ETV Bharat / bharat

Sheena Bora Murder Case: ବଞ୍ଚିଛନ୍ତି ସିନା ବୋରା, CBIକୁ ଚିଠି ଲେଖିଲେ ଇନ୍ଦ୍ରାଣୀ

author img

By

Published : Dec 16, 2021, 11:15 AM IST

Updated : Dec 16, 2021, 12:20 PM IST

ଇନ୍ଦ୍ରାଣୀଙ୍କ ବଡ ଦାବି । ମରି ନାହାନ୍ତି ବଂର ଜୀବିତ ଅଛନ୍ତି ସିନା ବୋରା(Sheena Bora Murder Case) । ଏପରିକି ସେ କଶ୍ମୀରରେ ଥିବା CBIକୁ ଚିଠି ଲେଖି ଜଣାଇଛନ୍ତି ଇନ୍ଦ୍ରାଣୀ । ପଢନ୍ତୁ ସମ୍ପୂର୍ଣ୍ଣ ଖବର ।

ଶୀନା ବୋରା ଜୀବିତ ନେଇ CBI କୁ ଜଣାଇଲେ ଇନ୍ଦ୍ରାଣୀ ମୁଖାର୍ଜୀ

ନୂଆଦିଲ୍ଲୀ: ବହୁ ଚର୍ଚ୍ଚିତ ସିନା ବୋରା ହତ୍ୟାକାଣ୍ଡ ମାମଲାରେ ନୂଆ ଟ୍ବିଷ୍ଟ(Sheena Bora Murder Case) । ମୃତ ସିନା ବୋରାଙ୍କୁ ନେଇ ବଡ ବୟାନ ଦେଇଛନ୍ତି ହତ୍ୟାକାଣ୍ଡର ମୁଖ୍ୟ ଅଭିଯୁକ୍ତ ଇନ୍ଦ୍ରାଣୀ ମୁର୍ଖାଜୀ । ସିନା ମରି ନାହାନ୍ତି ବଂର ଜୀବିତ ଅଛନ୍ତି । କଶ୍ମୀରରେ ଝିଅ ସିନା ରହୁଥିବା ଦାବି କରିଛନ୍ତି ଇନ୍ଦ୍ରାଣୀ । ସେ କାଶ୍ମୀରରେ ସିନାଙ୍କ ସନ୍ଧାନ କରିବାକୁ CBIକୁ ଚିଠି ଲେଖି ଜଣାଇଛନ୍ତି ।

ସେ ଆହୁରି ମଧ୍ୟ ଲେଖିଛନ୍ତି ଯେ, କିଛିଦିନ ତଳେ ଜେଲ୍‌ରେ ସେ ଜଣେ ମହିଳାଙ୍କୁ ଭେଟିଥିଲେ । ସିନା ବୋରାଙ୍କୁ କାଶ୍ମୀରରେ ଭେଟି ଥିବା କଥା ସେ ମହିଳାଜଣକ ତାଙ୍କୁ କହିଛନ୍ତି । ତେଣୁ, କଶ୍ମୀରରେ ସିନା ବୋରାଙ୍କର ସନ୍ଧାନ କରାଯାଉ । ଏନେଇ ଇନ୍ଦ୍ରାଣୀ ସ୍ପେସାଲ୍‌ CBI କୋର୍ଟରେ ମଧ୍ୟ ଆବେଦନ କରିଛନ୍ତି । ଖୁବଶୀଘ୍ର ତାଙ୍କ ଆବେଦନର ଶୁଣାଣି ହେବାର ସମ୍ଭାବନା ରହିଛି ।

କ’ଣ ଥିଲା ପୁରା ଘଟଣା:

2012 ମସିହାରେ ଏହି ଚର୍ଚ୍ଚିତ ହତ୍ୟାକାଣ୍ଡ ଘଟିଥିଲା । ଯାହା ସମଗ୍ର ଦେଶରେ ଆଲୋଡନ ସୃଷ୍ଟି କରିଥିଲା । ଏହି ହତ୍ୟାକାଣ୍ଡ ଘଟଣାରେ ମୁଖ୍ୟ ଅଭିଯୁକ୍ତ ଥିଲେ ମାଆ ଇନ୍ଦ୍ରାଣୀ ମୁଖାର୍ଜୀ । ବର୍ତ୍ତମାନ ସେ ମୁମ୍ବାଇ ସ୍ଥିତ ବାଇକୁଲ୍ଲା ଜେଲରେ ଅଛନ୍ତି । ତାଙ୍କ ଜାମିନ ଆବେଦନ ହାଇକୋର୍ଟ ଖାରଜ କରିଦେଇଥିଲେ । ଆଗକୁ ସୁପ୍ରିମକୋର୍ଟରେ ସେ ଜାମିନ ଆବେଦନ କରିବା ନେଇ ଚର୍ଚ୍ଚା ହେଉଛି ।

ମୁମ୍ବାଇ ପୋଲିସ ଏବଂ CBI କହିବା ଅନୁସାରେ, ଇନ୍ଦ୍ରାଣୀ ମୁଖାର୍ଜୀ ନିଜର ଦୁଇ ସନ୍ତାନ ସିନା ଓ ମିଖେଲ୍‌ଙ୍କୁ ଛାଡିବା ପରେ ସେମାନେ ଗୌହାଟି ସ୍ଥିତ ଅଜା-ଆଈଙ୍କ ଘରେ ରହୁଥିଲେ । ଏହାପରେ ଇନ୍ଦ୍ରାଣୀ ପିଟର୍‌ ମୁଖାର୍ଜୀ ନାମକ ଜଣେ ବ୍ୟକ୍ତିଙ୍କୁ ବିବାହ କରିଥିଲେ । ଇନ୍ଦ୍ରାଣୀଙ୍କ ବିବାହ ଫଟୋ ଏକ ପତ୍ରିକାରେ ଦେଖିବା ସିନା ମାଆଙ୍କ ବିଷୟରେ ସବୁକଥା ଜାଣିବା ପରେ ତାଙ୍କୁ ମୁମ୍ବାଇରେ ଭେଟିଥିଲେ।

ମାତ୍ର ଇନ୍ଦ୍ରାଣୀ ଅନ୍ୟମାନଙ୍କୁ ସିନା ତାଙ୍କର ଭଉଣୀ ବୋଲି ପରିଚୟ ଦେବା ସହ ସ୍ବାମୀ ପିଟର୍‌ଙ୍କୁ ମଧ୍ୟ ସମାନ କଥା କହିଥିଲେ । କିନ୍ତୁ, ୨୦୧୨ରୁ ସିନାଙ୍କର କୌଣସି ପତ୍ତା ମିଳୁନାହିଁ । ସେପଟେ ପିଟର୍‌ଙ୍କ ପ୍ରଥମ ବିବାହରୁ ଜାତ ସନ୍ତାନ ରାହୁଲ୍‌ ମୁଖାର୍ଜୀ ସିନାଙ୍କର ସନ୍ଧାନ ନେବାକୁ ଉଦ୍ୟମ କରିଥିଲେ । କାରଣ ରାହୁଲ ଏବଂ ସିନା ଉଭୟ ପରିଚିତ ଥିଲେ ।

ଶେଷରେ ୨୦୧୫ରେ ଘଟଣାର ତଦନ୍ତକାରୀମାନେ କହିଥିଲେ ଯେ, ଇନ୍ଦ୍ରାଣୀ ସିନାଙ୍କୁ ମୁମ୍ବାଇର ବାନ୍ଦ୍ରାରେ ଶ୍ବାସରୁଦ୍ଧ କରି ହତ୍ୟା କରିବା ପରେ ରାୟଗଡ଼ ଜିଲ୍ଲାରେ ତାଙ୍କ ମୃତଦେହ ଫିଙ୍ଗି ଦେଇଥିଲେ । ଅନୁସନ୍ଧାନକାରୀ ଦଳ ମଧ୍ୟ ସିନାଙ୍କ ମୃତ ଦେହାବଶେଷ ପାଇଥିବା କହିଥିଲେ ।

Last Updated : Dec 16, 2021, 12:20 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.