେ ପାକିସ୍ତାନ ରାଜନୀତିରେ ପ୍ରମୁଖ ଭୂମିକାରେ ରହିଆସିଛନ୍ତି ସେହେବାଜ । ପର୍ଯ୍ୟାୟ କ୍ରମେ ଏକାଧିକ ଥର ସେ ମୁଖ୍ୟମନ୍ତ୍ରୀ ଭାବେ ମଧ୍ୟ ନିର୍ବାଚିତ ହୋଇଥିବା ବେଳେ 2018 ରୁ ବର୍ତ୍ତମାନ ପର୍ଯ୍ୟନ୍ତ ସେ ସଂସଦରେ ବିରୋଧୀ ଦଳର ନେତା ଭାବେ ପ୍ରତିନିଧିତ୍ବ କରୁଛନ୍ତି ।

ଦେଶ ଛାଡିଥିଲେ ସରିଫଙ୍କ ପରିବାର:-

1999ରେ ପାକିସ୍ତାନ ରାଜନୀତିରେ ଦେଖାଯାଇଥିବା ସଙ୍କଟ ଓ ସାମରିକ ସତ୍ତା ପରିବର୍ତ୍ତନ ସମୟରେ ଦେଶ ଛାଡିଥିଲେ ସରିଫଙ୍କ ପରିବାର । ସପରିବାର ସାଉଦି ଆରବିଆ ଚାଲିଯାଇଥିବା ସରିଫ ପୁନଶ୍ଚ 2007ରେ ପାକିସ୍ତାନକୁ ଫେରିଥିଲେ । ପରେ 2008ରେ ପଞ୍ଜାବ ପ୍ରଦେଶର ଦ୍ବିତୀୟ ଥର ପାଇଁ ଓ 2013 ରେ ସେ ତୃତୀୟ ଥର ପାଇଁ ପଞ୍ଜାବ ପ୍ରଦେଶର ମୁଖ୍ୟମନ୍ତ୍ରୀ ଭାବେ ମଧ୍ୟ ଦାୟିତ୍ବ ସମ୍ଭାଳିଥିଲେ । 2018 ରେ ସେ ପାକିସ୍ତାନ ସାଧାରଣ ନିର୍ବାଚନରେ ପ୍ରତିଦ୍ବନ୍ଦିତା କିରଥିଲେ ସୁଦ୍ଧା ତାଙ୍କ ଦଳ ବିଫଳ ହୋଇଥିଲେ । ନିଜ ଭାଇ ନଓ୍ବାଜ ସରିଫ ପଦ ହରାଇବା ପରେ ସେ PML-Nର ମୁଖ୍ୟ ଭାବେ ମଧ୍ୟ ଦାୟିତ୍ବ ସମ୍ଭାଳିଥିଲେ।

ଦିର୍ନୀତି ମାମଲାରେ ମଧ୍ୟ ହୋଇଛନ୍ତି ଗିରଫ :-

2019ରେ ଦୁର୍ନୀତି ଅଭିଯୋଗରେ ତାଙ୍କ ବାସଭବନରେ ଚଢାଉ ସହ 23ଟି ସ୍ଥାନରେ ଥିବା ସମ୍ପତ୍ତି ଜବତ କରିଥିଲା ପାକିସ୍ତାନର National Accountability Bureau (NAB) । ଏହି ମାମଲାରେ 2020ରେ ତାଙ୍କୁ ଗିରଫ ମଧ୍ୟ ହେବାକୁ ପଡିଥିଲା । ଗତବର୍ଷ ଏପ୍ରିଲରେ ସେ ଲାହୋର ଉଚ୍ଚ ନ୍ୟାୟାଳୟ ଦ୍ବାରା ଏହି ମାମଲାରେ ବେଲ ପାଇଥିଲେ ।

ତେବେ ବର୍ତ୍ତମାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କ ପଦ ଟଳମଳ ହେଉଥିବାବେଳେ ପାକିସ୍ତାନର ଶୀର୍ଷ ନେତୃତ୍ବ ନେବା ପାଇଁ ପ୍ରସ୍ତୁତି ଆରମ୍ଭ କରିସାରିଲେଣି ସେହେଓ୍ବାଜ ସରିଫ । ଯଦି ସେ ପ୍ରଧାନମନ୍ତ୍ରୀ ଭାବେ ଦାୟିତ୍ବ ନେଉଛନ୍ତି, ତେବେ ଆମେରିକା ଏବଂ ୟୁରୋପୀୟ ସଂଘ ସହିତ ପାକିସ୍ତାନର ସମ୍ପର୍କକୁ ସୁଦୃଢ କରିବା ଦିଗରେ ପ୍ରୟାସ କରିବେ ବୋଲି ପାକିସ୍ତାନ ରାଜନୈତିକ ସମୀକ୍ଷକମାନେ ମତ ଦେଇଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.